ବୈଶିଙ୍ଗା, ୬/୬(ଏସଏସନିଉଜ)ଥାନାଠାରୁ ଅଳ୍ପଦୁରରୁ ବୈଶିଙ୍ଗା ବଜାର ସ୍ଥିତ ଲ୍ୟାମ୍ପ ସାମ୍ନାରେ ଥିବା ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ସ୍କୁଟି ଡ଼ିକି ଭାଙ୍ଗି ଏକ ଲକ୍ଷ ଚାଳିଶ ହଜାର ଟଙ୍କା ଲୁଟ୍ ହୋଇଯାଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ରବିନାରାୟଣ ପଣ୍ଡା ନାମକ ବ୍ୟକ୍ତି ଦୁଇ ଲକ୍ଷ ଅଶୀ ହଜାର ଟଙ୍କା ଉଠାଇ ସକୁଟି ଡିକିରେ ରଖିଥିଲେ ।ପରେ ବୈଶିଙ୍ଗା-ରୁପ୍ସା ରାସ୍ତାର ଲ୍ୟାମ୍ପ ସାମ୍ନାରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ଥିବା ବିଶ୍ୱକର୍ମା ଟ୍ରେଡ଼ର୍ସ ଦୋକାନ ସମ୍ମୁଖରେ ସ୍କୁଟି ରଖି ଦୋକାନୀ ମାଲିକଙ୍କୁ ଦେଢ଼ଲକ୍ଷ ଟଙ୍କା ଦେବାକୁ ଯାଇ ଫେରିବାବେଳେ ସ୍କୁଟି ର ଡିକି ଭାଙ୍ଗି ବଳକା ଥିବା ଏକ ଲକ୍ଷ ଚାଳିଶ ହଜାର ଟଙ୍କାକୁ କିଏ ନେଇଯାଇଥିବାର ଜାଣିବାକୁ ପାଇଥିଲେ ।ସ୍ଥାନୀୟ ଲୋକ ଲୁଟେରାର ପିଛା କରିଥିଲେ ମଧ୍ୟ ପାଇପାରିନଥିଲେ ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ସିସଟିଭି ଫୁଟେଜ କୁ ଯାଂଚ କରିଥିଲେ ।