ଆରମ୍ଭହେଲା ଦାରୁଠେଙ୍ଗର ପ୍ରସିଦ୍ଧ ପଞ୍ଚୁଦୋଳମେଳଣ

0 155

ମେଣ୍ଢାଶାଳ,୧୨ା୩(ଏସଏସନିଉଜ) ଭୁବନେଶ୍ବରଉପକଣ୍ଠ ଦାରୁଠେଙ୍ଗଗ୍ରାମର ପ୍ରସିଦ୍ଧ ପ୍ରଭୁପରମେଶ୍ବରଦେବଙ୍କ ପଞ୍ଚୁ ଦୋଳମେଳଣ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ।ଏହି ଉତ୍ସବ ପାଞ୍ଚଦିନଧରି ଚାଲିବ ।ପ୍ରଥମସନ୍ଧ୍ୟାରେ ଠାକୁରଙ୍କୁ ଏକ ସୁସଜ୍ଜିତବିମାନରେ ବସାଯାଇ ଗ୍ରାମପରିକ୍ରମା କରାଯିବ ।ଏଥିରେ ପ୍ରଭୁ ପରମେଶ୍ବରଦେବ . ଚନ୍ଦ୍ରଶେଖରଦେବ .ଗୋପାଳଜିଉଦେବ. ରାଧାକୃଷ୍ଣ ଦେବ (ନୁଆଠାକୁର) ଓ କଣ୍ଟାବାଡର ଗୋପିନାଥଦେବ ସାମିଲ ହେବେ । ଏକ ବିରାଟ ପଟୁଆରରେ ଦାରୁଠେଙ୍ଗ ସାତସାହିର ପ୍ରମୁଖମେଢ଼ର ଶୋଭାଯାତ୍ରାରେ ପ୍ରଭୂ ବାହାରିଛନ୍ତି । ପ୍ରଥମମେଢ଼ ଭାବେ ପ୍ରଧାନସାହି ପକ୍ଷରୁ ସୁସଜ୍ଜିତ ଘୋଡ଼ା ସହ ରଙ୍ଗବାଜା. ତାଳମୁଳିବାଜା. ଘଣ୍ଟବାଜା. ଦ୍ବିତୀୟମେଢ ତଳସାହିର ଭୁଷବ(ଷଣ୍ଢ) ଗୋଟିପୁଅନାଚ. ପଞ୍ଜାବି ଢୋଲ. ତୃତୀୟରେ ନୁଆଗତ ସାହିର ଭୁଷବ ସହ ସମ୍ବଲପୁରପୁରୀବାଜା. ରଙ୍ଗବେରଙ୍ଗର ଆଲୋକ ସହିତ ବିଭିନ୍ନ ପ୍ରକାରର ବାଜା. ଚତୁର୍ଥରେ ଜେଠିସାହିର ଭୁଷବ,ଆଲୋକସଜା. ତାଳମୂଳିବାଜା, ଢ଼ୋଲବାଜ. ପଞ୍ଚମରେ ବାହୁବେଳନ୍ଦ୍ରସାହି ପକ୍ଷରୁ ରାଜାରାଣୀ. କଣ୍ଢେଇନାଚ. ବୁଢ଼ାବୁଢୀନାଚ. ରଙ୍ଗବାଜା , ଛଉନୃତ୍ୟ. ଛନମ୍ବରରେ ପାଟଣାସାହି ପକ୍ଷରୁ ଭୁଷବ, ଏ ୱାନ୍ ବାଜା ରଙ୍ଗବାଜା.କାହାଳୀପଟୁଆର ,ସାତନମ୍ବରରେ ବା ଶେଷରେ ମଝିସାହିର ମେଢରେ ନାଗାନାଚ. ଭୁଷବ ଓ ବିଭିନ୍ନପ୍ରକାରର ବାଜାକୁ ନେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ଆଜି ରାତ୍ର ଆଠଟାରୁ ସୋମବାର ସକାଳ ପର୍ଯ୍ୟନ୍ତ ଏହା ବାଲିବ ।ସାହି ଓ ଗାଁ ମୁରବିମାନେ ଏହି କାର‌୍ୟ୍ୟକ୍ରମକୁ ସୂଚାରୁରୁପେ ପରିଚାଳନା କରିଥିଲେ ।ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ଏକ ପ୍ଲାଟୁନପୋଲିସ ସହ ତିନିଜଣ ଆଇ ଆଇଆଇସି ଓ ଦଶଜଣ ଅଫିସର ମୁତୟନ ହୋଇଥିଲୋ ଏହି ଦୋଳମେଳଣ ଦେଖିବାପାଇଁ. ଚନ୍ଦକା. ତଥା ବାରଙ୍ଗ ଅଂଚଳରୁ ବହୁ ଲୋକମାନଙ୍କ ସମାଗମ ହୋଇଥିଲା ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.