କୋଉ ବାପର ଦମ୍ ନାହିଁ ଯିଏ …

ଖବର ଆଜିର,ତାରିଖ ୨୭-୦୫-୨୦୨୧/ ଗୁରୁବାର

୧-ବାତ୍ୟା କ୍ଷୟକ୍ଷତି ନେଇ  ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ବାତ୍ୟା ପ୍ରଭାବିତଙ୍କ ୭ଦିନ ପର୍ଯ୍ୟନ୍ତ ଦିଆଯିବ ରିଲିଫ। ୧୨୮ଟି ପ୍ରଭାବିତ ଗାଁଲୋକଙ୍କୁ ୭ଦିନ ଯାଏଁ ମିଳିବ ରିଲିଫ।

୨–ଓଡିଶା ପାଇଁ ଟଳିଗଲା ବଡ ବିପଦ । ବର୍ତ୍ତମାନ ଯାଏ ମିଳିଥିବା ସୂଚନା ଅନୁସାରେ ବେଶି କ୍ଷୟକ୍ଷତି ଘଟାଇନାହିଁ ବାତ୍ୟା ‘ୟାସ’।

୩-କମ୍ ରହିଲା ପବନର ବେଗ, ହେଲେ ବର୍ଷାରେ ବୁଡିଲା ଉତ୍ତର ଓଡ଼ିଶା । ପାଣିରେ ବୁଡିଲା ଅନେକ ଉପକୂଳିଆ ଗାଁ ।

୪-ବାତ୍ୟା ପରେ ରାଜ୍ୟରେ ବଢିପାରେ ସଂକ୍ରମଣ । କରୋନା ସଂକ୍ରମଣ ବୃଦ୍ଧି ନେଇ ଆଶଙ୍କା ପ୍ରକାଶ କଲେ ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର ।

୫-ବାତ୍ୟାରେ ଦୁଇ ଜଣଙ୍କ ମୃତ୍ୟୁ : ସ୍ୱତନ୍ତ୍ର ରିଲିଫ କମିଶନର, ବାଲେଶ୍ୱରରେ ଜଣେ ଓ କେନ୍ଦୁଝରରେ ଜଣଙ୍କର ମୃତ୍ୟୁ

୬-ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍ ନେଇ ଭାରତୀୟ ପାଣିପାଗ ବିଭାଗ ମହା ନିର୍ଦେଶକ ମୃତ୍ୟୁୟଞ୍ଜୟ ମହାପାତ୍ରଙ୍କ ସୂଚନା- ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଉପକୂଳ ଅତିକ୍ରମ କରିଛି ୟସ୍‌। ଉପକୂଳ ଅତିକ୍ରମ ବେଳେ ପବନ ୧୩୦ରୁ ୧୫୦କିମି ଥିଲା।

୭-ବାତ୍ୟା ପରେ ଏବେ ବନ୍ୟା ଆଶଙ୍କା ; ଫୁଲୁଛି ବୁଢାବଳଙ୍ଗ, ପ୍ରଭାବିତ ହୋଇପାରେ ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲା ।

୮-ବାବା ରାମଦେବଙ୍କ ବିରୋଧରେ କଠୋର ହେଲା ଆଇଏମଏ, ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲା ଚିଠି ୯-ଭାରତରେ ୧୧,୭୧୭ରେ ପହଞ୍ଚିଲା ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା, ଗୁଜୁରାଟରେ ସର୍ବାଧିକ ।

  ୧୦-କଉ ବାପ ର ଦମ୍ ନାହିଁ ଯିଏ ବାବାଙ୍କୁ ଗିରଫ କରି ଦେବ…ବିବାଦ ମଧ୍ୟରେ ସାମ୍ନାକୁ ଆସିଲା ରାମଦେବଙ୍କ ଭିଡିଓ ।

୧୧-କୃଷକ ଆନ୍ଦୋଳନକୁ ପୂରିଲା ୬ମାସ: କଳା ପଗଡି ପିନ୍ଧି ଓ କଳା ପତାକା ଉଡାଇ କଳା ଦିବସ ପାଳନ କଲେ କୃଷକ ।

୧୨-କରୋନା ପାଇଁ ପରବର୍ତ୍ତୀ ଘୋଷଣା ଯାଏଁ ଜେଇଇ ଆଡଭାନ୍ସ ସ୍ଥଗିତ ।

୧୩-ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ହ୍ୱାଟସଆପ୍‌ ।

୧୪-ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ହେବ ସ୍ୱାସ୍ଥ୍ୟ ଯାଞ୍ଚ: SRC ।

୧୫-ନୂତନ ଡିଜିଟାଲ ନିୟମ ଲାଗୁ ନେଇ ଉତ୍ତର ଦେବାକୁ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଚିଠି ଲେଖିଲା କେନ୍ଦ୍ର ।

୧୬-କରୋନା ଓ ବ୍ଲାକ୍ ଫଙ୍ଗସ୍ ଭିତରେ ଦିଲ୍ଲୀରେ ବ୍ୟାପୁଛି ଡେଙ୍ଗୁ-ଚିକନଗୁନିଆ ।୧୭-ପଶ୍ଚିମବଙ୍ଗରେ ‘ୟାସ’ର ପ୍ରଭାବ; ୩ ଲକ୍ଷରୁ ଅଧିକ କୋଠା କ୍ଷତିଗ୍ରସ୍ତ ।

୧୮-ଉକୃଷ୍ଟ କୋଭିଚ୍ ପରିଚାଳନା ନିମନ୍ତେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାକୁ ଆର୍ଥିକ ସହାୟତା, ଡାକ୍ତରୀ ସରଞ୍ଜାମ ଓ ଉପକରଣ ଯୋଗାଇବ ଓଡ଼ିଶା ଔଷଧ ନିଗମ .ଶୁଭ ସକାଳ,ସୁପ୍ରଭାତ

Comments (0)
Add Comment