ଆଜିର ରାଶିଫଳ

0 192

୧୮-୭-୨୦୨୩(ମଙ୍ଗଳବାର)ଅଦ୍ୟକର୍କଟ ଦି୨ନ ଶ୍ରାବଣ ଶୁକ୍ଳପ୍ରତିପଦ ଦ୫୧।୪୫ ରାଘ ୨।୩,ପୁନର୍ବସୁ ଦ୧।୧ ପ୍ରାଘ୫।୪୫, କର୍କଟ ଚନ୍ଦ୍ର ଦ୬୦ ନିଶାନ୍ତ।ଯୋଗିନୀ ପୂର୍ବେ । ରାତ୍ରି ଘ୨।୩ ଗତେ ଯାତ୍ରାଦି ଶୁଭ କର୍ମ ନାସ୍ତି ।ମକରରାଶିର ଘାତବାର ।ଦିବା ଘ୬।୫୯ ଗତେ ଘ୮।୩୭ ମଧ୍ୟେ ବାରବେଳା । ଘ୧।୩୦ ଗତେ ଘ୩।୮ ମଧ୍ୟେ ବାରବେଳା । ରାତ୍ରି ଘ୭।୪୫ ଗତେ ଘ୯।୭ ମଧ୍ୟେ କାଳରାତ୍ରି । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ପାଣିକଖାରୁ ଭକ୍ଷଣ ନିଷେଧ ।ଅମୃତ – ଦିବା ଘ୭।୪୫ ଗତେ ଘ୧୦।୯ ମଧ୍ୟେ ଘ୧୨।୩୩ ଘ ୨।୯ ମଧ୍ୟେ ଘ ୨।୫୭ ଗତେ ଘ ୪।୩୩ ମଧ୍ୟେ ଘ ୭।୧୧ ମଧ୍ୟେ ଘ ୯।୩୫ ଗତେ ଘ୧୨।୦ ମଧ୍ୟେ ଘ୨।୨୪ ଗତେ ଘ୪।୦ ମଧ୍ୟେ ।ମାହେନ୍ଦ୍ର – ନାସ୍ତି ।
ମେଷ:- ଆପଣଙ୍କ ମନରେ ନୂଆନୂଆ ବିଚାର ସୃଷ୍ଟିହେବ। ଆଖପାଖର ଗତିବିଧିଉପରେ ଦୃଷ୍ଟିରଖନ୍ତୁ। ବ୍ୟବସାୟୀଙ୍କଲାଗି ଦିନଟି ସାମାନ୍ୟ ରହିବ।
ବୃଷ:- ପରିଶ୍ରମ ତୁଳନାରେ କମ୍ ଫଳ ମିଳିବ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖକର ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ମିଥୁନ:- ଆପଣଙ୍କ ଉପରେ ଘରର ମୁରବିଙ୍କ ଆଶୀର୍ବାଦ ରହିବ। ପୂର୍ବ ସମସ୍ୟାର ସମାଧାନ ହେବ। ଜୀବନସାଥୀଙ୍କ ସହ ଆନନ୍ଦମୟ ସମୟ କାଟିବେ।
କର୍କଟ:- ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ।
ସିଂହ:- ନିଜ ଭାଷରେ ନିୟନ୍ତ୍ରଣ ରଖନ୍ତୁ। ବିବାଦଠୁଁ ଦୂରରେ ରୁହନ୍ତୁ। ବ୍ୟବସାୟରେ ପରିଶ୍ରମ ଅନୁସାର ସନ୍ତୋଷଜନକ ଫଳ ପାଇବେ।
କନ୍ୟା:- ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ଅନ୍ଲାାଇନ୍ ବ୍ୟବସାୟୀଙ୍କୁ ବଡ଼ ସୁଯୋଗ ମିଳିବ।
ତୁଳା:- ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେବ। ବେପାର ବୃଦ୍ଧି ଲାଗି ମନପ୍ରାଣ ଢାଳି କାମ କରିବେ। ଘରେ ଅବିବାହିତ ଲୋକଙ୍କର ବିବାହ ପ୍ରସଙ୍ଗ ଉଠିବ।
ବିଛା:- ଚାକିରିଆଙ୍କର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀ ସହ ସମ୍ବନ୍ଧରେ ସୁଖ ବଢ଼ିବ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ କମ୍ ଲାଗିବ।
ଧନୁ:- ବିବେକ ପ୍ରୟୋଗ କରି ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସଂପୂର୍ଣ୍ଣ କରିନେବେ। ବରିଷ୍ଠ ଆପଣଙ୍କ କାମକୁ ପ୍ରଶଂସା କରିବେ। ପ୍ରେମୀଯୁଗଳ ତର୍କ କରନ୍ତୁ ନାହିଁ।
ମକର:- ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ। ଘର ସଫା କରିବାରେ ଗୃହଣୀଙ୍କର ସମୟ ବିତିବ। ବଡ଼ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇପାରନ୍ତି।
କୁମ୍ଭ:- କୌଣସି କାମ କରିବା ପୂର୍ବରୁ ମୁରବିଙ୍କର ଆଶୀର୍ବାଦ ନିଅନ୍ତୁ। ଆପଣଙ୍କର ସୃଜନଶୀଳତା ବଢ଼ିବ। ସରକାରୀ ଚାକିରିଆଙ୍କର କାମ ବୋଝ ଅଧିକ ରହିବ।
ମୀନ:- ଘରୋଇ ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।

