ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି

0 172

ଭୁବନେଶ୍ବର,୨୬/୫(ଏସଏସନିଉଜ) ବିଧାନସଭା ପକ୍ଷରୁ ରାଜ୍ୟସଭା ଉପନିର୍ବାଚନ ଲାଗି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।ବିଜ୍ଞପ୍ତି ଅନୁଯାୟୀ ଜୁନ୍ ୨ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଜୁନ୍ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ୬ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ୧୩ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଅପରାହ୍ଣ ୫ଟାରେ ଭୋଟଗଣିତ ହେବ। ଜୁନ୍ ୧୭ତାରିଖ ପୂର୍ବରୁ ସମସ୍ତ ପ୍ରକାର ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବ। ରାଜ୍ୟସଭା ସାଂସଦ ସୁବାସ ସିଂ ଇସ୍ତଫା ଦେବାପରେ ରାଜ୍ୟସଭା ପଦ ପାଇଁ ଆସନ୍ତା ଜୁନ୍ ୧୩ତାରିଖରେ ଉପନିର୍ବାଚନ ହେବାପାଇଁ ନିର୍ବାଚନ କମିସନ ଘୋଷଣା କରିଥିଲେ।

Leave A Reply

Your email address will not be published.