ତମାଣ୍ଡୋ କପ୍ ଫୁଟବଲ

କିଶୋରକୁ ହରାଇ ଜଗା ୟୁନାଇଟେଡ ସେମିରେ

ମେଣ୍ଢାଶାଳ.୨୦ା୧୨(ଏସଏସନିଉଜ)ତମାଣ୍ଡୋ ମିନି ଷ୍ଟାଡିୟମରେ ଚାଲିଥିବା ୨୭ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ଆଜିର ଖେଳରେ ଭୁବନେଶ୍ୱରର ଜଗା ୟୁନାଇଟେଡ ବିଜୟୀ ହୋଇଛି । ଦଳ ୧-୦ଗୋଲରେ ଭୁବନେଶ୍ୱରର ଅନ୍ୟତମ ଟାଣୁଆ ଦଳ କିଶୋର କ୍ଲବକୁ ହରାଇଦେଇଛି । ଏହି ବିଜୟସହ ଦଳ ଟୁର୍ଣ୍ଣାମେଟଂର ସେମି ଫାଇନାଲରେ ପ୍ରବେଶ କରିଛି । ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥବାବେଳେ ଦିତୀୟାର୍ଦ୍ଧରେ ଦ୍ରୁତ ଖେଳ ଦେଖିବାକୁ ମିଳିଥିଲା । ଖେଳର ୪୬ମିନିଟରେ ଜଗାର ଷ୍ଟ୍ରାଇକର ଅଜୟ ବରୁଆ ଗୋଟିଏ ଗୋଲଦେଇ ଦଳକୁ ଅଗ୍ରଣୀ କରାଇଥିଲେ । ଖେଳ ଶେଷସୁଧା ଅନ୍ୟ କୌଣସି ଗୋଲ ସ୍କୋର ହୋଇନଥିଲା ଫଳରେ ଜଗା ୟୁନାଇଟେଡ ୧-୦ରେ ସହଜ ବିଜୟ ହାସଲ କରିଥିଲା । ବିଜୟୀ ଦଳର ଅଜୟ ବରୁଆଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ଆଜିର ଅତିଥି ଶାରୀରିକ ଅକ୍ଷମ ଓ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦେବେନ୍ଦ୍ର ନାଥ ବେହେରା ଓ ପୂର୍ବତନ ଜିଲା କ୍ରୀଡା ଅଧିକାରୀ ଲଳିତ ମୋହନ ମହାନ୍ତି ପ୍ରଦାନ କରିଥିଲେ । ଆଜିର ଖେଳକୁ ଭୀମ ଛେତ୍ରୀ ଶିବ ଶଙ୍କର ପଣ୍ଡା ସୁଜିତ ପାତ୍ର ଓ ଶୁଶାନ୍ତ ମିଶ୍ର ପରିଚାଳନା କରିଥିଲେ । ୨୧ତାରିଖ ବୁଧବାର ଅନୁଗୁଳର ଏ କେ କ୍ଲବ ଫୁଲବାଣୀର ଆର ଏନ କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

Comments (0)
Add Comment