୨୦୨୩ମସିହା ଜୁଲାଇମାସ ୧୭ ତାରିଖ ସୋମବାର।ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା, ଶ୍ରୀମନ୍ଦିରରେ ଓ ଗୃହିଣାଂ ଚିତାଉ ଅମାବାସ୍ୟା, ଶ୍ରୀଜୀଉଙ୍କର ସୁବର୍ଣ୍ଣ ଚିତାଲାଗି, (ଚିତାଉ ଭୋଗ), ଚିତ୍ରକ ପର୍ବ, ଗୋସହସ୍ରୀ ଗଙ୍ଗାସ୍ନାନ, ଅଶ୍ବତ୍ଥ ଛାୟାଜଳେ ସ୍ନାନ, ସୋମ ମହତୀ ସ୍ନାନ, ନଷ୍ଟ ଚନ୍ଦ୍ରୋପ ବାସ ଓ ନିଶାପାଳନ, ଚତୁର୍ମାସ ବ୍ରତାରମ୍ଭ, କାଉଡ଼ି ଭକ୍ତଙ୍କ ଜଳାଭିଷେକ ଯାତ୍ରା, ଅଶୁଦ୍ଧକାଳ ଆରମ୍ଭ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୦/୨୧,ସୂର୍ଯ୍ୟାସ୍ତ- ଘ୬/୨୪/୫୧,ଶ୍ରାବଣ ମାସ,
କୃଷ୍ଣପକ୍ଷ,ଚ଼ନ୍ଦ୍ର ବାସ,ତିଥି- ଅମାବାସ୍ୟା ରାତ୍ରି ଘ୧୧/୫୫ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ।
ଘାତଚନ୍ଦ୍ର–ରାତ୍ରି ଘ୧୧/୧୦ମି ମଧ୍ୟେ କନ୍ୟା ରାଶିର ଘାତଚନ୍ଦ୍ର।ଘାତବାର–ମିଥୁନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ଆମିଷ, ରାତ୍ରି ଘ୧୧/୫୫ମି ପରେ ପାଣିକଖାରୁ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୭/୦ମି ରୁ ଘ୮/୩୮ମିପର୍ଯ୍ୟନ୍ତ।ଶୁଭ ବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୬/୫୮ମି ମଧ୍ୟେ, ଘ ୧୦/୧୦ମି ରୁ ଘ୧୨/୩୪ମି ମଧ୍ୟେ, ରାତ୍ରି ଘ୭/୧୨ମି ରୁ ଘ୯/୩୬ମି ମଧ୍ୟେ, ଘ୧୨/୦ମି ରୁ ଘ୩/୧୨ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୨/୫୮ମି ରୁ ଘ୪/୩୪ମି ପର୍ଯ୍ୟନ୍ତ।
🐏ମେଷ👉ପ୍ରତ୍ୟେକ କ୍ଷେତ୍ରରେ ଆପଣ ନିଜକୁ ଠିକ୍ ଭାବେ ଆଡ୍ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ । ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିବେ। ପ୍ରଶାସନିକ ସ୍ତରରେ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବାରେ ବନ୍ଧୁ ସାହାଯ୍ୟ କରିବେ। କୃଷି, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
🐮ବୃଷ👉କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ପ୍ରଯନତ୍ କରିବେ। ଅଫିସ୍ କାମର ଚାପ ପ୍ରଭାବରୁ ଟେନସନ୍ କିଛି ମାତ୍ରାରେ ଲାଗିରହିବ । ପରିବାର କ୍ଷେତ୍ରରେ ଏମିତି କେତେକ କଥା ରହିଛି, ଯାହାକୁ କି କହିପାରିବେ ନାହିଁ । ଏଣୁ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ମାନସିକ ଅଶାନ୍ତିର କାରଣ ହେବ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।
