ଆଜିର ରାଶିଫଳ

0 432

ଜଳକ୍ରୀଡା ଏକାଦଶୀ, ଗୁରୁବାର୨୦୨୨ ମସିହା ମେଂ ମାସ ୨୬ ତାରିଖ,ଜେଷ୍ଠ ମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ , ସୁର୍ୟୋଦୟ -ପ୍ରାତଃ ଘ୫/୧୧/ ୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୨୦,
ତୁଳା ଓ କୁମ୍ଭ ରାଶି ର ଘାତବାର, ମେଷ ଓ ଧନୁ ରାଶି ର ଘାତଚନ୍ଦ୍ର,ଏକାଦଶୀ ର ଏକୋଦିଷ୍ଟ ଓ ଦୂ|ଦଶୀ ପାର୍ବଣ ଶ୍ରାଦ୍ଧ,ଶିମ୍ବ ଦିବା ଘ୧୧/୨୦ ଗତେ ପୁତିକା(ପୋଇଶାଗ) ଭକ୍ଷଣ ନିଷେଧ.।
🐏ମେଷ👉ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି
🐮ବୃଷ👉ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।
👩‍❤️‍👨ମିଥୁନ👉ଏହି ରାଶିର ଲୋକମାନେ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।
🦀କର୍କଟ👉ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।
🦁ସିଂହ👉ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ର ମାନେ କର୍ମ ନିପୂଣ ହେବେ ।
🙎‍♀️କନ୍ୟା👉ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜ ନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ର ଛାତ୍ରୀ ମାନେ ବିସାଦରେ ଦିନଟି ଅତିବାହିତ କରିବେ ।
⚖️ତୁଳା👉ଆଜି କର୍ମ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲି ମକୋଦମାର ସମାଧାନ ହେବା ର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।
🦂ବିଛା👉ଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀ ମାନେ ଅତ୍ୟନ୍ତ ସୁଖୀ ହେବେ ।
🏹ଧନୁ👉ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ର ରେ ସାହାଯ୍ୟ ସହଯୋଗ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।
🐊ମକର👉ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରି ଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ଯୟ ଯୋଗ ରହିଛି।
🏺କୁମ୍ଭ👉ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହି ଳା ମାନେ ପାରିବାରିକ ପରି ବେଶରେ ନିଜକୁ ସ୍ଥିର କରି ପାରିବେ ।
🐟ମୀନ👉ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
!! ବେଳେ ବେଳେ ଭୂମିକମ୍ପ ଖାଲି ଭୂପୃଷ୍ଠ ରେ ନୁହେଁ,ହୃଦୟ ରେ ବି ହୋଇଥାଏ। ସବୁ ମୃତ୍ୟୁ ଦେହର ହୁଏନା”କିଛି ମୃତ୍ୟୁ”ସ୍ବପ୍ନ ଆଉ ଇଚ୍ଛାର ବି ହୁଏ। “ଭୟ”‌ ଠାରୁ ବଡ଼”ଭାଇରସ”ଦୁନିଆରେ କିଛି ନାହିଁ ଆଉ”ସାହସ”ଠାରୁ ବଡ଼ ଭେକ୍ସିନ କେଉଁଠି ମିଳିବ ନାହିଁ। ସରଳତା ଓ ଗୋପନୀ ୟତା କେବେହେଲେ ବହୁକାଳ ଏକତ୍ର ରହିପାରିବେ ନାହିଁ। ଯାହାର ସଚ୍ଚୋଟ ପଣିଆ ଅଛି,ସେ ବିବେକ ବିରୁଦ୍ଧରେ ଯାଉଥିବ କୌଣସି ପରାମର୍ଶ ଗ୍ରହଣ କରିବ ନାହିଁ। ଅତ୍ୟାଚାର ବରଂ ସହିବା ସହଜ, ଅପମାନ ସହିବା ବହୁତ କଷ୍ଟ!! 🙏🏻 ଜୟ ଜଗନ୍ନାଥ ,ଜୟ ସୋମନାଥ🙏🏻

Leave A Reply

Your email address will not be published.