ଆଜିର ରାଶିଫଳ

0 292

ଜୁନ ମାସ ୧୬ ତାରିଖ ୨୦୨୨ ମସିହା(ଗୁରୁବାର)ଆଷାଢ଼-କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୦୯/୨୯ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା,ଶେଷରଜ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୫୯,
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୧୯ସିଂହ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ, ରାଶିର ଘାତବାର, ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ବୋଇତିକଖାରୁ ଦିବା ଘ ୦୯/୨୯ ଗତେ ପୋଟଳ ଭକ୍ଷଣ ନିଷେଧ।
🐏ମେଷ👉ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
🐮ବୃଷ👉ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
👩‍❤️‍👨ମିଥୁନ👉ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
🦀କର୍କଟ👉ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷା ରେ ସଫଳତା ମିଳିବାର ସମ୍ଭାବ ନା ରହିଛି।
🦁ସିଂହ👉ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।
🙎‍♀️କନ୍ୟା👉ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶି ବେ। କୌଣସି ବଡ଼ ନେଣ ଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
⚖️ତୁଳା👉ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
🦂ବିଛା👉ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।
🏹ଧନୁ👉ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
🐊ମକର👉ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
🏺କୁମ୍ଭ👉ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।
🐟ମୀନ👉ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ!! ଏମିତି ବି ଜୀବନରେ ବେଶି ସମ୍ପର୍କର ଆଦୌ ଦର କାର ନାହିଁ,କିନ୍ତୁ ଯେଉଁ ସମ୍ପର୍କ ଅଛି ତା ଭିତରେ ଜୀବନ ଥିବା ଦରକାର। ରାତି ବଦଳିପାରେ ସ୍ବପ୍ନ ନୁହେଁ.ରାସ୍ତା ବଦଳି ପାରେ ଲକ୍ଷ୍ୟ ନୁହେଁ.ସବୁବେଳେ ନିଜର ବିଶ୍ୱାସକୁ ଜଗାଇ ରଖନ୍ତୁ ସମୟ ଦିନେ ନା ଦିନେ ବଦଳିବ🙏🏻ଜୟ ଜଗନ୍ନାଥ,ଜୟ ସୋମନାଥ🙏🏻

Leave A Reply

Your email address will not be published.