ତ୍ରିଷ୍ଣା ଆକ୍ଟିଭିଟି ସେଣ୍ଟରର ବାର୍ଷିକଉସବ

ଭୁବନେଶ୍ୱର,୨।୧୨(ଏସଏସନିଉଜ୍)କାନନ ବିହାରସ୍ଥିତ କେଳୁଚରଣ କେନ୍ଦ୍ରର ପ୍ରକ୍ଷା ଳୟରେ ମଙ୍ଗଳବାର ଦିନ ତ୍ରିଷ୍ଣା ଆକ୍ଟି ଭିଟି ସେଣ୍ଟର୍ ର ବାର୍ଷିକଉସବ ଅନୁଷ୍ଟିତ ହୋଇ ଯାଇଛି।ତ୍ରିଷ୍ଣା ଆକ୍ଭିଭିଟି ସେଣ୍ଟର୍ ର ଅଧ୍ୟକ୍ଷା ତନୁଜା ରାୟଙ୍କ ସଭାପତୀତ୍ଵରେ ଅନୁଷ୍ଟିତସଭାରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟଅତିଥି ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ମାନସ୍ମିତା ଖୁଣ୍ଟିଆ,ସିନେ କଳାକାର ସଂଙ୍କର୍ଷଣ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରିଥିଲେ।ପୂର୍ବରୁ ପଟିଆ ସ୍ଥିତ ରାଜା ମଧୁସୂଦନଦେଵ ଡିଗ୍ରୀ ମହାବିଦ୍ୟାଳୟରେ ତ୍ରିଷ୍ଣା ଆକ୍ଭିଭିଟିସେଣ୍ଟର୍ ପକ୍ଷରୁ ନୃତ୍ୟ,ସଙ୍ଗୀତ, ନାଟକ, କଳା ଆଦି କ୍ଷେତ୍ରରେ ଛାତ୍ରୀଛାତ୍ରମାନଙ୍କୁ ନେଇ ପ୍ରତିଯୋଗିତା ଆୟୋଜିତ କରାଯାଇ କୃତିପ୍ରତିଯୋଗୀ ବଛା ଯାଇଥିଲା।

- Advertisement -

Leave A Reply

Your email address will not be published.