ପ୍ରେମିକା ଘରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତ ଦେହ

0 186

ପୁରୀ,୨୬/୫(ଏସଏସନିଉଜ) ବ୍ରହ୍ମଗିରି ସାହୁପଡା ଗାଁରେ ପ୍ରେମିକାର ଘରୁ ପ୍ରେମିକର ଝୁଲନ୍ତା ମୃତଦେହ କୁ ଉଦ୍ଧାର କରିଛି ପୋଲିସ । ମୃତକ ଯୁବକ ହେଉଛନ୍ତି ସୁର୍ଯ୍ୟକାନ୍ତ ବିଶ୍ୱାଳ । ତେବେ ଉଭୟ ପ୍ରେମିକ ଏବଂ ପ୍ରେମିକାଙ୍କ ଘର ସାହୁପଡା ଗାଁର ହୋଇଥିବାବେଳେ ଏହି ଘଟଣା ପରେ ୨ ପରିବାର ଏବେ ମୁହାଁମୁହିଁ ହବା ସହ ଗାଁରେ ଉତେଜନା ଦେଖାଦେଇଛି । ପୁଅକୁ ହତ୍ୟା କରି ଫ୍ୟାନ୍ ରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଯୁବକଙ୍କ ପରିବାରେ ଲୋକେ । ଗତକାଲି ଅପରାହ୍ଣରେ ସୁର୍ଯ୍ୟକାନ୍ତ ବିଶ୍ୱାଳ ପ୍ରେମିକା ସ୍ବାଗତିକା ବେହେରାଙ୍କ ଘରକୁ ଯାଇ ନ ଫେରିବା ଦେଖି ବାଧ୍ୟ ହୋଇ ସୁର୍ଯ୍ୟକାନ୍ତ ଙ୍କ ପରିବାର ଲୋକେ ଶଙ୍କର ବେହେରାଙ୍କ ଘରକୁ ଯାଇଥିଲେ।ରାତି ପ୍ରାୟ ୧୧ଟା ବେଳେ ସେଠାରେ ପହଁଚି ସୁର୍ଯ୍ୟକାନ୍ତ ଙ୍କ ଝୁଲନ୍ତା ମୃତଦେହ ଦେଖି ଥାନାକୁ ଖବର ଦେଇଥିଲେ। ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା କାରଣ ଜଣା ପଡ଼ିନଥିବା ବେଳେ ବିଳମ୍ବିତ ରାତିରେ ବ୍ରହ୍ମଗିରି ପୋଲିସ ପହଞ୍ଚି ମୃତ ଶରୀର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.