ଶୁଭିବନି ଯାତ୍ରା ମଂଚରୁ ସଂଳାପ

ଖବର ଆଜିର ,ତାରିଖ ୧୦-୦୨-୨୦୨୧ ବୁଧବାର

୧-ଚେନ୍ନାଇ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ୨୨୭ ରନରେ ଜିତିଲା ଇଂଲଣ୍ଡ । ୪ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ ଇଣ୍ଡିଆ ।
୨-ବରିଷ୍ଠ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦଙ୍କ ବିଦାୟୀ ଦିନରେ ମୋଦିଙ୍କ ଆଖିରେ ଲୁହ । କୋହ ରଖିପାରିଲେନି ପ୍ରଧାନମନ୍ତ୍ରୀ, ୨୦୦୭ ଆତଙ୍କୀ ଆକ୍ରମଣ ଘଟଣାରେ ଆଜାଦଙ୍କ ଭୂମିକା ମନେ ପକାଇ ହେଲେ ଭାବବିହ୍ୱଳ ।
୩-୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀ ୨୦୨୧ ମେ ମାସରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ବାର୍ଷିକ ସାର୍ଟିଫିକେଟ୍ ପରୀକ୍ଷା ଦେଇପାରିବେ।
୪-ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି । ବରଗଡରେ ଜଳସେଚନ ପାଇଁ ୩୪୦ କୋଟି । ୨୬ ହଜାର ହେକ୍ଟର ଜମି ଜଳସେଚନ ଲକ୍ଷ୍ୟ ।
୫-ଶୁଭିବନି ଯାତ୍ରା ମଂଚରୁ ସଂଳାପ, ରାସ୍ତାକଡ଼ରେ ବସିବନି ପସରା; ଚଳିତ ବର୍ଷ ହେବନି ଖଣ୍ଡଗିରି ମେଳା ।
୬-ରାଜ୍ୟ କ୍ୟାବିନେଟ୍ ବୈଠକରେ ୨୭ଟି ପ୍ରକଳ୍ପକୁ ଅନୁମୋଦନ, ୨୨ରେ ହେବ ବଜେଟ୍ ଉପସ୍ଥାପନ
୭-କୋଟିଆ ଅଭିମୁଖେ ରାଜ୍ୟ ବିଜେପିର ଟିମ : ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ଗଲେ ୧୦ ଜଣିଆ ଟିମ ।
୮-ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ କେଳେଙ୍କାରୀ ଘଟଣା : କିରାଣୀ ଗିରଫ ପରେ ଅଧିକାରୀ ଛାନିଆ; କାହାଠାରୁ ସାହାସ ପାଇ ସଂସ୍ଥାରେ ଯୌନ କେଳେଙ୍କାରୀ ଚଲାଇଥିଲା ସୁରେଶ
୯-ବିଦାୟ ସମ୍ବର୍ଦ୍ଧନାରେ ଗୁଲାମ ନବୀ ଆଜାଦ କହିଲେ-‘ପାକିସ୍ତାନର ଅବସ୍ଥା ଦେଖି ହିନ୍ଦୁସ୍ଥାନୀ ମୁସଲମାନ ହୋଇ ଗର୍ବିତ’
୧୦-ସୋସିଆଲ ମିଡିଆରେ ବିଜେପିକୁ ମାତ ଦେବା ପାଇଁ କଂଗ୍ରେସର ରଣନୀତି : ଆରମ୍ଭ ହେଲା ‘ଜଏନ କଂଗ୍ରେସ ସୋସିଆଲ ମିଡିଆ’ କ୍ୟାମ୍ପେନ ।
୧୧-ଆସନ୍ତା ଫେବ୍ରୁଆରୀ ୧୫ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ । ୧୫ ତାରିଖ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ।
୧୨-ଓଟିଟି ପ୍ଲାଟଫର୍ମ ନିୟନ୍ତ୍ରଣ ନିର୍ଦ୍ଦେଶାବଳୀ ପ୍ରସ୍ତୁତ, ଶୀଘ୍ର କାର୍ଯ୍ୟକାରୀ ହେବ କହିଲେ ଜାଭଡେକର ।
୧୩-ଜୋ ବାଇଡେନଙ୍କ ସହ ମୋଦୀଙ୍କ ଆଲୋଚନା । ଆଂଚଳିକ ପ୍ରସଙ୍ଗ ଓ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ।
୧୪-ଏ ବର୍ଷ ପଡୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଶ୍ରୀମନ୍ଦିର ପାଞ୍ଜିକାରଙ୍କ ବୈଠକ ପରେ ନୀତି ପ୍ରଶାସକଙ୍କ ସୂଚନା ।
୧୫-ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଲିନ ଚିଟ । ବିଶେଷଜ୍ଞ ଦଳ କହିଲା, ୨୦୧୯ ଡିସେମ୍ବର ପୂର୍ବରୁ ଭୂତାଣୁ ମୁକ୍ତ ଥିଲା ଉହାନ ।
୧୬-OLXରେ ୱାସିଂମେସିନ୍ ବିକ୍ରି ପାଇଁ ବିଜ୍ଞାପନ ଦେଇ ସାଇବର ଠକର ଫାଶରେ ଫଶିଗଲେ ଭୁବନେଶ୍ୱରର ଛାତ୍ରୀ । ଭୁଆଁ ବୁଲାଇ ଲୁଟି ନେଲା ଏକ ଲକ୍ଷ ଟଙ୍କା ।
୧୭-ମହାପଞ୍ଚାୟତରେ ଗର୍ଜିଲେ ଚାଷୀ ନେତା ଟିକାୟତ । କହିଲେ, ୪ ଲକ୍ଷ ନୁହେଁ ବରଂ ୪୦ ଲକ୍ଷ ଟ୍ରାକ୍ଟର ରାଲି ବାହାରିବ ।
୧୮-ଶ୍ରୀମନ୍ଦିର ବିକାଶ ପାଇଁ ପୁରୀବାସୀଙ୍କ ତ୍ୟାଗ କେବେ ବ୍ୟର୍ଥ ହେବ ନାହିଁ:ମୁଖ୍ୟମନ୍ତ୍ରୀ ।
୨୦-ମିଆଁମାର ବିଦ୍ରୋହ: ସୁ କିଙ୍କ ସହ କଥାବାର୍ତ୍ତା ଲାଗି ଆମେରିକାର ପ୍ରସ୍ତାବକୁ ସେନାର ଅଗ୍ରାହ୍ୟ ।
୨୧-ବଢ଼ିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯିବା ନେଇ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା।
୨୨-କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ । ରିଟ ପିଟିସନ ଦାଖଲ ପାଇଁ ଚିଠି ଲେଖିଲା ଆଇନ ବିଭାଗ ।
୨୩-ଉତ୍ତରଖଣ୍ଡ ଜଳପ୍ରଳୟ: ବର୍ତ୍ତମାନ ସୁଦ୍ଧା ୩୨ ଶବ ଜବତ । ଏବେ ବି ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି । ଶୁଭ ସକାଳ,ସୁପ୍ରଭାତ

Comments (0)
Add Comment