ନୀତିବାଣୀ-ଆଗରୁ ଲୋକ ମାନେ ମିଛ କହିବାକୁ ଭୟ କରୁଥିଲେ ପାପାହେବ ବୋଲି କିନ୍ତୁ ଏବେ ସତକହିବାକୁ ଭୟ କରୁଛନ୍ତି। ବିପଦରେ ପଡ଼ିବେ ବୋଲି..
ବାସ୍ତୁଟିପ୍ପଣୀ-ଘର ବନେଇବା ପୂର୍ବରୁ ଜାଣନ୍ତୁ କିଛି ଅତି ଦରକାରୀ ବାସ୍ତୁତଥ୍ୟ।
ତେବେ ବସ୍ତୁଶାସ୍ତ୍ର କାହାକୁ କୁହାଯାଏ ? ଯେକୌଣସି ଘରେ କିମ୍ବା ଭବନରେ ପାଞ୍ଚଭୁତର ସଠିକ ସନ୍ତୁଳନକୁ ବସ୍ତୁଶାସ୍ତ୍ର କୁହାଯାଏ।ଯଦି ତାକୁ ସରଳ ଭାଷାରେ କହିବା ବସ୍ତୁ ହେଉଛି ଗୋଟିଏ ପ୍ରାଚୀନ ବିଜ୍ଞାନ , ଯାହାକୁ ପୂର୍ଵକାଳର ଲୋକମାନ ପ୍ରୟୋଗକରି ନିଜର ମନ ପସନ୍ଦର ଗୃହନିର୍ମାଣ କରୁ ଥିଲେ। ସଠିକବସ୍ତୁର ପ୍ରୟୋଗ ଦ୍ୱାରା ଗୃହରେ ସକାରାତ୍ମକଶକ୍ତି ର ପ୍ରଚଳ ହୋଇଥାଏ, ଯଦ୍ୱାରା କି ଗୃହରେ ଅବସ୍ଥାପିତ କରୁଥିବା ମନୁଷ୍ୟର ଜୀବନଚର୍ଯ୍ୟରେ ଉର୍ଣ୍ଣତି ଆସିଥାଏ।ପୂର୍ବ, ପଶ୍ଚିମ,ଉତ୍ତର ଏବଂ ଦକ୍ଷିଣକୁ ଧ୍ୟାନରଖି ଘରନିର୍ମାଣ କରିବା ତେବେ ଗୃହଟି ଗୋଟିଏ ମନ୍ଦିରରେ ପରିଣତ ହୋଇପାରିବ।
ପ୍ରବେଶ ଦ୍ୱାର:-ଘରର ମୁଖ୍ୟ ଦ୍ୱାରା ବା ପ୍ରବେଶଦ୍ୱାର ଗୃହର ବସ୍ତୁଉପରେ ଆନେକ ଗୃରୁତ୍ବପୁର୍ଣ ପ୍ରଭାବ ପକେଇଥାଏ। ମହାବାସ୍ତୁ ପୁସ୍ତକ ଅନୁସାରେ ୩୨ଟି ମୁଖ୍ୟଦ୍ୱାରା କରିବାର ଆମ ପାଖରେ ଉପାୟ ଅଛି।ଘରର ମୁଖ୍ୟଦ୍ୱାରା ଏପରି ଜାଗାରେ ହେବା ଦରକାର ଯେଉଠିକି ସୂର୍ଯ୍ୟ ଉଦୟର ପ୍ରଥମକିରଣ ପଡିବା ଦରକାର ।
ଏଥିପାଇଁ ପୂର୍ବ ଏବଂ ଉତ୍ତରଦିଗ ହେଉଛି ସବୁଠାରୁ ଉତ୍ତମ ଜାଗା
