ମେଣ୍ଢାଶାଳ,୩୦।୪(ଏସଏସନିଉଜ) ଗତ କିଛିଦିନ ହେବ ମୋରମ ମାଫିଆ ମାନଙ୍କ ପାଇ ଚିନ୍ତାର କାରଣ ସାଜିଛି ଚନ୍ଦକାଥାନା ପୋଲିସ।ଆକ୍ସନମୁଡ଼ରେ ଥିବା ପୋଲିସ ଚନ୍ଦକା ଥାନା ଅଞ୍ଚଳରୁ ବେଆଇନ ଭାବେ ଚାଲିଥିବା ମୋରମ ଚୋରା ଚାଲାଣରେ ଅଙ୍କୁଶ ଲଗାଇବା ପାଇଁ ଏକ ପ୍ରକାର ନିଷ୍ପତ୍ତି ନେଇଥିବା ଭଳି ଜଣାପଡିଛି।ଯାହାଫଳରେ ପୋଲିସ ପର୍ଯ୍ୟାୟକ୍ରମେ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିବା ଘଟଣା ମାଫିଆମାନଙ୍କ ଅସନ୍ତୋଷରକାରଣ ସାଜିଛି। ପୁଣି ମଙ୍ଗଳବାର ରାତି ଅଧିଆ ଚଢାଉ କରି ପୋଲିସ ପାଇକିରାପୁରର ମୋରମ ଖଣିରୁ ୩ଜେସିବି ଓ ୪ ହାଇୱା ଜବତ କରିଛି।
ପ୍ରକାଶଯେ, ଗତ କିଛିବର୍ଷ ହେବ ସନ୍ଧ୍ୟାହେବା ମାତ୍ରେ ମୋରମ ମାଫିଆଙ୍କ ଦୌରାତ୍ମ୍ୟା ବୃଦ୍ଧି ପାଇବାରେ ଲାଗିଥିଲା।ସ୍ଥାନୀୟ ପ୍ରଶାସନ ଓ ସରକାରୀ ଦଳର କୁଜି ନେତାମାନଙ୍କୁ ହାତରେ ରଖି କୋଟି କୋଟି ଟଙ୍କାର ମୋରମ ଚୋରା ଚାଲାଣ କରୁଥିଲେ।କିନ୍ତୁ ଗତ ୬ମାସ ହେବ ମୋରମ ଚୋରା ଚାଲାଣରେ ଅଙ୍କୁଶ ଲଗାଇବାର ଉଦ୍ୟମ ଆରମ୍ଭ କରିଛି ଚନ୍ଦକା ପୋଲିସ।ଆକ୍ସନ ମୁଡରେ ରହି ପୋଲିସ ଏହାଭିତରେ ୫୦ରୁ ମୋରମ ବୋଝେଇ ଗାଡ଼ି ଓ ଜେଶିବିକୁ ଜବତ କରିବା ସହ ୩୦ରୁ ଉର୍ଦ୍ଧ ଚାଳକକୁ ଗିରଫ କରିସାରିଲାଣି।ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ଦେଖି ମୋରମ ମାଫିଆ ମାନେ ପୋଲିସ ଉପରେ ଖପା ହୋଇଗଲେଣି ।ପୁଣି ମଙ୍ଗଳବାର ବିଳମ୍ବିତରାତିରେ ପାଇକିରାପୁରର ବେଆଇନ ମୋରମଖଣିରେ ମୋରମ ଉଠୁଥିବାର ପୋଲିସ ପାଖରେ ଖବର ପହଞ୍ଚିଥିଲା।ଆଇଆଇସି ସିମିତା ମିଶ୍ରଙ୍କ ନେତୃତ୍ବରେ ଏକ ଦଳ ଚଢାଉକରି ଘଟଣାସ୍ଥଳରୁ
ଓଡି୦୨ ବିକେ୧୩୩୮ ,ଓଡି୦୨ ବିୱାଇ ୧୪୫୬,ଓଡି୦୨ ସିଏନ ୬୫୨୮
ଓଡି୦୨ ଏୱାଇ ୬୫୨୮ନମ୍ୱର ହାଇୱା ଓ ଓଡି ୦୨ସିକେ ୬୨୬୨,ଓଡି ୩୩ଯେ ୧୭୩୫,ଓଡି ୩୩ବିକେ ୧୮୫୨ ନମ୍ୱର ଜେଶିବି ଜବତକରିବା ସହ ଜଟଣୀଥାନା ଅଧୀନସ୍ଥ ଗୋପୀନାଥପୁର ଗ୍ରାମର ସିପୁଲେଙ୍କା(୨୪) ଓ ନୟାଗଡର ଆକାଶଗୁରୁ (୨୯) ନାମକ ଦୁଇଜଣ ଚାଳକକୁ ଗିରଫ କରିଥିଲେ।
କୌଶଳକ୍ରମେ ଅନ୍ୟମାନେ ଫେରାର ହୋଇଯାଇଥିଲେ।ପୋଲିସ ସେଠାରୁ ଏକ ଖାତାକୁ ଜବତ କରିଛି ଯେଉଁଥିରେ କେଉଠିକୁ ମୋରମଯାଇଥିଲା ଆଉ ଯିବାର ଅଛି ସେ ବିଷୟ ଉଲେଖ ରହିଛି।
ତେବେ ପୋଲିସ ଏହିଘଟଣାର ମାଷ୍ଟର ମାଇଣ୍ଡଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ମୋରମ ଚୋରା ଚାଲାଣକୁ ରୋକିବା ପାଇଁ ଖଣିବିଭାଗକୁ ଏନେଇ ଚିଠି ଲେଖିବ ବୋଲି ଜଣାପଡିଛି।ପୋଲିସ ଏହି ସଂକ୍ରାନ୍ତରେ ୭ଟି ମକଦ୍ଦମା ରୁଜୁକରୀ ଚାଲକଦ୍ବୟଙ୍କ ଗିରଫକରି ବୁଧବାର କୋର୍ଟ ଚାଲାଣ କରିଛି।