ସାବଧାନ!ମହାନଦୀରେ ମାତୀଛି ଅଜଣା ଜନ୍ତୁ

ଭୟରେ ନଦୀକୂଳ ଗ୍ରାମବାସୀ

କଟକ, ୨୨।୯(ଏସଏସନିଉଜ) ବାରଙ୍ଗ ବ୍ଲକ ଅନ୍ତର୍ଗତ ନରାଜ ନିକଟସ୍ଥ ମହାନଦୀରେ ଅଜଣାଜନ୍ତୁର ଆତଙ୍କ ଦେଖାଦେଇ ଥିବାର ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି। ନଦୀରେ ଗାଧେଇବାବେଳେ ପାଣି ଭିତରେ ଲୋକଙ୍କୁ ଆକ୍ରମଣ କରୁଛି ଏହି ଅଜଣା ଜନ୍ତୁ।ଏହି ଅଜଣାଜନ୍ତୁ ଆକ୍ରମଣରେ ଲହୁ ଲୁହାଣ ଅବସ୍ଥାରେ ୪ଜଣ ମହିଳା ପୁରୁଷଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି । ଏହି ଘଟଣାପରେ ଗାଁରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିବା ସହିତ ନଦୀ ଭିତରକୁ ସାଧାରଣଲୋକମାନେ ଯିବାକୁ ନିରାପଦ ମଣୁନାହାନ୍ତି ।
ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ପରଠାରୁ ପର୍ୟ୍ୟାୟ କ୍ରମେ ନରାଜ ଗ୍ରାମର ଦୁଇ ଜଣ ବ୍ୟକ୍ତି ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ହଠାତ ପାଣି ଭିତରେ କୈଣସି ଏକ ଅଜଣା ଜନ୍ତୁ ଆକ୍ରମଣ କରିଥିଲା ।ଗାଧୋଇବାକୁ ଯାଇ ପାଣିରେ ପଶୁଥିବା ଲୋକମାନଙ୍କୁ କାହାର ଗୋଡ ତ କାହାର ହାତକୁ କାବୁଡି ଦେଉଥିଲା ଏହି ଅଜଣାଜନ୍ତୁ । ପୁନର୍ବାର ଏହିଭଳିଘଟଣା ସୋମବାର ପୁଣି ଜଣାପଡିଥିଲା ।ସୋମବାର ସକାଳେ ଗାଧାେଇବାକୁ ଯାଇଥିବାବେଳେ ଶଙ୍କରଲେଙ୍କା (୬୭)ମଞ୍ଜୁ ବେହେରା (୫୬)ପରି ଧଳ (୮)କଣ୍ଢେଇ ଦଳାଇ (୧୦) ଏହି ଅଜଣାଜନ୍ତୁର ଆକ୍ରମଣର ଶିକାର ହୋଇଥିଲେ ।ତେବେ ଏହି ଅଜଣା ଜନ୍ତୁ କଣ ତାହା ଜଣାପଡି ନଥିବାବେଳେ ଛୋଟଠୁଆରମ୍ଭ କରି ବଡ ପର୍ଯ୍ୟନ୍ତ ଆକ୍ରମଣ କରିବାକୁ କାହାକୁ ପଛାଉନାହିଁ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।ଗୋଳି ପାଣି ଭିତରେ ଅଜଣା ଜନ୍ତୁ ଆତଙ୍କରେ ଗାଁରେ କୋକୁଆ ଭୟ ଖେଳିଯାଇଛି । ଯାହାଫଳରେ ନଦୀକୁ ଗାଧୋଇବାକୁ ଯାଉନାହାଁନ୍ତି ଲୋକେ । ସୋମବାର ସକାଳେ ଏହି ପ୍ରଚାର ହେବା ପରେ ନଦୀ ତୁଠ ନାଁ ଶୁଣିଲେ ସାଧାରଣରେ ଭୟ ସୃଷ୍ଟି ହେଉଛି । ତେବେ ପାଣି ଭିତରେ ଆକ୍ରମଣ କରୁଥିବା ଏହି ଅଜଣା ଜନ୍ତୁକୁ କାବୁ କରିବାକୁ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି ।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)

Comments (0)
Add Comment