ଅଙ୍କିତା ଜନ୍ମଦେଲା ୫ବାଘ ଶାବକ,ଗୋଟିଏ ମୃତ୍ୟୁ

0 176

ବାରଙ୍ଗ,୧୭ା୨(ଏସଏସନିଉଜ)ଗତ କିଛିଦିନର ବ୍ୟବଧାନପରେ ପ୍ରାଣୀଉଦ୍ୟାନ ନନ୍ଦନକନନର ୩୧ନମ୍ବର ଏନକ୍ଲୋଜରର ପଛପଟ ପୃଥକୀକରଣ ଏନକ୍ଲୋଜରରେ ୧୦ବର୍ଷର ସାଧାରଣବାଘୁଣୀ ଅଙ୍କିତା ତାର ଦ୍ବିତୀୟ ଗର୍ଭସ୍ଥ ସନ୍ତାନକୁ ଜନ୍ମଦେଇଛି ।ଅଙ୍କିତା ୫ଟିଶାବକକୁ ଜନ୍ମ ଦେଇଥିବାବେଳେ ଜନ୍ମର କିଛି ସମୟପରେ ଗୋଟିଏ ଶାବକର ମୃତ୍ୟୁ ହୋଇଛି। ବଂଚିରହିଥିବା ଅନ୍ୟ ଚାରୋଟିଶାବକ କେଉଁ ପ୍ରଜାତିର ଚିହ୍ନଟ ହୋଇନଥିବାବେଳେ ସମସ୍ତ ନାଲି ରଙ୍ଗର ଶାବକ ବୋଲି ଅନୁମାନ କରାଯାଉଛି।ଚାରିଶାବକ ମଧ୍ୟରୁ ପ୍ରଥମଶାବକ ଶୁକ୍ରବାରସକାଳ ୯ଟା୪୫ମିନିଟ ,ଦ୍ବିତୀୟଶାବକ ୧୦ଟା୧୫ମିନିଟ,ତୃତୀୟଶାବକ ମଧ୍ୟାନ୍ନ୧୨ଟା ୪୯ମିନିଟ, ଚତୁର୍ଥଶାବକ ଗୋଟାଏ ୧୩ମିନିଟରେ ଓ ମୃତ୍ୟୁବରଣ କରିଥିବା ଶାବକଟି ୧୦ଟା୪୭ମିନିଟରେ ଜନ୍ମ ହୋଇଥିବା ଏନକ୍ଲୋଜର ମଧ୍ୟରେ ଲାଗିଥିବା ୪ଟି ସିସିକ୍ୟାମେରାରୁ ଜଣାପଡିଛି ।୩୧ନମ୍ବର ଏନକ୍ଲୋଜରରେ ରହୁଥିବା ଜଙ୍ଗଲୀବାଘ ନନ୍ଦନ ସହ ମିଳନରୁ ଗର୍ଭଧାରଣ କରିଥିବା ସାଧାରଣ ବାଘୁଣୀ ଅଙ୍କିତା ୧୦୫ଦିନପରେ ୫ଟିଶାବକକୁ ଜନ୍ମ ଦେଇଛି।ଜନ୍ମଦେବାପରେ ଅଙ୍କିତା ତା ପିଲାମାନଙ୍କୁ ପାଖରେ ରଖିବା ସହ କ୍ଷୀରଦେଉଥିବା ଜଣାପଡିଛି ।ଏହି ୪ଟିଶାବକ ଜନ୍ମ ହେବାପରେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟାବୃଦ୍ଧିପାଇ ୩୧ରେ ପହଁଚିଛି ।ସେମାନଙ୍କମଧ୍ୟରେ ୭ଧଳାବାଘ, ୧୭ସାଧାରଣବାଘ, ୩କଳାବାଘ ଓ ନବଜାତ ଚାରି ଶାବକଙ୍କର ଲିଙ୍ଗଚିହ୍ନଟ ହୋଇନାହିଁ।ସାଧାରଣତଃ ଏହି ପ୍ରଜାତିର ବାଘ ଦେଶର ସର୍ବତ୍ର ଘଞ୍ଚ ଜଙ୍ଗଲରେ ବସବାସ କରନ୍ତି।ଏମାନେ ମହାବଳଶାଳୀ ଜନ୍ତୁ ରୂପେ ପରିଚିତ।ପ୍ରାୟ ୯୫ରୁ ୧୦୫ଦିନ ଗର୍ଭଧାରଣ କରି ବାଘୁଣୀ ଏକକାଳୀନ ୨ରୁ ୪ଟି ଶାବକ ଜନ୍ମ କରିଥାନ୍ତି।

 

Leave A Reply

Your email address will not be published.