ନନ୍ଦନକାନନକୁ ଆସିବ ଧଳାଗଣ୍ଡା

0 298

ଭୁବନେଶ୍ୱର : ୨୪ /୧(ଏସଏସଏନ) ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନନ୍ଦନକାନନ କର୍ତ୍ତୁପକ୍ଷ ପୁଣି ଆନାକୋଣ୍ଡା ପରେ ଏବେ ନୁଆ ପ୍ରଜାତୀର  ଧଳା ଗଣ୍ଡା କୁ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି । ଏ ଖବର ଶୁଣିଲା ପରେ   ପଶୁପ୍ରେମୀ ମହଲରେ ଖୁସିର ବାତାବରଣ ଖେଳିଯାଇଛି । ପ୍ରକାଶ ଯେ  , ସିଙ୍ଗାପୁର ଓ ଶ୍ରୀଲଙ୍କାରୁ  ନନ୍ଦନକାନନକୁ ଆସିବ ଧଳା ଗଣ୍ଡା  । ତାସହିତ ଆସିବ  ଆଫ୍ରିକୀୟ ସିଂହ। ଏ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ନନ୍ଦନକାନନ ନିର୍ଦ୍ଧେଶକ ଶଶୀ ପଲ ସୂଚନା ପ୍ରଦାନ କରିଛନ୍ତି । ତେବେ କିଛିମାସ ତଳେ ନନ୍ଦନକାନନ କୁ ଆସିଥିଲା ହଳଦିଆ ଆନାକୋଣ୍ଡା । ଉଦେଶ୍ୟ ଥିଲା ପ୍ରାଣୀ ଉଦ୍ୟାନରେ ଆନାକୋଣ୍ଡା ର ବଂଶ ବୃଦ୍ଧି ହେବା ସହିତ ପର୍ଯ୍ୟଟକମାନେ ଆନାକୋଣ୍ଡା ଦେଖିପାଇଁ  ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ ଜମିବ । ଆଉ ନନ୍ଦନକାନନ ରାଜସ୍ବ ମଧ୍ୟ ବୃଦ୍ଧି ହେବ । କିନ୍ତୁ ତାହା ଏବେ ଓଲଟା ଦେଖିବାକୁ ମିଳିଲା । କାରଣ ଉଦ୍ୟାନକୁ ଆନାକୋଣ୍ଡା ଆସିଲା କିନ୍ତୁ ଆସିବାର ସପ୍ତାହ ପରେ ପର୍ଯ୍ୟଟକ ଦେଖିଲେ ।ହେଲେ ବିଡମ୍ବନାର ବିଷୟ ଆନାକୋଣ୍ଡା ଆସିବାର ମାସେ ନ ପୁରୁଣୁ ଗୋଟିଏ ପରେ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହେଲା । ଅନ୍ୟ ଆନାକୋଣ୍ଡାର ସ୍ବାସ୍ଥ୍ୟ ମଧ୍ୟ କିଛି ମାତ୍ରାରେ ବିଗିଡି ଗଲା । ଏବେ ଆନାକୋଣ୍ଡା ମାନଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଆନାକୋଣ୍ଡା ରହୁଥିବା ଖୁଆଡରେ କପଡା ଆବଦ୍ଦ କରି ରଖାଯାଇଛି । ପର୍ଯ୍ୟଟକମାନେ ଆନାକୋଣ୍ଡା ନଦେଖି ନିରାଷରେ ଫେରିଯାଉଥିବାର ଦେଖିବାକୁ ମିଳୁଛି ।ସାଧାରଣରେ ପ୍ରଶ୍ନ ଉଠେ ,  ଗୋଟିଏ ପଟେ ଆନାକୋଣ୍ଡା ବଂଶ ବୃଦ୍ଧି ପରିବର୍ତ୍ତେ ଗୋଟିଏ ପରେ ଗୋଟିଏ ହ୍ରାସ ହେଉଛି । ତାସହିତ ଏବେ ଏମାନଙ୍କ ବଂଶ ସଂଙ୍କଟରେ ଥିବା ବେଳେ ପର୍ଯ୍ୟଟକମାନେ ଆନାକୋଣ୍ଡା ଦେଖିବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି । ତେବେ କର୍ତ୍ତୁପକ୍ଷ ପ୍ରାଣୀଉଦ୍ୟାନକୁ ଧଳାଗଣ୍ଡା ଆଣିବାକୁ ଯାଉଛନ୍ତି । ଏମାନଙ୍କ ସୁରକ୍ଷା ଓ ଚିକିତ୍ସା କରି ଏମାନଙ୍କ ବଂଶ ବୃଦ୍ଧି କରିବେ ଆଉ ପର୍ଯ୍ୟଟକ ଦେଖିବେ । ନା ଆନାକୋଣ୍ଡା ବଂଶ ପରି  ଏମାନଙ୍କ ବଂଶ ହେବ । ତାହା ଆଗାମୀ ଦିନରେ ଦେଖିବାର କଥା ବୋଲି  ବୃଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି ।

Leave A Reply

Your email address will not be published.