ସତ୍ୟସନ୍ଧାନର ପ୍ରଭାବ,ନିଷ୍ପତି ବଦଳାଇଲା ଗ୍ରାମ୍ୟ ଉନ୍ନୟନ ବିଭାଗ

ବାରଙ୍ଗ,୨୮/୩(ଏସ୍ ଏସ୍ ନିୟୁଜ)ବ୍ରିଜ ନିର୍ମାଣ ସ୍ଥାନ ପରିବର୍ତ୍ତନ କୁ ନେଇ ଖବର ପରିବେଷଣ ହେବା ପରେ ଶେଷରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜର ନିଷ୍ପତି ବଦଳାଇଛି।ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ନୂତନ ବ୍ରିଜ ନିର୍ମାଣ କାର୍ୟ୍ୟ ଆରମ୍ଭ କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗ।

ପ୍ରକାଶ ଯେ,ଭୁବନେଶ୍ୱର ଉପକଣ୍ଠ କେନ୍ଦୁପାଟଣା କଲେଜ ଛକ ଦୟାକେନାଲ୍ ଉପରେ ବହୁ ପୁରାତନ ବ୍ରିଜ୍ ଟି ରୁଗଣ ଅବସ୍ଥାରେ ରହିଥିଲା।ଏହି ବ୍ରିଜ ର ପୁନରୁଦ୍ଧାର ପାଇଁ ସେସମୟରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପାଖରେ ଅଞ୍ଚଳବାସୀ ଦାବି କରିଥିଲେ।ବିଧାୟକ ବିଜୁ ସେତୁ ଯୋଜନାରେ ଅର୍ଥ ବରାଦ କରିଥିଲେ,ହେଲେ କେନାଲରେ ପାଣି ଆସିଯିବାରୁ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇ ପାରିନଥିଲା ।ପରବର୍ତ୍ତୀ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବଡ଼ ବାବୁ ମାନେ ଆସି ବ୍ରିଜ ପାଖରୁ ମୃତ୍ତିକା ପରୀକ୍ଷା କରି ଫେରିଥିଲେ।ବ୍ରିଜ ନିର୍ମାଣ ପାଇଁ କୋଭିଡ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟୟବରାଦରେ ଟେଣ୍ଡର ଡକାଯାଇଥିଲା।ଉକ୍ତ ବ୍ରିଜ ଟି ଲୋକଙ୍କ ଯୋଗାଯୋଗ ଓ ଗମନାଗମନ ପାଇଁ ଏକ ପ୍ରମୁଖ ମାଧ୍ୟମ ରହି ଆସିଛି।ତେବେ କାର୍ୟ୍ୟ ଆରମ୍ଭ ପୂର୍ବରୁ ବିଭାଗର ଜେଇ ଏବଂ ଏସଡିଓ ଆସି ବ୍ରିଜ ନିର୍ମାଣ ପାଇଁ ନିରୂପଣ ହୋଇଥିବା ସ୍ଥାନ ଠାରୁ ପାଞ୍ଚ ସହ ମିଟର ଦୂରରେ ବ୍ରିଜ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ।ସରକାରୀ ବାବୁ ମାନେ ଯେଉଁ ସ୍ଥାନରେ ବ୍ରିଜ ନିର୍ମାଣ କରିବାକୁ ଯୋଜନା କରିଥିଲେ,ସେଠାରେ ଏକ ଘରୋଇ ସ୍କୁଲ ସମେତ ଜଣେ ବିଲ୍ଡରଙ୍କ ପ୍ରୋଜେକ୍ଟ କାମ ଚାଲୁ ରହିଛି।ସରକାରୀ ବାବୁ ମାନଙ୍କର ଏଭଳି

ନିଷ୍ପତିକୁ ନେଇ ସେ ସମୟରେ ଜନଅସନ୍ତୋଷ ଦେଖା ଦେଇଥିଲା।ଅନ୍ୟପଟେ ଅଞ୍ଚଳର କିଛି କୁଜି ନେତାଙ୍କ ଇଙ୍ଗିତରେ ସରକାରୀ ବାବୁ ମାନେ ଏହି କାର୍ୟ୍ୟ କରୁଥିବା ମଧ୍ୟ ଜୋର୍ ଚର୍ଚାକ ଧରିଥିଲା।ତେବେ ଏନେଇ ସତ୍ୟସନ୍ଧାନରେ ଜାଗା ସ୍ତାନାନ୍ତର ମସୁଧାକୁ ନେଇ ଆରମ୍ଭ ହେଲା ଅସନ୍ତୋଷ ଶୀର୍ଷକ ଖବର ପରିବେଷଣ କରାଯାଇ ଥିଲା। ଖବର ପ୍ରକାସ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତପ୍ତରତା ଦେଖାଇବା ସହ ଲୋକଙ୍କ ସାମୁହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ବ୍ରିଜ ନିର୍ମାଣ କାର୍ୟ୍ୟ ଆରମ୍ଭ କରିଛନ୍ତି । (ଗୈାତମରାଉତଙ୍କରିପୋର୍ଟ)

 

 

 

 

Comments (0)
Add Comment