ଆରମ୍ଭହେଲା ପକ୍ଷୀ ଓ କୁମ୍ଭୀର ଗଣନା

0 47

ଭୁବନେଶ୍ୱର,୧୦।୧(ଏସଏସନିଉଜ)ରାଜ୍ୟର ବିଭିନ୍ନ ବନାଞ୍ଚଳରେ ଆରମ୍ଭ ହୋଇଛି ପକ୍ଷୀଗଣନା ଅଭିଯାନ।ବଣାଇ ଫରେଷ୍ଟ ଡିଭିଜନର ୭ଟି ରେଞ୍ଜର ୩୧ଟି ସ୍ଥାନରେ, କୋରାପୁଟ ବନାଞ୍ଚଳର ୬ଟି ସ୍ଥାନ,ପୁରୀ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜରେ ୨୫ଟିଟିମ୍ ,ରେଢ଼ାଖୋଲ ଡିଭିଜନର ୬ଟି ରେଞ୍ଜର ୩୪ଟି ସ୍ଥାନରେ ପକ୍ଷୀ ଗଣନା ଆରମ୍ଭ ହୋଇଛି।ସେହିଁଭଳିଭାବେ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି।୪ଟିରେଞ୍ଜରେ କୁମ୍ଭୀରଗଣନା ଆରମ୍ଭ ହୋଇଥିବା ବେଳେ ଗହିରମଥା , ଭିତର କନିକା , ରାଜନଗର ଓ ମହାକାଳପଡ଼ାରେ ଗଣନା ଚାଲିଛି।୩ଦିନ ଯାଏଁ ଚାଲିବ କୁମ୍ଭୀର ଗଣନା ଓ ଏଥିରେ ସାମିଲ ହୋଇଛନ୍ତି ୨୨ଟି ଟିମ୍। ଆଠଗଡ଼ର ବିଭିନ୍ନ ଆର୍ଦ୍ରଭୂମିରେ ପକ୍ଷୀ ଗଣନା ଆରମ୍ଭ.ହୋଇଛି।ଓଡ଼ିଶାର ଏକମାତ୍ର ମଧୁରଜଳ ହେଉଛି ହ୍ରଦ ଅଂଶୁପା।୬ଟାରୁ ଦିନ ୧୧ପର୍ୟ୍ୟନ୍ତ ଚାଲିବ ଏହି ପକ୍ଷୀ ଗଣନା।ଆଠଗଡ଼ ବନଖଣ୍ଡର ୫ଟିରେଞ୍ଜର ୨୦୦ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି।କିନ୍ତୁଘନ କୁହୁଡ଼ି ଯୋଗୁଁ ପକ୍ଷୀଗଣନା କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବାର ଜଣାପଡିଛି।

Leave A Reply

Your email address will not be published.