ଅନ୍ତଃରାଜ୍ୟ ଡକାୟତ ଗିରଫ

0 274

ବଡ଼ବିଲ, ୬/୬(ଏସଏସନିଉଜ) ବନ୍ଧୁକ ମୁନରେ ହୋଇଥିବା ଲୁଟ୍ ଘଟଣାର ପୁଲିସ ପର୍ଦ୍ଦଫାସ କରିବାସହ ଏହି ଘଟଣାରେ ୫ ଜଣଙ୍କୁ ଗିରଫକରି ସେମାନଙ୍କଠାରୁ ରାଇଫଲ ସହ ୨୬ ରାଉଣ୍ଡ ଗୁଳି ଜବତ କରିଛି ।ଏହି ୫ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ କେନ୍ଦୁଝର ଓ ମୟୂରଭଞ୍ଜ ପୁଲିସ ମିଳିତଭାବେ ଚଢ଼ଉ କରି ଗିରଫ କରିଛି।ଏହାସହ ବଡ଼ବିଲସ୍ଥିତ ଠାକୁରାଣୀ ଓ ଭାଦ୍ରସ।ହିରେ ଡକାୟତି ସମୟରେ ବ୍ୟବହାର କରିଥିବା ଏକ ସ୍କୁଟିକୁ ପୁଲିସ ଜବତ କରିଛି।ଏହି ଗ୍ୟାଙ୍ଗ ବଡ଼ବିଲ ଓ ମୟୂରଭଞ୍ଜ ରାଇରଙ୍ଗପୁର ଅଞ୍ଚଳରେ ଆତଙ୍କ ଖେଳାଇଥିଲେ।ଏମାନେ ବିଶେଷକରି ପରିବହନ ସଂସ୍ଥାର କର୍ମଚାରୀ ଓ ବ୍ୟବସାୟୀଙ୍କୁ ଟାର୍ଗେଟ କରି ଟଙ୍କା ଲୁଟ୍ କରୁଥିଲେ ବୋଲି ପୋଲିସ କହିଛି ।

Leave A Reply

Your email address will not be published.