ଆରମ୍ଭ କଲେ ମହାସଫେଇ

0 232

ବାରଙ୍ଗ,୨୩/୧(ଏସଏସନିୟୁଜ) ଆରମ୍ଭ ହେଲା ମହାସଫେଇ ।ସାମିଲ ହେଲେ ବହୁ ସଙ୍ଗଠନ ।ହାତରେ ଧରିଲେ ଝାଡୁ ।ଆରମ୍ଭ କଲେ ରାସ୍ତା ସଫେଇ । ଉଦ୍ଦେଶ୍ୟ ରହିଲା ସଚେତନ କରିବା ।ଏହି ଭଳି ଏକ ଦୃଶ୍ୟ ଗୁରୁବାର ଦିନ ସକାଳୁସକାଳୁ ତ୍ରିଶୁଳିଆ ଛକରେ ଦେଖିବାକୁ ମିଳିଥିଲା ।ସଙ୍ଗଠନର ସଦସ୍ୟମାନେ କେବଳ ଯେ, ରାସ୍ତାକଡରେ ପଡିଥିବା ବାଲି ସଫା କରିନଥିଲେ ।ଏହାସହିତ ଦୋକାନୀମାନଙ୍‌କୁ ପଲଥିନ ମୁକ୍‌ତ ରହିବାକୁ ଦେଇଥିଲେ ପରାମର୍ଶ ।ଯାଉଥିବା ବାଲିବୋଝେଇ ଗାଡିଗୁଡିକୁ ରୋକିବା ସହ ଓଭରଲୋଡ ନଆଣିବା ସହ ବାଲି ଉପରେ ପାଲ ଘୋଇଡାଇ ଆଣିବାକୁ କରିଥିଲେ ସର୍ତକ ।

ଓଭରଲୋଡ ଯୋଗୁ ବାଲିବୋଝେଇ ଗାଡିଗୁଡିକରୁ ବାଲି ପଡି ରାସ୍ତା ଜଡରେ ଜମିରହୁଥିବାରୁ ଦୁର୍ଘଟଣା ସହ ରାସ୍ତା ଖରାପ ହେବାର ର ମୁଖ୍ୟ କାରଣ ପାଲଟିଛି । ସ୍ଥାନୀୟ ଟ୍ରକାଚାଳକ ସହ ବ୍ୟବସାୟୀମାନେ ସଚେତନ ହେବା ଉେଦ୍ଦେଶ୍ୟରେ ଏବଳି ଅଭିନବ ପ୍ରୟାସ କୋଯାଇଥିବାର ଦେତ୍କବାକୁ ମିଳିଥିଲା । ଏହି ମହାସଫେଇରେ ଜିନ୍ଦେଗିଫାଉଣ୍ଡେସନ,ଶ୍ରଦ୍ଧାଫାଉଣ୍ଡେସନ, ଜୟଜଗନ୍ନାଥସେବାସମିତି, କିପସ୍ମାଇଲଚାରିଟେବୁଲ ଟ୍ରଷ୍ଟ,ଲଭେବଲ ସୋସିଆଲ ଅର୍ଗାନାଇଜେସନ,ସମାଜିକ ସଂଘ ,ସିଲଭରସିଟି କଟକ ପବ୍ଲିକ ଚାରିଟେବୁଲଟ୍ରଷ୍ଟ ସହ ସ୍ଥାନୀୟ ସଙ୍ଗଠନ ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.