ଜିତିଲେ ରାହୁଲ

0 176

ଭୁବନେଶ୍ୱର୧୫/୬(ଏସ ଏସ ନିଉଜ)ଜୀବନ ଯୁଦ୍ଧରେ ରାହୁଲର ‘ମହାବିଜୟ’ ହୋଇଛି। ସଫଳ ହୋଇଛି ୧୦୦ ଘଣ୍ଟାର ଅପରେସନ।୧୦୦ଘଣ୍ଟାରୁ ଅଧିକ ସମୟର ଅପରସେନ ପରେ ଉଦ୍ଧାର ହେଲା ରାହୁଲ । ଛତିଶଗଡର ଜାଞ୍ଜଗିରି-ଚାମ୍ପାରେ ଫସିଥିବା ରାହୁଲ ଉଦ୍ଧାର ହୋଇଛି । ଯବାନ ଅନୀଲଙ୍କ ହାତରେ ରାହୁଲକୁ ଉଦ୍ଧାର କରାଯାଇଛି । ରାହୁଲକୁ ବୋରୱେଲରୁ ଟନେଲକୁ ଅଣାଯିବା ପରେ ବାହାରକୁ ଅଣାଯାଇଥିଲା । ବାହାରେ ଥିବା ମେଡିକାଲ ଟିମ୍ ତୁରନ୍ତ ତାଙ୍କୁ ମେଡିକାଲ ସହାୟତା ଯୋଗାଇଥିଲେ ।
ବାଧକ ସାଜିଥିବା ପଥର ଚଟାଣ କାଟିବା ପାଇଁ ଅନେକ ସମସ୍ୟାଥିଲା ।ତେବେ ଏହାକୁ କାଟିବା ପରେ ରାହୁଲକୁ ଉଦ୍ଧାର କରାଯାଇଛି ।ଉଦ୍ଧାରକାରୀ ଟିମ୍ଭିଏଲସି କ୍ୟାମେରା ଦ୍ୱାରା ରାହୁଲର ଅବସ୍ଥିତି ଅନୁଧ୍ୟାନ କରିଥଲା ।ଉଦ୍ଧାରକାରୀ ଦଳଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ଥିଲା ।
୧୦ ବର୍ଷୀୟ ରାହୁଲ । ଗତ ୪ ଦିନ ଧରି ସେ ସେଠାରେ ଫସିରହିଥିବା ବେଳେ ଉଦ୍ଧାର ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା ଦିନ ରାତିି ଉଦ୍ଧାରକାରୀ ଦଳ ସେଠାରେ ପ୍ରୟାସ ଜାରିରଖିଥିଲେ ଏବଂ ଶେଷରେ ତାଙ୍କୁ ସଫଳତା ମିଳିଛି । ରାହୁଲଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା, ଏନଡିଆରଏଫର ଟିମ, ସ୍ଥାନୀୟ ପୋଲିସ ଲାଗିପଡିଥିଲେ । ରାହୁଳକୁ ଉଦ୍ଧାର କରିବାପାଇଁ ସବୁଆଡେ ପ୍ରାର୍ଥନା ମଧ୍ୟ କରାଯାଇଥିଲା ରାହୁଲକୁ ସୁରକ୍ଷିତ ବାହାରକୁ ଆଣିବାରେ ପରେ ତାକୁ ମେଡିକାଲ ନିଆଯାଇଥିଲା ।

 

Leave A Reply

Your email address will not be published.