କୁଆଖାଇ ନଦୀରୁ ଅଜଣାମୃତଦେହ ଉଦ୍ଧାର

ବାରଙ୍ଗ, ୧୪/୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ ବରିମୁଣ୍ଡ ଗ୍ରାମ ନିକଟସ୍ଥ କୁଆଖାଇ ନଦୀରୁ ଶନିବାର ସକାଳୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ। ଶନିବାର ସକାଳେ ୮ଟା ସମୟରେ ବରିମୁଣ୍ଡ ଭୁଁୟାସାହି ନିକଟସ୍ଥ କୁଆଖାଇ ନଦୀରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ ଓ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।ଅଗ୍ନିଶମ ବାହିନୀ ନଦୀରୁ ମୃତଦେହକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ।ଯୁବକଙ୍କ ବୟସ ଆନୁମାନିକ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ଯୁବକ ଜଣକ ଏକ ହାପ ପ୍ୟାଣ୍ଟ ଓ ଏକ ଟି-ସାର୍ଟ ପିନ୍ଧିଛନ୍ତି। ପୋଲିସ ମୃତଦେହ ଜବତ କରି୫/୨୩କେଶନଂରେ ଏକ ଅପମୃତ୍ୟୁମାମଲାରୁଜୁକରି ବ୍ୟବଛେଦ ପାଇଁ ପଠାଯାଇଥିବା ମଞ୍ଚେଶ୍ୱର ଥାନାଧିକାରୀ ସୁଧିର କୁମାର ସାହୁ ସୂଚନା ଦେଇଛନ୍ତି।ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ସେ ଗତ ଏକ ସପ୍ତାହ ହେବ ଏହି ଅଞ୍ଚଳରେ ବୁଲାବୁଲି କରୁଥିଲା। ୩ ଦିନ ପୂର୍ବେ ସେ ନଦୀରେ ଗାଧଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ।ହେଲେ ଶନିବାର ସକାଳୁ ତାର ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା

- Advertisement -

Leave A Reply

Your email address will not be published.