ଆଜିର ରାଶିଫଳ

୨୦୨୩ ମସିହା ଜୁଲାଇ ମାସ ୧୬ ତାରିଖ ରବିବାର।
ମାସାନ୍ତ,ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢା ପରିକ୍ରମା।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୯/୫୯,ସୂର୍ଯ୍ୟାସ୍ତ- ଘ୬/୨୫/୧,ଶ୍ରାବଣ ମାସକୃଷ୍ଣପକ୍ଷ,ଆଦିତ୍ୟ ବାସ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୧୦ /୧ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା,ଘାତଚନ୍ଦ୍ର–କନ୍ୟାରାଶିର ଘାତଚନ୍ଦ୍ର, ଘାତବାର –ମେଷ ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବିରି, ରାତ୍ରି ଘ୧୦/୧ମିପରେ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୧୪ମି ରୁ ଘ୧/୨୮ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୧୬ମି ରୁ ଘ୨/୩୯ମିପର୍ଯ୍ୟନ୍ତ,ଶୁଭବେଳା–ଅମୃତ ପ୍ରାତଃ ଘ୬/୫୬ମି ରୁ ଘ୯/୨୦ମି ମଧ୍ୟେ, ଦିବା ଘ୧୧/୪୪ମି ରୁ ଘ୨/୮ମି ମଧ୍ୟେ, ସୂର୍ଯ୍ୟାସ୍ତ ଘ୬/୨୫ମି ରୁ ରାତ୍ରି ଘ୮/୧ମି ମଧ୍ୟେ, ଘ୧୧ /୧୩ମି ରୁ ଘ୧/୩୭ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୪/୩୨ମି ରୁ ଅପରାହ୍ନ ଘ୫/୨୦ମି ପର୍ଯ୍ୟନ୍ତ। ଶୁଭକର୍ମ:- ନାାହଁ ।
🐏ମେଷ👉ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦ କରିବାର ଦିନ ଅଟେ। ମିତ୍ରମାନଙ୍କଠାରୁ ଉପହାର ମିଳିବ ତଥା ତାଙ୍କର ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। ନୂଆ ମିତ୍ରତାର କାରଣରୁ ଭବିଷ୍ୟତ ରେ ଲାଭ ହୋଇପାରେ। ପ୍ରାକୃତିକସ୍ଥଳକୁ ଯାତ୍ରା କରି ପାରନ୍ତି।
🐮ବୃଷ👉ଆଜିର ଦିନ, ଚାକିରି କରୁଥିବା ଲୋକମାନଙ୍କ ପାଇଁ ଶୁଭ ଅଟେ। ନୂଆ କାର୍ଯ୍ୟର ଆୟୋଜନ ସଫଳତାପୂର୍ବକ କରି ପାରିବେ। ଉଚ୍ଚାଧିକାରି ମାନଙ୍କର କୃପାଦୃଷ୍ଟି ଆପଣ ଉପରେ ରହିବ। ପ୍ରମୋସନ ମଧ୍ୟ ହୋଇପାରେ। ଗୃହସ୍ଥଜୀବନରେ ମଧୁରତା ଆସିବ। ଆପଣଙ୍କ ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ। ସରକାରୀ ଲାଭ ମିଳିବ।
👩‍❤️‍👨ମିଥୁନ👉କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଆଜିର ଦିନ ଅନୁକୂଳ ନୁହେଁ। ଶରୀରରେ ବ୍ୟଥା ଏବଂ ଆଳସ୍ୟ ରହିବାରୁ କାର୍ଯ୍ୟ କରିବାପାଇଁ ଉତ୍ସାହ ହେବନାହିଁ। ପେଟ ସମ୍ବନ୍ଧିତ ରୋଗରେ ଯନ୍ତ୍ରଣା ହୋଇପାରେ। ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ।
🦀କର୍କଟ👉 ଆଜି ସାବଧାନପୂର୍ବକ ବ୍ୟବହାର କରିବାକୁ ପଡ଼ିବ। ପାରିବାରିକ ସଦସ୍ୟମାନଙ୍କ ସହିତ ବାଦ- ବିବାଦ କରନ୍ତୁ ନାହିଁ। ବାଣୀ ତଥା କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଅଧିକ ଖର୍ଚ୍ଚ ହେବାର ଆଶଙ୍କା ଅଛି। ଈଶ୍ଵରଙ୍କର ସ୍ମରଣ ତଥା ଆଧ୍ୟାତ୍ମିକତା ଲାଭଦାୟୀ ରହିବ।
🦁ସିଂହ👉ବୈବାହିକ ଜୀବନରେ ନିଜନିଜ ଭିତରେ କଳହ ହେବାରୁ ପତି-ପତ୍ନୀଙ୍କ ମଧ୍ୟରେ ଚିନ୍ତା ହୋଇପାରେ। ଜୀବନସାଥୀଙ୍କର ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ନିଜର ଭାଗିଦାରୀ ତଥା ବ୍ୟାପାରିମାନଙ୍କ ସହିତ ଶାନ୍ତ ମନରେ କାମ କରନ୍ତୁ। ସମ୍ଭବ ହେଲେ ନିରର୍ଥକ ଚର୍ଚ୍ଚା କିମ୍ବା ବିବାଦରେ ପଡ଼ନ୍ତୁନାହିଁ।