👩❤️👨ମିଥୁନ👉ବନ୍ଧୁମାନଙ୍କ ସହାନୁଭୂତିର ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେକରିବେ । ଯେଉଁ କାମଟିକୁ ଆଜିଯାଏ ଆପଣ କରି ପାରୁନଥିଲେ ଆଜି ମଧ୍ୟାହ୍ନ ପରେ ତାହା ସୁବିଧାରେ ହୋଇଯିବ । ମାତ୍ର ଘରର ବାରଣ ମାନି କାମ କଲେ ଅବଶ୍ୟ ଉପକୃତ ହେବେ। ଅଫିସରେ ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ।
🦀କର୍କଟ👉ଆଜି ଆପଣ ପ୍ରତିବନ୍ଧକର ସାମ୍ନା କରି, ପରିସ୍ଥିତି ସହ ଲଢେଇ କରି କାମ ହାସଲ କରିପାରିବେ। ଗତକାଲି ଠାରୁ ଆଜି ଯାହା କରିବା ପାଇଁ ଚିନ୍ତା କରିଥିଲେ ସେହି କାମଗୁଡିକ ସହଜ ଓ ସୁବିଧାରେ ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ। କେତେକ କ୍ଷେତ୍ରରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ।
🦁ସିଂହ👉ପରିବାରର କିଛି ଅଭାବ ଓ ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ ପାଇଁ ଦିନଟି ବହୁତ ଭଲ । ଉଚ୍ଚ ପଦାଧିକାରୀଙ୍କ କ୍ରୋଧରୁ କିଛିଟା ହଇରାଣ ହୋଇପାରନ୍ତି। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ।
🙎♀️କନ୍ୟା👉ବିଷମ ପରିସ୍ଥିତିରେ ବନ୍ଧୁଙ୍କଠାରୁ ପ୍ରତ୍ୟୁପକାର ଆଶା ନିରର୍ଥକ ହୋଇପାରେ। ଅବଶ୍ୟ ଅନ୍ୟମାନଙ୍କ ସକାଶେ ଦୀର୍ଘଦିନ ହେଲା ଯେଉଁ କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇଥିଲେ, ତାହା ଅକ୍ଳେଶରେ ହୋଇଯିବ । ସାଙ୍ଗସାଥୀଙ୍କ ସହ ଭ୍ରମଣ ସୁଯୋଗ ଜୁଟିବ। ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ ।
⚖️ତୁଳା👉ଆଜି ହାତ ଖାଲି ରହିବ ନାହିଁ। ବିଭିନ୍ନ ଦିଗରୁ ରୋଜଗାର କରିବାରେ ସମର୍ଥ ହେବେ। କିନ୍ତୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟରେ ପ୍ରଶଂସିତ ହେବେ । କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ ସମସ୍ୟା ପ୍ରାୟତଃ ଆଗକୁ ବଢିପାରିବ ନାହିଁ ।
🦂ବିଛା👉ଅଯଥା ଭୟ, ଆଶଙ୍କା ମଧ୍ୟରେ ଦିନଟିକୁ କଟାଇବେ। ସ୍ବାସ୍ଥ୍ୟଗତ କେତେକ ସମସ୍ୟା ମନକୁ ନିରୁତ୍ସାହିତ କରିବ । ଯାହାଙ୍କଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ, ତାହା ନ ପାଇ ମନ ଭଲ ରହିବ ନାହିଁ। ଭୁଲ୍ ବୁଝାମଣାବଶତଃ ସାଧାରଣ କଥାରେ ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ।