ଶୌଚାଳୟ:-ଯଦି ଆପଣଙ୍କ ଘରେ ଶୌଚାଳୟ ସଠିକ ଜାଗାରେନାହିଁ ,ତେବେ ଗୃହରେ ବାସକରୁଥିବା ମନୁଷ୍ୟର ମାନସିକ ବିକାଶଉପରେ ତାହା ପ୍ରଭାବ ପକେଇଥାଏ।
ଶୌଚାଳୟ ପାଇଁ ସବୁଠୁ ସଠିକ ଜାଗାହେଉଛି ଦକ୍ଷିଣ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ ଏବଂ ଶୌଚାଳୟ ଉତ୍ତର-ପୂର୍ବରେ ନ ରଖିବାକୁ ବାସ୍ତୁ କହିଥାନ୍ତି।
ମହାବାସ୍ତୁ ପୁସ୍ତକର କହିବା ଅନୁସାରେ ଉତ୍ତର, ଉତ୍ତର-ପୂର୍ବ ଓ ପୂର୍ବ ରଖିବା ଦରକାର ଏବଂ ଦକ୍ଷିଣ ଓ ପଶ୍ଚିମ ଦିଗରେ ନ ରଖିବାକୁ ପରାମର୍ଶ ଦିଆଯାଇଛି।
ଶୋଇବା ଘର:-ଘରର ମୁଖ୍ୟଙ୍କ ଶୋଇବାଘରଟି ଦକ୍ଷିଣ-ପଶ୍ଚିମ ଦିଗରେ ରହିବ ଅତି ଆବଶ୍ୟକ ଏବଂ ଏହାକୁ ମହାବସ୍ତୁ ମଧ୍ୟ ସହମତି ପ୍ରକାଶ କରନ୍ତି।
ଏହାବ୍ୟତୀତ ଗୃହର ବାକି ଶୋଇବାଘର ଗୁଡିକ କରିବାର ଦିଗ ହେଉଛି ଦକ୍ଷିଣ ଓ ପଶ୍ଚିମ।
ଶୋଇବାଘର ଗୁଡିକ ଉତ୍ତର -ପୂର୍ବରେ କିପରି ନହଉ ଆମକୁ ଏହାପ୍ରତି ଧ୍ୟାନ ଦେବାର ଅଛି ।
ଯଦି ଏଥିରେ କିଛି ବ୍ୟତିକ୍ରମ ଆସିଥାଏ ତେବେ ବ୍ୟକ୍ତି ବିଶେଷକରି ମାନସିକ ଓ ଶାରୀରିକ ଆବସ୍ଥାରେ ନେକ ପରିବର୍ତ୍ତନ ଆସିଥାଏ ।
ପାଣିଟାଙ୍କି:-ଯଦି ଆପଣ ଘର ଛାତଉପରେ ପାଣିଟାଙ୍କି କରୁଛନ୍ତି ତେବେ ତାହା ବାସ୍ତୁର ସବୁ ନିୟମ ମାନିବା ଦରକାର।ତେବେ ବାସ୍ତୁହିସାବରେ ପାଣି ଟାଙ୍କି ପାଇଁ ସବୁଠୁ ଉପଯୁକ୍ତ ସ୍ଥାନହେଉଛି ପଶ୍ଚିମଦିଗ।
ପୂଜାଘର:-ଗୋଟିଏ ଗୃହରେ ସବୁଠୁ ଗୁରୁତ୍ୱପୁର୍ଣ ଜାଗାହଉଚି ପୂଜାଘର ।ଏହା ଘରେ ବସବାସ କରୁଥିବା ବ୍ୟକ୍ତିବିଶେଷ ଉପରେ ମାନସିକପ୍ରଭାବ ପକେଇଥାଏ।
