ଆଜିର ରାଶିଫଳ

୧୫-୧-୨୦୨୩(ରବିବାର)ତୁଳା ବିଛା ଧନୁ ମକର ମେଷ ବୃଷ କର୍କଟ ସିଂହ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତବାର । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ନଡ଼ିଆ, ଲାଉ ଭକ୍ଷଣ ନିଷେଧ ।
ମେଷ:-ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆପଣଙ୍କ ଜୀବନରେ ସୁଖଦ ସ˚ପର୍କ ଆରମ୍ଭ ହେବ। ଚାକିରି ବୃତ୍ତିରେ କିଛି ଭଲ ହୋଇପାରେ।
ବୃଷ:-ଯେଉଁ କାମ କରିବାକୁ ଚାହିିବେ ବିନା ବାଧାରେ ସ˚ପନ୍ନ ହେବ। ବ୍ୟବସାୟୀଙ୍କୁ ଲାଭ ମିଳିବ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ତାଳମେଳ ବଜାୟ ରହିବ।
ମିଥୁନ:-ସାମାଜିକ କାର୍ଯ୍ୟରେ ମନ ଲାଗିବ। ଆପଣଙ୍କର ପ୍ରତିଷ୍ଠା ବୃଦ୍ଧିର ସୁଯୋଗ ମିଳିବ। ବ୍ୟବସାୟରେ ବିକ୍ରି ବଢ଼ିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ।
କର୍କଟ:-କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ହେବେ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ। ସ୍ବାସ୍ଥ୍ୟ ଭଲ ରହିବ।
ସି˚ହ:-ଧର୍ମ କର୍ମରେ ରୁଚି ବଢ଼ିବ। ଗୁରୁଜନଙ୍କ ପ୍ରତି ମନରେ ଦୟାଭାବ ରହିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ସୁସମ୍ବାଦ ପାଇବେ।
କନ୍ୟା:-ସଫଳତା ପାଇବାର ଦିନଟିଏ। ଜରୁରୀ କାମ ସମାପ୍ତ କରିବା ଯୋଗୁ ଆଶ୍ବସ୍ତ ଅନୁଭବ କରିବେ। ଧନ ମାମଲାରେ ସ୍ଥିତି ଉତ୍ତମ ରହିବ।
ତୁଳା:-ଠିକ୍‌ ଦିଗରେ କାମ କରି ଅଧିକାଂଶ ସମସ୍ୟାର ସମାଧାନ କରିନେବେ। ବ୍ୟବସାୟରେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।
ବିଛା:-କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାର କରିବେ। ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ପ୍ରେମରେ ସଫଳତା ପାଇବେ।
ଧନୁ:-ପୁରୁଣା ବିଷୟକୁ ନେଇ ମାନସ ମନ୍ଥନରେ ସମୟ ବିତିବ। ଗମ୍ଭୀର ମାମଲାକୁ ଶାନ୍ତି ଓ ଧୈର୍ଯ୍ୟ ଧରି ସମାଧାନ କରନ୍ତୁ। ଅଚାନକ ଧନଲାଭ ହେବ।
ମକର:-ମନରେ ଲାଗି ଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ଅଫିସରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ। ବିବାହିତଙ୍କ ଲାଗି ଦିନଟି ଭଲ।
କୁମ୍ଭ:-ଧର୍ମକାର୍ଯ୍ୟରେ ସମୟ ବିତିପାରେ। ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବା ହେତୁ ଭବିଷ୍ୟତରେ ଲାଭ ମିଳିବ। ନିକଟସ୍ଥ ସହରକୁ ଯାତ୍ରା କରିପାରନ୍ତି।
ମୀନ:-ଭାଗ୍ୟର ପୂରା ସହଯୋଗ ପାଇବେ। ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନାରେ ଲାଭ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଉତ୍ତମ!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.