ମଙ୍ଗଳବାର କିପରି କାଟିବ ଜାଣନ୍ତୁ ଆଜିର ରାଶିଫଳ

0 235

ମଙ୍ଗଳବାର୨୦୨୨ ମସିହା ଜୁନ ମାସ ୭ ତାରିଖ,ଜେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି- ସପ୍ତମୀ ଦ ଘ୮/୧୨ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ, ସୁର୍ୟୋଦୟ-ପ୍ରାତଃ ଘ୫/୧୦/୧୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୩୯,ମକର ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର, ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ତାଳ ଦିବା ଘ୮/୧୨ ଗତେ ନାରୀକେଳ (ନଡିଆ) ଭକ୍ଷଣ ନିଷେଧ।
🐏ମେଷ👉ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାଜନକ ଫଳ ପାଇବେ।
🐮ବୃଷ👉ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ସାହିତ୍ୟ ଓ ପ୍ରଯୁକ୍ତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଅନୁକୂଳ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ।
👩‍❤️‍👨ମିଥୁନ👉ନୂଆ କାମରେ ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ସନ୍ଧ୍ୟାରେ ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ।
🦀କର୍କଟ👉ବନ୍ଧୁ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।
🦁ସିଂହ👉ଅନ୍ୟ ରାଜ୍ୟରେ ବେପାର କରିବାକୁ ଚାହୁଁଥିବା ବ୍ୟକ୍ତି କିଛି ଦିନ ଅପେକ୍ଷା କରିଯାଆନ୍ତୁ। ସ୍ବାସ୍ଥ୍ୟରେ ସମସ୍ୟା ଉତ୍ପନ୍ନ ହୋଇପାରେ। ଖାଦ୍ୟ ପାନୀୟ ନେଇ ସଜାଗ ରୁହନ୍ତୁ।
🙎‍♀️କନ୍ୟା👉ଗଣମାଧ୍ୟମ କ୍ଷେତ୍ରରେ ଥିବା ବ୍ୟକ୍ତି ବ୍ୟସ୍ତ ରହିବେ। ସଠିକ୍ ତର୍କ ବଳରେ କାହାରିକୁ ବି ସହମତ କରାଇନେବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
⚖️ତୁଳା👉ଅଫିସ କାମ ସଂପୂର୍ଣ୍ଣ କରିବାରେ ଅଧିକ ସମୟ ଲାଗିବ। ଦୀର୍ଘ ଦିନରୁ ଲାଗି ରହିଥିବା ମକଦ୍ଦମାରେ ବିଜୟ ଲାଭ କରିବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।
🦂ବିଛା👉ଧର୍ମକାର୍ଯ୍ୟରେ ଅଧିକ ସମୟ ବିତିବ। ଇସ୍ପାତ ବ୍ୟବସାୟୀଙ୍କୁ ଲାଭ କମ୍ ମିଳିପାରେ। ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।
🏹ଧନୁ👉ଆପଣଙ୍କ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ବ୍ୟବସାୟ କାମରେ ଅନ୍ୟ ସ୍ଥାନକୁ ଯିବେ। ନିଜ ସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
🐊ମକର👉ଇଂଜିନିୟର ନିଜର ଅଭିଜ୍ଞତାକୁ ଠିକ୍ ଦିଶାରେ ପ୍ରୟୋଗ କରିବେ। ଉପାର୍ଜନ ଲାଗି ନୂଆ ଯୋଜନା ତିଆରି କରିବେ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ।
🏺କୁମ୍ଭ👉ଦାମ୍ପତ୍ୟ ସମ୍ବନ୍ଧକୁ ଉତ୍ତମ କରିବା ଲାଗି ଚେଷ୍ଟା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ହେବାର ଯୋଗ ରହିଛି। ଖେଳାଳିମାନଙ୍କ ଲାଗି ଦିନଟି ଭଲ।
🐟ମୀନ👉ବ୍ୟବସାୟରେ ପୁଞ୍ଜି ନିବେଶ କରନ୍ତୁ, ଲାଭ ହେବ। ବିନା କାରଣରେ କାହାରି କଥାରେ ଦଖଲ ଦିଅନ୍ତୁ ନାହିଁ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ।

Leave A Reply

Your email address will not be published.