🙎‍♀️କନ୍ୟା👉ଆଜିର ଦିନ ଆପଣ ଫୂର୍ତ୍ତି ତଥା ସୁସ୍ଥ ଅନୁଭବ କରିବେ। ଘର ତଥା ଚାକିରି ସ୍ଥଳର ବାତାବରଣ ଆନନ୍ଦ ଦାୟୀ ରହିବ। ସହକର୍ମି ମାନଙ୍କର ସହଯୋଗ ମିଳିବ। ଶ୍ୱଶୁରଘର ପକ୍ଷରୁ ଭଲ ସମାଚାର ମିଳିବ। କାର୍ଯ୍ୟ ସଫଳ ହେବାଯୋଗୁଁ ଆପଣଙ୍କୁ ଯଶ ମିଳିବ। ଖର୍ଚ୍ଚ ଅଧିକ ହୋଇପାରେ।
⚖️ତୁଳା👉ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ହେବ। ସନ୍ତାନମାନଙ୍କର ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ବାଦ-ବିବାଦ କିମ୍ବା ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରିବା ପରେ, ତାହା ସଫଳ ହେବାର ସମ୍ଭାବନା କମ ହେବ। କୌଣସି ପ୍ରିୟଜନଙ୍କର ସହିତ ଭେଟ ହେବ। ମାନଭଙ୍ଗ ନ ହେଉ, ଏହାର ଧ୍ୟାନ ରଖିବେ।
🦂ବିଛା👉 ନିଜ- ସମ୍ବନ୍ଧୀ ମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ଆର୍ଥିକ କ୍ଷତିର ଆଶଂକା ଅଛି। କୌଣସି ପ୍ରକାରର କାଗଜପତ୍ରକୁ ସମ୍ଭାଳି କରି ରଖିବେ। ନକାରାତ୍ମକ ବିଚାର ଆପଣଙ୍କଉପରେ ପ୍ରଭାବ ପକାଇପାରେ, ଧ୍ୟାନ ରଖିବେ। ସ୍ଵାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହୋଇପାରେ।
🏹ଧନୁ👉ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଆଜିର ଦିନ ଶୁଭ ଅଟେ। ଭାଇ-ବନ୍ଧୁଙ୍କ ସହିତ ମିଳାମିଶାରେ ବୃଦ୍ଧି ହେବ ତଥା ପରିଜନମାନଙ୍କର ସହିତ ଯାତ୍ରା କରିବାପାଇଁ ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ। ଭାଗ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି। କାର୍ଯ୍ୟରେ ସଫଳତା ମିଳିବ।
🐊ମକର👉 ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ନ ହେଉ, ଏହାର ଧ୍ୟାନ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିଲେ ଆପଣଙ୍କୁ ପ୍ରତ୍ୟେକ ଅସୁବିଧା ଦୂର ହେବ। ଶେୟାର-ସଟ୍ଟାରେ ପୁଞ୍ଜି- ନିବେଶ କରିବାର ଆୟୋଜନ ଆପଣ କରି ପାରିବେ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ଆଖିରେ ପୀଡ଼ା ହେବାର ଆଶଂକା ଅଛି।
🏺କୁମ୍ଭ👉ଆଜିର ଦିନ ଶୁଭ ଫଳଦାୟୀ ଅଟେ। ଶାରୀରିକ ତଥା ମାନସିକ ରୂପରେ ଆପଣ ପ୍ରସନ୍ନ ରହିବେ। ଭୌତିକ ତଥା ଆଧ୍ୟାତ୍ମିକ ଦୃଷ୍ଟିରୁ ଆପଣଙ୍କୁ ଭଲ ଅନୁଭବ ହୋଇପାରେ। ପରିଜନ ମାନଙ୍କସହିତ ପ୍ରବାସରେ ଭୋଜନକରିବା ତଥା ଉପହାର ମିଳିବା ଉପରେ ଆପଣ ଆନନ୍ଦିତ ହେବେ।
🐟ମୀନ👉ଲୋଭ କରନ୍ତୁ ନାହିଁ। ଆର୍ଥିକ ବିଷୟରେ ବହୁତ ସାବଧାନ ରୁହନ୍ତୁ। ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ଏକାଗ୍ରତା ମଧ୍ୟ କମ ହୋଇପାରେ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହୋଇପାରେ। ପରିଜନମାନଙ୍କ ସହିତ ମତଭେଦ ହେବାର ଆଶଙ୍କା ଅଛି।
ନୀତିବାଣୀ-ଉପଦେଶ ଦେବା ସହଜ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ। ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତିନାହିଁ !ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.