ଆଜିର ରାଶିଫଳ

0 204

୨୦୨୨ ମସିହା ଜୁଲାଇ ମାସ ୦୪ ତାରିଖ,ସୋମବାର,ଆଷାଢ଼ ମାସ -ଶୁକ୍ଳପକ୍ଷ,ତିଥି-ପଞ୍ଚମୀ ସଂ ଘ୬/୩୬ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ,ସୁର୍ୟୋଦୟ ପ୍ରାତଃ ଘ୦୫/୧୫/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୨୫,ମିଥୁନ ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲସନ୍ଧ୍ୟା ଘ୬/୩୬ ଗତେ ତାଳ ଭକ୍ଷଣ ନିଷେଧ।
🐏ମେଷ👉 ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଲଟେରିର ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଲାଭଜନକ ହେବ।
🐮ବୃଷ👉ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମକୁ ଆଦରି ନେବେ। ସୁଖୀ ହେବେ। ବ୍ୟକ୍ତିତ୍ବ ବିକଶିତ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
👩‍❤️‍👨ମିଥୁନ👉ଦୀର୍ଘ ଦିନର ଆଶା ପୂରଣ ହେବ। ମନୋବଳ ଦୃଢ଼ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।
🦀କର୍କଟ👉ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
🦁ସିଂହ👉 ଅଜଣା ବ୍ୟକ୍ତିଙ୍କ ଦ୍ବାରା ଉପକୃତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ବୀରତ୍ବର ପରିପ୍ରକାଶ ଘଟାଇ ପାରନ୍ତି। ମାଲି-ମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ।
🙎‍♀️କନ୍ୟା👉ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁର ସମ୍ଭାଷଣ ରେ ପରକୁ ଆପଣାର କରିବେ। ଧାର୍ମିକ ପ୍ରବୃତ୍ତିର ହେବେ। ଧର୍ମ ମାର୍ଗରେ ଧନ ଖର୍ଚ୍ଚ କରିପାରନ୍ତି। ସାହସୀ, ଜ୍ଞାନୀ ଓ ଗୁପ୍ତ ବିଦ୍ୟାଯୁକ୍ତ ହେବେ।
⚖️ତୁଳା👉ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି।
🦂ବିଛା👉ଶ୍ରମ ସାର୍ଥକ ହେବ। କୁଳଦୀପକ ହୋଇ ପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ପରିବାର ପ୍ରତି ସ୍ନେହ, ସଦିଚ୍ଛାଭାବ ରହିବ।
🏹ଧନୁ👉 ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇ ପାରନ୍ତି। ଭୋଗ -ବିଳାସ ରେ ସମୟ ବିତାଇପାରନ୍ତି। ସୁଖ -ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ତାରୁଣ ରୂପରେ ଅଧିକାରୀ ହେବେ।
🐊ମକର👉କୃତକର୍ମର ଫଳ ଭୋଗ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତି ପାଦପାତରେ ସତର୍କତା ଲୋଡ଼ା। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।
🏺କୁମ୍ଭ👉ଅଟକି ଥିବା କାର୍ଯ୍ୟରେ ଆଗକୁ ବଢ଼ିବେ। ବନ୍ଧୁ ସହଯୋଗ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିୟୋଜିତ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇ ପାରନ୍ତି। ଜନୈକ ମହିଳାଙ୍କ ପରାମର୍ଶ ଉପାଦେୟ ହେବ।
🐟ମୀନ👉ଯେକୌଣସିମତେ କାର୍ଯ୍ୟ ହାସଲ କରିପାରନ୍ତି। ଶତ୍ରୁ ଉପରେ କଡ଼ାନଜର ରଖିବାକୁ ପଡ଼ିବ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ ହେବେ। ଶତ୍ରୁହନ୍ତା ହୋଇ ପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