ଯଦ୍ୱାରାକି ତାଭିତରେ ସକାରାତ୍ମକ ଶକ୍ତିର ପ୍ରଭାବ ହୋଇଥାଏ ଓ ସେ ଭଗବତ ବିଶ୍ୱାସୀ ମଧ୍ୟ ହୋଇଥାଏ।
ପୂଜାଗୃହ ପାଇଁ ସବୁଠୁ ଉପଯୁକ୍ତ ସ୍ଥାନହେଉଛି ଉତ୍ତର-ପୂର୍ବ।
ପିଲାର ପଢ଼ାଘର:-ବିଦ୍ୟା ଲାଭ କରୁଥିବା ଛାତ୍ରଛାତ୍ରୀ ପାଇ ଉତ୍ତରଦିଗରୁ ଆସୁଥିବା ସୂର୍ଯ୍ୟଙ୍କ କିରଣ ସବୁଠୁ ଉପଯୁକ୍ତ। ସେଥିପାଇଁ ଆମକୁ ଏପରି ଜାଗାରେ ପଢ଼ାଘରଟିକୁ ଏପରି ଜାଗାରେ କରିବାର ଅଛି ଯାଉଠିକି ପ୍ରଚୁର ପରିମାଣରେ ଉତ୍ତରଦିଗରୁ ଆସୁଥିବା ସୂର୍ଯ୍ୟ କିରଣ ପଡୁଥିବ।ଏଥିପାଇଁ ଉତ୍ତରଦିଗ ହଉଛି ସବୁଠାରୁ ସଠିକସ୍ଥାନ, ପଢାଘର ପାଇ ଯାହାକି ପିଲାଟିକୁ ମାନସିକ ଚାପରୁ ଦୁରୀଭୂତ କରେ ଓ ବିଦ୍ୟାଅଧ୍ୟାୟନ କରିବାକୁ ଆଗ୍ରହ ବଢାଇଥାଏ।
ରୋଷେଇଘର:-ଗୃହର ରୋଷେଇଘର ଯାହାକୁ ଆମେ ହାଣ୍ଡିଶଳା ମଧ୍ୟ କହିଥାଉ, ଏଥିପାଇଁ ଉପଯୁକ୍ତ ସ୍ଥାନ ହେଉଛି ପୂର୍ବ,ଦକ୍ଷିଣ-ପୂର୍ବ।
ସବୁଠୁ ଗୁରୁତ୍ୱପୁର୍ଣ ବିଷୟ ହେଉଛି ରୋଷେଇଘର ଏପରି ଜାଗାରେ ହେବା ଦରକାର ଯେଉଠିକି ସକାଳର ସୂର୍ଯ୍ୟ କିରଣ ପଡୁଥିବ। ଯଦ୍ୱାରା ରାତିରେ ସୃଷ୍ଟିହୋଇଥିବା କ୍ଷତିକରକ ଅଣୁଯିବ ଗୁଡିକ ମୃତୁବରଣ କରନ୍ତି ଏବଂ ଆମକୁ ଗୋଟିଏ ପରିସ୍କାର ରୋଷେଇ ଘର ମିଳିଥାଏ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ ,ଜୟସୋମନାଥ, ଜୟମା ଯୋଗମାୟା!!

 

 

Leave A Reply

Your email address will not be published.