🏹ଧନୁ👉ପାରିବାରିକ ଅଶାନ୍ତି ରହିଥିଲେ ମଧ୍ୟ ପରିସ୍ଥିତିକୁ ଆଖି ଆଗରେ ରଖି କାମ କଲେ କୌଣସି ଅସୁବିଧା ହେବ ନାହିଁ। ଯେକୌଣସି କ୍ଷେତ୍ରରେ ମଧ୍ୟ ତରବର ନ ହୋଇ ଭାବଚିନ୍ତି କାମ କରିବା ଭଲ ହେବ। ଅଫିସରଙ୍କ ସମ୍ମୁଖରେ ନିଜ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ରୋଗପୀଡ଼ା ଭୋଗ କରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ।
🐊ମକର👉ଗତକାଲିଠାରୁ ପରୋକ୍ଷ ଶତ୍ରୁତା, ଧାର କରଜ, ପିଲାମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଯେତେ ଭଲକଥା କୁହନ୍ତୁ କିମ୍ବା କରନ୍ତୁ, ନିଜ ସହ ଆଦୌ ପଡୁ ନ ଥିବା ଲୋକମାନେ ନିନ୍ଦା ରଟନା କରିବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କିମ୍ବା ଅଫିସରେ କଳହ ସୃଷ୍ଟି ହୋଇପାରେ । ଅନ୍ୟମାନଙ୍କ ଘରୋଇ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ ।
🏺କୁମ୍ଭ👉ଦିନଟିରେ ମାନ୍ଦା ବେପାର, ବନ୍ଧୁଙ୍କ ଶତ୍ରୁତା, ପୁଅ ଝିଅଙ୍କ ବାହାଘର ସମସ୍ୟା ନେଇ ବ୍ୟସ୍ତ ରହିବେ। ତଥାପି ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବା ଦିଗରେ ଜଣେ ପୂର୍ବବନ୍ଧୁ କିଛି ଖବର ନେଇ ଆସିବେ। କର୍ମକ୍ଷେତ୍ରରେ ଅଭାବନୀୟ ସ୍ଥିତିରୁ ସହସା ମୁକ୍ତି ମିଳିବ। ବହୁତ ଦିନର ନୂଆ ଯୋଜନାଟିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବେ
🐟ମୀନ👉ପାରିବାରିକ ସ୍ଥିରତା ଓ କର୍ମକ୍ଷେତ୍ରର ସ୍ଥିତି ଅକ୍ଷୁଣ୍ଣ ରହିଥିଲେ ହେଁ ଗୋଟିଏ ସମସ୍ୟା ଶେଷ ହେଉ ହେଉ ଅନ୍ୟ ଏକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ। ଆର୍ଥିକ ଦୃଷ୍ଟି କୋଣରୁ ଦିନଟି ମନ୍ଦ ନୁହେଁ । କିନ୍ତୁ ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ସମସ୍ୟା ଲାଗି ରହିବ । ରାଜନୈତିକ ଚାପର ସମ୍ମୁଖୀନ ହୋଇପାରନ୍ତି, କିନ୍ତୁ ସଭାସମିତିରେ ସଫଳତା ହାସଲକରିବେ।

ନିତିବାଣୀ-ନିଜକୁ ଦର୍ପଣଭଳି ତିଆରି କରିବାର ଅଛି,କାରଣ ଦର୍ପଣ ସାମନାକୁ ଯଦି ଖରାପ ମଣିଷଆସେ ସେତାକୁ ସଠିକ୍ କରିଦେଇଥାଏ। ଆଉଯଦି ଭଲ ମଣିଷଆସେ ତାର ଭଲଗୁଣକୁ ବୃଦ୍ଧି କରିଦେଇଥାଏ।
