ଆଜିର ରାଶିଫଳ

୮-୪-୨୦୨୩(ଶନିବାର) ଦିବା ଘ୧୦।୧୪ ଗତେ ଅଗ୍ନିକୋଣେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ଦିବା ଘ୧୦।୧୪ଗତେ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ର ପୁଷ୍ୟା ଅଶ୍ଳେଷା ପୂର୍ବାଫାଃ ହସ୍ତାସ୍ବାତୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ବୃଷ ସିଂହ ଓ କନ୍ୟାରାଶି ମାନଙ୍କର ଘାତବାର।ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ବୋଇତିକଖାରୁ ଦିବାଘ୧୦।୧୪ ଗତେ ପୋଟଳଭକ୍ଷଣ ନିଷେଧ ।
ମେଷ:=ଦେବ ଦର୍ଶନର ଯୋଗ ରହିଛି। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସମାଜରେ ଖ୍ୟାତି ବଢ଼ିବ। ଜରୁରୀ କାମରେ ବାପାଙ୍କର ସାହାଯ୍ୟ ପାଇବେ।
ବୃଷ:=ଯେଉଁ କାମ କରିବାକୁ ଭାବିବେ ତାହା ମନପ୍ରାଣ ଢାଳି ପୂରା କରିଦେବେ। କୋର୍ଟ ମାମଲାରେ ଆପଣଙ୍କର ଜୟ ହେବ। ଅଫିସରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ।
ମିଥୁନ:=ଶତ୍ରୁ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଲାଭର ଅବସର ହାତଛଡ଼ା କରନ୍ତୁ ନାହିଁ। ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ।
କର୍କଟ:=ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ଅବିବାହିତ କନ୍ୟାଙ୍କ ଲାଗି ଭଲ ଦିନଟିଏ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ।
ସିଂହ:=ଆପଣ ଅଧିକ ସମୟ ପରିବାର ସହ ଅତିବାହିତ କରିବେ। ଆପଣଙ୍କର ବାକି କାମ ପୂରା ହେବ। ଖେଳାଳି ମାନେ ନିଜର ହୃତଗୌରବ ଫେରି ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
କନ୍ୟା:=କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାର କରିବା ପାଇଁ ଦିନଟି ଭଲ। ପ୍ରେମିକ ପ୍ରେମିକା ବାହାରକୁ ବୁଲି ଯାଇପାରନ୍ତି। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।
ତୁଳା:=ଭାବିଥିବା ସବୁ କାମ ପୂରା ହୋଇଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ବିଛା:=ଆର୍ଥିକ ସ୍ଥିତି ଭଲ ରହିବ। ଆପଣ ଯେଉଁ ନିଷ୍ପତ୍ତି ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ଦେବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସୁଖଦ ସମୟ କାଟିବେ।
ଧନୁ:=ଅଫିସ କାମ ସହଜରେ ପୂରା ହୋଇଯିବ। ଅଚାନକ ଧନଲାଭର ଯୋଗ ରହିଛି। ଘରକୁ ନୂଆ ବନ୍ଧୁଙ୍କ ଆଗମନ ହେବ। ଛାତ୍ରଙ୍କ ମନ ନୂଆ କଥା ଶିଖିବାରେ ଆଗ୍ରହୀ ରହିବ।
ମକର:=ଆପଣଙ୍କୁ ପାରିବାରିକ ଦାୟିତ୍ବ ମିଳିପାରେ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବେ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
କୁମ୍ଭ:=ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବନ୍ଧୁ ସହ ସମୟ କାଟିବେ। ଇସ୍ପାତ ସାମଗ୍ରୀ କିଣି ପାରନ୍ତି। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।
ମୀନ:=ପେସାଦାର ବ୍ୟବସାୟୀ ଙ୍କଲାଗି ଦିନଟି ଲାଭପ୍ରଦ ରହିବ।ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ରାଜନୀତିରେ ସଫଳତା ପାଇବେ।!!ଜୟଜଗନ୍ନାଥ, ଜୟ ସୋମନାଥ, ଜୟମା ଯୋଗମାୟା!!

- Advertisement -

Leave A Reply

Your email address will not be published.