କଟକ, ୧୪/୧(ଏସଏସନିଉଜ) ମହାନଦୀଉପରେ ବଡ଼ମ୍ବା ସିଂହନାଥପୀଠକୁ ସିଧାସଳଖ ସଂଯୋଗକରୁଥିବା ଟି-ବ୍ରିଜ ଉପରେ ପ୍ରବଳ ଭିଡ଼ ଜମିବାରୁ ଦଳାଚକଟା ହୋଇ ୧୬ ଜଣ ଲୋକେ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟ ହୋଇଥିବାର ଜଣାପଡିଛିା ଆଜି ମକର ମେଳା ଥିବାରୁ ପ୍ରବଳ ଲୋକଙ୍କ ସମାଗମ ହେବାରୁ ବ୍ରିଜ ଉପରେ ପ୍ରବଳ ଭିଡ଼ ହୋଇଥିଲା। ବ୍ରିଜ୍ଟି ଅତି ସଂକୀର୍ଣ୍ଣ ଥିବା ବେଳେ ମକରମେଳା ହେତୁ ବହୁ ଲୋକଙ୍କ ସମାଗମ ଏଠାରେ ହୋଇଥିଲା। ସକାଳ ସମୟରୁ ହଁ ପ୍ରବଳ ଭିଡ଼ ଲାଗି ରହିଥିଲା। ତେବେ ସେମାନେ ଦର୍ଶନ ସାରି ଫେରିବା ସମୟରେ ଭିଡ଼ ଆହୁରି ବଢିଯାଇଥିଲା। ସେହି ସମୟରେ ଅନ୍ୟ ପାଶ୍ୱର୍ରୁ ମଧ୍ୟ ଲୋକେ ପ୍ରବେଶ କରିଥିଲେ। ଏତିକି ବେଳେ ଦୁଇ ପକ୍ଷର ଲୋକ ମୁହାଁମୁହିଁ ହେବାରୁ ସ୍ଥିତି ଅସମ୍ଭାଳ ହୋଇଯାଇଥିଲା। ପରେ ଦୁଇ ପକ୍ଷରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲାରେ ସେଠାରେ ବିଶୃଙ୍ଖଳା ବାତାବରଣ ସୃଷ୍ଟି ହୋଇଥିଲା। ଯାହା ପଳରେ ଦଳାଚକଟାର ସ୍ଥିତି ଉପୁଜିଥିଲା ।
ମକରମେଳା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ଯୋଗୁଁ ଦଳାଚକଟା ହୋଇଥିଲା । ଆଶାତିତଲୋକ ଆସିଯିବାରୁ ଭିଡ଼ ହୋଇଯାଇଥିଲା । ଦେଢ଼ରୁ ୨ଲକ୍ଷ ଲୋକ ଆସିଯିବାରୁ ଭିଡ଼ ବଢ଼ିଗଲା ଗଲା ବୋଲି କହିଛନ୍ତି ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ଵାଇଁ ।ଏହିଘଟଣାପରେ ପ୍ରଶାସନକୁ ଦାୟୀ କଲେ ସ୍ଥାନୀୟଲୋକ ।ଦେଢ଼ଲକ୍ଷରୁ ଦୁଇଲକ୍ଷ ଲୋକ ଆସିଯିବାରୁ ଉପୁଜିଲା ସଙ୍ଗୀନସ୍ଥିତି। ଏହି ଘଟଣାପରେ ମୃତକଙ୍କପାଇଁ ଅନୁକମ୍ପାରାଶି ଘୋଷଣା କରିବାସହ ଆହତଙ୍କୁ ମାଗଣା ଚିକିତ୍ସାସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକାମୃତକଙ୍କ ଆତ୍ମୀୟଙ୍କପାଇଁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।ଏହାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତିାଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି , ୮ ଜଣ ଆହତ ହୋଇଛନ୍ତି, ୪୫ ବର୍ଷୀୟ ଅଞ୍ଜନା ସ୍ବାଇଁଙ୍କ ମୃତ୍ୟୁ ଘଟିଛି , ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ବୋଲି ବଡ଼ମ୍ବାବିଧାୟକ ଦେବୀମିଶ୍ରଙ୍କ ସୂଚନା ଦେଇଛନ୍ତି ।