ବାସ୍ତୁଟିପ୍ପଣୀ-ବିବାହରେ ବାଧା କିମ୍ବା କର୍ମରେଅସଫଳ ହୋଇଥିଲେ କୁଣ୍ଡଳୀରେ ରହିଛି ଗୁରୁଦୋଷ, କେମିତି କରବେ ଦୂର-
ଜ୍ୟୋତିଷଶାସ୍ତ୍ର ଅନୁସାରେ ବୃହସ୍ପତିଗ୍ରହଙ୍କୁ ଦେବଗୁରୁ କୁହାଯାଏ। ଯଦି କାହା କୁଣ୍ଡଳୀରେ ଦେବଗୁରୁ ମଜବୁତ ସ୍ଥିତିରେ ରହିଥାନ୍ତି, ତେବେ ତାର ଜୀବନ ସବୁବେଳେ ଖୁସି ରହିଥାଏ ଏବଂ ବ୍ୟକ୍ତିର ଭାଗ୍ୟ ଚମକିଥାଏ। ସେହିବ୍ୟକ୍ତି କୌଣସିବ୍ୟକ୍ତିଙ୍କୁ ନିଜଜ୍ଞାନ ବଳରେ ହରାଇପାରେ। ଏହି ଲୋକ ବହୁତ ସଫଳତା ହାସଲ କରନ୍ତି।ଜୀବନରେ କେବେ ବି ଧନ ଏବଂସୁଖ ସମୃଦ୍ଧି କମ୍ ହୋଇନଥାଏ। କିନ୍ତୁ ଯେତେବେଳ ଗୁରୁ ଦୁର୍ବଳ ସ୍ଥିତିରେ ରହିଥାଏ, ସେତେ ବେଳେ ଜୀବନରେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଭାଗ୍ୟ ସାଥ ଦେଇନଥାଏ, ବୈବାହିକ ଜୀବନରେ ଝଡ ଆସିଥାଏ। ତେବେ ଆସନ୍ତୁ ଜାଣିବା କେମିତି ଏହାକୁ ମଜବୁତ କରିବେ…
କୁଣ୍ଡଳୀରେଥିବା ଗୁରୁଦୋଷ ପ୍ରଭାବକୁ ଦୂର କରିବାର ଉପାୟ:- ଯଦି ଆପଣଙ୍କ କୁଣ୍ଡଳୀରେ ଗୁରୁଦୋଷ ରହିଥାଏ, ତେବେ ଏହାର ପ୍ରଭାବକୁ କମ୍ କରିବାପାଇଁ ଗୁରୁବାରଦିନ ପାଣିରେ ଦୁଇ ଚାମଚହଳଦୀ ପାଉଡର ପକାଇ ସ୍ନାନକରନ୍ତୁ। ଏହାପରେ ଓଁ ନମୋ ଭଗବତେବାସୁଦେବାୟ ନମଃମନ୍ତ୍ର ଜାପ କରନ୍ତୁ। ମଥାରେ କେସରରତିଳକ ଲଗାନ୍ତୁ। କଦଳୀଗଛ ମୂଳେ ଜଳ ଚଢାନ୍ତୁ ଏବଂ ଦୀପଧୂପରେ ଆରତୀକରନ୍ତୁ।
ନିୟମିତଭାବେ ପ୍ରତିଦିନ ସକାଳ ସନ୍ଧ୍ୟାରେ ସ୍ନାନାଦି କରିବାଦ୍ୱାରା ୧୦୮ଥର ଗାୟତ୍ରୀମନ୍ତ୍ର ଜପ କରନ୍ତୁ। ଏହାଦ୍ୱାରା ଗୁରୁ ମଜବୁତସ୍ଥିତିରେ ରହିବା ସହିତ ସୂର୍ଯ୍ଯ ମଧ୍ୟ ମଜବୁତସ୍ଥିତିରେ ରହିଥାନ୍ତି।
ହିନ୍ଦୁଧର୍ମରେ ଗାୟତ୍ରୀମନ୍ତ୍ରକୁ ଶକ୍ତିଶାଳୀମନ୍ତ୍ର ବୋଲି କୁହାଯାଏ। ଦେବଗୁରୁ ବୃହସ୍ପତି ଙ୍କକୃପା ପାଇବାପାଇଁ ବ୍ୟକ୍ତି ପ୍ରତିଦିନ ହଳଦିଆରଙ୍ଗର ମାଳାରେ ଓଁ ହ୍ରିଂହ୍ରଂଶ୍ରୀଶ୍ରୀ ଲକ୍ଷ୍ମୀ ବାସୁଦେବାୟନମଃ ମନ୍ତ୍ର ଜପ କରନ୍ତୁ। ଯଦି ପ୍ରତିଦିନକରିବା ସମ୍ଭବହେଉନାହିଁ, ତେବେ ଗୁରୁବାରଦିନ ନିଶ୍ଚିତ କରନ୍ତୁ।
ଗୁରୁବାରଦିନ କୌଣସି ମନ୍ଦିରକୁ ଯାଇ କୌଣସି ଜରୁରୀପିଲାକୁ ବହିଦାନ କରନ୍ତୁ। ଗରିବଙ୍କୁ ଚଣା ଡାଲି ଦାନକରିବା ମଧ୍ୟ ଶୁଭ ହୋଇଥାଏ।
ଯଦି କୁଣ୍ଡଳୀରେ ଗୁରୁଦୋଷ ରହିଥାଏ, ତେବେ ଗୁରୁବାର ଦିନ ସକାଳୁ ଜଲଦିଉଠି ସ୍ନାନ କରି ଭଗବାନବିଷ୍ଣୁଙ୍କ ପୂଜା ଅର୍ଚନାକରିବା ଉଚିତ।ଏହାଦ୍ୱାରା ଗୁରୁଦୋଷ ପ୍ରଭାବ କମ୍ ହୋଇଥାଏ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

