ବୁଲା ଗାଈ ଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ୫୫ଲଷଟଙ୍କା ସହାୟତା ମଞୁର

ଭୁବନେଶ୍ୱର ୨୩/୫(ଏସ ଏସ ନିିିଉଜ)ୟୟକୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି ।ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣମାନେ ଖାଦ୍ୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ ୪୮ ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏ ସି ମାନଙ୍କୁ ପଞ୍ଚାବନ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି ।
ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ ।ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା ,କଟକ,ସମ୍ବଲପୁର,ରାଉରକେଲା, ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା ,ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନ ଏ ସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।ସୂଚନାଯୋଗ୍ୟ ଯେ ଗତ ନ୍ଅ ତାରିଖ ଦିନ ଏହି ଉଦ୍ଦେଶ୍ୟ ରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ଷାଠିଏ ଲଷ ଟଙ୍କା ମଞୁର କରାଯାଇଥିଲା ।

Comments (0)
Add Comment