ବେଦବ୍ୟାସ ପୀଠରେ ୫-ଟି ସଚିବ

ଭୁବନେଶ୍ବର, ୧୪/୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ରାଉରକେଲା ନିକଟସ୍ଥ ବେଦବ୍ୟାସ ପୀଠ ପରିଦର୍ଶନ କରି ପୀଠରବିକାଶ ସମ୍ପର୍କରେ ଟ୍ରଷ୍ଟବୋର୍ଡର ସଭ୍ୟ ସେବାୟତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ପାଣ୍ଡିଆନ୍ ଆଲୋଚନା କରିଥିଲେ । ପନ୍ଦରଦିନ ମଧ୍ୟରେ ଏ ସମ୍ପର୍କରେ ଏକ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତକରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନନିମନ୍ତେ ଉପସ୍ଥାପନକରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ୍ କହିଥିଲେ ।
ଏହି ଆଲୋଚନାରେ ମୁଖ୍ୟତଃ ସ୍ଵର୍ଗଦ୍ଵାରର ବିକାଶ, ନଦୀ ସମୁଖଭାଗର ଉନ୍ନତିକରଣ, ଯାତ୍ରୀମାନଙ୍କପାଇଁ ବିଭିନ୍ନ ଭିତ୍ତିଭୂମି ସୁବିଧାର ବିକାଶ, ଯାତ୍ରୀନିବାସ ନିର୍ମାଣ ଏବଂ ଲାଇଟ ଓ ସାଉଣ୍ଡସୋ ବ୍ୟବସ୍ଥାଉପରେ ଆଲୋକପାତ କରାଯାଇଥିଲା ।ବେଦବ୍ୟାସ ଓଡ଼ିଶାର ଏକ ପ୍ରମୁଖ ତୀର୍ଥସ୍ଥାନ । ପ୍ରତିଦିନ ରାଜ୍ୟ ତଥା ରାଜ୍ୟବାହାରୁ ଅନେକଯାତ୍ରୀ ଏ ପୀଠକୁ ଆସିଥାନ୍ତି । ତେଣୁ ଏପୀଠର ସର୍ବାଙ୍ଗୀନ ଉନ୍ନତିପାଇଁ ରାଜ୍ୟସରକାର ନିଷ୍ଠାରସହ ଉଦ୍ୟମ ଜାରିରଖିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରକାଶ କରିଥିଲେ । ଏ ପୀଠର ରୂପାନ୍ତର କରି ଏହାକୁ ଅଧିକ ଆକର୍ଷଣୀୟ କରିବାପାଇଁ ସରକାରଙ୍କଉଦ୍ୟମ ଜାରିରହିବ ବୋଲି ସେ କହିଥିଲେ ।ଏହି ପରିଦର୍ଶନ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ପରାଗ ଗଭାଲି, ରାଉରକେଲା ମହାନଗର କମିଶନର ଶ୍ରୀ ଶୁଭଙ୍କର ମହାପାତ୍ର ପ୍ରମୂଖ ଉପସ୍ଥିତଥିଲେ ।

- Advertisement -

Leave A Reply

Your email address will not be published.