🔮ବାସ୍ତୁ ଟିପ୍ପଣି🔮
ବିଛଣାତଳେ ଭୁଲରେ ବି ରଖନ୍ତୁ ନାହିଁ ଏହି ୩ ଟି ଜିନିଷ ନଚେତ..
ବାସ୍ତୁ ଶାସ୍ତ୍ର ହେଉଛି ଏଭଳି ଏକ ବିଷୟ ଯାହା ଆମକୁ ସମସ୍ତ ପ୍ରକାର ନକରାତ୍ମକ ଉର୍ଜା ରୁ ରକ୍ଷା କରିଥାଏ ଏବଂ ଆମ ଜୀବନ ରେ ସକରାତ୍ମକତା ସୃଷ୍ଟି କରିଥାଏ । ବାସ୍ତୁ ଶାସ୍ତ୍ର ର ନିୟମ ଅନୁସାରେ କାର୍ଯ୍ୟ କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ ।ଆଜି ବାସ୍ତୁ ଶାସ୍ତ୍ର ରେ ଥିବା ବିଛଣା ସହ ଜଡ଼ିତ କିଛି ଗୁରୁତ୍ତ୍ୱପୂର୍ଣ୍ଣ ନିୟମ ବିଷୟ ରେ ଜାଣିବା । ଶାସ୍ତ୍ର ଅନୁସାରେ ଏଭଳି ୩ ଟି ଜିନିଷ ରହିଛି ଯାହାକୁ କେବେବି ବିଛଣା ତଳେ ରଖିବା ଉଚିତ ନୁହେଁ । ଯଦି ଆପଣ ଏହି ଜିନିଷ ବିଛଣା ତଳେ ରଖିବେ ତାହେଲେ ଏହାଦ୍ବାରା ଆପଣଙ୍କ ଜୀବନ ଉପରେ କୁପ୍ରଭାବ ପଡ଼ିଥାଏ ଓ ଜୀବନ ରେ ଶାନ୍ତି ନଷ୍ଟ ହୋଇଥାଏ ।
୧- ପ୍ରଥମ ରେ ହେଉଛି, ଜୋତା ବା ଚପଲ । କିଛି ଲୋକ ଅବହେଳା ଅଥବା ସ୍ଥାନ ର ଅଭାବ କାରଣରୁ ନିଜ ଜୋତା ବା ଚପଲ କୁ ବିଛଣା ତଳେ ରଖି ଦେଇଥାନ୍ତି । କିନ୍ତୁ ଏପରି କରିବା ଆଦୋୖ ଉଚିତ ନୁହେଁ । ଜୋତା ଓ ଚପଲ ରେ ନକରାତ୍ମକ ଶକ୍ତି ରହିଥାଏ । ଯଦି ଆପଣ ଏହାକୁ ବିଛଣା ତଳେ ରଖି ଶୋଇବେ ତେବେ ସେହି ନକରାତ୍ମକ ଶକ୍ତି ଗୁଡ଼ିକ ଆପଣଙ୍କ ମଧ୍ୟରେ ପ୍ରବେଶ କରିଥାଏ । ଯାହା ଭବିଷ୍ୟତ ରେ ଆପଣଙ୍କ ବିନାଶ ର କାରଣ ସାଜିଥାଏ ।
୨- ଦ୍ଵିତୀୟ ରେ ହେଉଛି, ଗୋଡ଼ ପୋଛା ବା ପାପୋଛ । ପ୍ରାୟତଃ ବ୍ୟକ୍ତି ଗୋଡ଼ ପୋଛା କୁ ନିଜ ଖଟ ର ପାଖରେ ରଖିବାକୁ ପସନ୍ଦ କରନ୍ତି । କାରଣ ସେମାନେ ଶୋଇବା ପୂର୍ବରୁ ଆପଣ ଗୋଡ଼ ଧୋଇଥାନ୍ତି, ଖଟ କୁ ଯିବା ପୂର୍ବରୁ ଆପଣ ଗୋଡ଼ ପୋଛା ରେ ନିଜର ପାଦ ପୋଛିଥାନ୍ତି ।ଏହାଦ୍ବାରା ଆପଣଙ୍କ ପାଦ ରେ ଥିବା ପାଣି ଓ ଧୂଳି ସେଥିରେ ରହିଯାଏ ଏବଂ ଆପଣଙ୍କ ବିଛଣା ଅସନା ହୁଏନାହିଁ । ଗୋଡ଼ପୋଛା କୁ ଆପଣ ବିଛଣା ର ସାମାନ୍ୟ ଦୂର ରେ ରଖି ପାରିବେ । କିନ୍ତୁ ଧ୍ୟାନ ରଖିବେ ଯେ ଯେପରି ଏହା ବିଛଣା ତଳକୁ ନ ଯାଉ । କାରଣ ଏଥିରେ ନକରାତ୍ମକ ଉର୍ଜା ରହିଥାଏ । ଯାହା ଆପଣଙ୍କ ଜୀବନ ରେ କୁପ୍ରଭାବ ପକାଇ ଥାଏ ।
୩- ତୃତୀୟ ରେ ହେଉଛି, ଆପଣ ଧ୍ୟାନ ରଖିବା ଉଚିତ ଯେ, ଆପଣ ଯେଉଁ ବିଛଣାରେ ଶୋଉଛନ୍ତି ତାହା ତଳେ ଫାଟ ଯେପରି ନଥାଉ । କାରଣ ଫାଟ ସୃଷ୍ଟି ହେବା ଦ୍ଵାରା ଆପଣଙ୍କ ଘରକୁ ଦାରିଦ୍ର୍ୟତା ଆସିଥାଏ ଏବଂ ବହୁତ ଧନ ଖର୍ଚ୍ଚ ହୋଇଥାଏ । ତେଣୁ ଏପରି ଭୁଲ କେବେବି କରନ୍ତୁ ନାହିଁ ଏବଂ ଉଚିତ ସ୍ଥାନରେ ନିଜର ଖଟ ବା ବିଛଣା କୁ ରଖନ୍ତୁ ।

!! ପରିଶ୍ରମର ଫଳ ହୁଏ ତ ଜିତିବା ରେ ମିଳିପାରେ ନଚେତ୍ ଜିତିବା ର ରାସ୍ତା ଦେଖାଇ ଥାଏ, ପରି ଶ୍ରମର ଫଳ କେବେ ବ୍ଯର୍ଥ ଯାଇନଥାଏ, ତେଣୁ ଅବିରତ ପରିଶ୍ରମ କରିବା ଦରକାର ।ପର ରୋଜଗାର ରେ ସୁସ୍ବାଦୁ ଭୋଜନ ଖାଇବାଠୁ ନିଜ ରୋଜଗାର ରେ ଶାଗ ପଖାଳ ଖାଇ ରହିବା ଶ୍ରେୟସ୍କର ।🙏🏻ଜୟ ଜଗନ୍ନାଥ,ଜୟ ସୋମ ନାଥ, ଜୟ ମା ଯୋଗମାୟା🙏🏻

Leave A Reply

Your email address will not be published.