ରିମାଣ୍ଡରେ ଯିବ ହାଇଦର

କଟକ,୧୬/୪(ଏସଏସନିୟୁଜ) ଖୋଲିବ ଗୁମର । ଫେରାର ହେବାର ପକୃତ କାରନ ଜାଣିବ କମିସିନେରେଟ ପୋଲିସ । ରିମାଣ୍ଡରେ ଗଲା ହାଇଦର । ଗ୍ୟାଙ୍ଗଷ୍ଟର ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି । ୭ ଦିନିଆ ରିମାଣ୍ଡ ନେବାପାଇଁ ପୋଲିସ ଆବେଦନ କରିଥିଲା । ପୋଲିସ ଆଜି ହାଇଦରକୁ କୋର୍ଟରେ ହାଜର କରିଥିଲା । କୋର୍ଟରେ ହାଜର ହେବାପରେ ଅସୁସ୍ଥ ଥିବାରୁ ଡାକ୍ତରଖାନାରେ ରଖାଯାଇ ତାର ଚିକିସ୍।‌ କରିବାକୁ ହାଇଦର କହିଥିଲା ।ଶନିବାରଠାରୁ ହାଇଦରକୁ ରିମାଣ୍ଡରେ ନେବ କଟକ ମଙ୍ଗଳାବାଗ ପୋଲିସ। ଶୁକ୍ରବାର ହାଇଦରକୁ ଚୌଦ୍ୱାର ଜେଲ୍ ପଠାଯାଇଛି।ଏପ୍ରିଲ ୧୦ ତାରିଖରେ କଟକ ଏସ୍‌ସିବି ମେଡିକାଲରୁ ଖସି ପଳାଇଥିଲା ଗ୍ୟାଙ୍ଗଷ୍ଟର ସେଖ୍ ହାଇଦର। ୧୨୦ ଘଣ୍ଟାର ଅପରେସନ ପରେ ଗୁରୁବାର ଦିନ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ଧରାପଡ଼ିଥିଲା ହାଇଦର।

Comments (0)
Add Comment