ସାତକୋଶିଆ ଅଭୟାରଣ୍ୟକୁ ଛୁଇଁଲା କରୋନା

ଆଜିର ଖବର.ତାରିଖ–୧୧ ମଇ ୨୦୨୧(ମଙ୍ଗଳବାର)

୧. ଟ୍ରେଡିଂ ଆପ୍ ମାୟାଜାଲରେ ଯୁବପିଢ଼ି, ୬ ଲକ୍ଷ ହରାଇଲେ ଦୁଇ ଇଂଜିନିୟରିଂ ଛାତ୍ର ।
୨. କୋଭିଡ୍ ପ୍ରଭାବ ଉପରେ ଫିକି ଓଡ଼ିଶାର ବୈଠକ ।
୩. ଗହମ ସଂଗ୍ରହ ବାବଦରେ ଚାଷୀଙ୍କ ଖାତାରେ ସିଧାସଳଖ ୪୯,୯୬୫ କୋଟି ଟଙ୍କା ଜମା କରାଯାଇଛି ।
୪. ଭାରତରେ ଅବଶିଷ୍ଟ ମ୍ୟାଚ୍ ଖେଳାଯିବନି, ଆଇପିଏଲ୍ ଏଡ଼ାଇଥିଲା ଆଇଏସ୍‌ଏଲ୍ ଜୈବ ସୁରକ୍ଷା ପ୍ରସ୍ତାବ
୫.ସଙ୍ଗରୋଧ ଶେଷ କରି ଘରକୁ ଫେରିଲେ ବରୁଣ, ସନ୍ଦୀପ ।
୬. ଚାପେଲଙ୍କ ଆକଳନ, ବାତିଲ ହୋଇପାରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ।
୭. ବଲାଙ୍ଗିର: ମୁମ୍ବାଇର ଜୁହାର ଫାଉଣ୍ଡେସନ ଓ ବଲାଙ୍ଗିରର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ମିଳିତ ଉଦ୍ୟମରେ ସୋମବାର ବଲାଙ୍ଗିର ଶ୍ରମିକ ମଙ୍ଗଳ ଭବନରେ ଅମ୍ଳଜାନ ବ୍ୟାଙ୍କର ଶୁଭାରମ୍ଭ ହୋଇଛି ।
୮. ବଲାଙ୍ଗୀର : ମହଙ୍ଗା ପଡିଲା ଲାଞ୍ଚ – ଏଡିଏମ୍ଓଙ ବଦଳି, ଆଟେଡାଣ୍ଟ ନିଲମ୍ବିତ ।
୯. ଓଡିଶାରେ ଚିହ୍ନଟ ହେଲେ ବ୍ଲାକ୍ ଫଙ୍ଗସ୍ ରୋଗୀ । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପାଖରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହୋଇଛି ।
୧୦. ଟିକା ନୀତିରେ ନ୍ୟାୟିକ ହସ୍ତକ୍ଷେପକୁ କେନ୍ଦ୍ରର ବିରୋଧ ।
୧୧. ବୁର୍ଲା କୋଭିଡ ଡାକ୍ତରଖାନା, ଦିନକରେ ୨୨ ଚିକିତ୍ସାଧୀନଙ୍କ ମୃତ୍ୟୁ।
୧୨. ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଗୋପୀନାଥ ମହାନ୍ତିଙ୍କ ପରଲୋକ ।
୧୩. ସାତକୋଶିଆ ଅଭୟାରଣ୍ୟକୁ ଛୁଇଁଲା କରୋନା,୧୦ବନ କର୍ମଚାରୀ ପଜିଟିଭ ।
୧୪. ନୂଆଦିଲ୍ଲୀ : ଭ୍ୟାକସିନ୍ ପାଇଁ ତତ୍କାଳ ଭଳି ପରିସ୍ଥିତି, ଘଣ୍ଟା ଘଣ୍ଟା ପରେ ବି ମିଳୁନି ସ୍ଲଟ୍!
୧୫. ଚଣ୍ଡୀଗଡ଼: କରୋନା ଭାଇରସ୍ ସଂକ୍ରମଣ ବଢ଼ିବା କାରଣରୁ ଜାରି ହୋଇଥିବା କଟକଣା ମଧ୍ୟରେ ଗରିବଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ହରିୟାଣା ସରକାର । ରାଜ୍ୟରେ ଥିବା ବିପିଏଲ୍ କାର୍ଡଧାରୀଙ୍କୁ ସରକାର ୫ହଜାର ଟଙ୍କା ଲେଖାଏ ପ୍ରଦାନ କରିବେ ।
୧୬. ଶ୍ରୀଲଙ୍କାରେ ୩ଟି ଦିନିକିଆ ଓ ୩ଟି ଟି-୨୦ ଖେଳିବ ଟିମ୍ ଇଣ୍ଡିଆ ।
୧୭. ରାଜ୍ୟରେ ୯, ୭୯୩ ନୂଆ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧୧ ।
୧୮. ଗତ ଦୁଇଦିନ ଧରି ରାଜ୍ୟରେ ୫୦ହଜାର ନମୁନା ପରୀକ୍ଷା କରାଯାଉଥିଲା । ‌ଫଳରେ ରୋଗୀଙ୍କ ସଂଖ୍ୟା ୧୧ହଜାର ଉପରେ ରହିଥିଲା । ହେଲେ ଗତ ୨୪ଘଣ୍ଟାରେ ରାଜ୍ୟରେ ନମୁନା ପରୀକ୍ଷା ହଠାତ୍ ହ୍ରାସ ପାଇଛି । ବିଶେଷକରି ୭ତାରିଖ ତୁଳନା‌ରେ ଆର୍‌ଟି-ପିସିଆର ନମୁନା ପରୀକ୍ଷା ପ୍ରାୟ ୩ହଜାର କମ୍ ହୋଇଛି ।
୧୯. ଶିଳ୍ପୀଗୁରୁ ରଘୁନାଥ ମହାପାତ୍ରଙ୍କ ସ୍ମୃତିରେଟ୍ଟ ଗୁମୁରି କାନ୍ଦୁଛି ଆର୍ଟ ଆଣ୍ଡ କ୍ରାଫ୍ଟ ଫାଉ‌ ।
୨୦. ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍ କୋଭିଡ୍ ହସ୍ପିଟାଲ୍‌ରେ ୧୦ବର୍ଷର ପିଲାର ମୃତ୍ୟୁ ଘଟିଛି ।
କରୋନା ଟିପ୍ସ୍ :- ମାନିବା ଲକଡାଉନ୍,ମାନିବା ସଟଡାଉନ୍ନ୍ । ଘରେ ରହିବା ,ଭାଙ୍ଗିବା କରୋନା ଚେନ-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ସରକାର । ଶୁଭସକାଳ ।,

Comments (0)
Add Comment