ବିଦେଶ ଯିବେ ମୁଖ୍ୟମନ୍ତ୍ରୀ !

0 140

ଭୁବନେଶ୍ୱର,୬/୬(ଏସ ଏସ ନିଉଜ)୧୦ ବର୍ଷ ପରେବିଦେଶ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଚଳିତ ମାସ ଶେଷ ଆଡ଼କୁ ଅର୍ଥାତ୍ ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଯାଉଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ସେଠାରେ ଇନଭେଷ୍ଟର୍ସ ମିଟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ।ବିଧିବଦ୍ଧ ଭାବେ ସିଏମ୍ ଅଫିସ୍ ପକ୍ଷରୁଏନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।ତେବେ ଆଜି ନବୀନ ନିବାସରେ
ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ମନ୍ତ୍ରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ପଦ୍ମନାଭ ବେହେରା, ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ସୁଦାମ ମାରାଣ୍ଡିଙ୍କ ସହ ୧୦ ଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନ ପାଇଁ କାମ କରିବାକୁ କହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.