ଆରମ୍ଭହେବ ସେମିଫାଇନାଲ, ଫାଇନାଲକୁ ଗଲା କିଶୋର କ୍ଲବ୍

0 230

ଭୁବନେଶ୍ୱର,୬/୧୨- ଶୁକ୍ରବାରଦିନ ଥିଲା ୧୬ତମ ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟର ୬ଷ୍ଠ ଦିବସ । ୟୁନାଇଟେଡ୍ ୟୁଥ୍ ସ୍ପୋଟସ୍ କ୍ଲବ ର ତତ୍ୱାବଧାନରେ ଗଣ୍ଡରପୁର ଖେଳପଡିଆରେ ଚାଲିଥିବା ୬ଷ୍ଠ ଦିବସ ର ଏହି ଟୁର୍ଣାମେଂଟକୁ ଭୁବନେଶ୍ୱରମଧ୍ୟ ବିଧାୟକ ଅନନ୍ତନାରାୟଣ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଟୁର୍ଣାମେଂଟର ୬ଷ୍ଠ ଦିବସର ପ୍ରଥମଗ୍ରାମାଂଚଳର ମ୍ୟାଚ୍ ରେ କୃଷକବନ୍ଧୁକ୍ଲବ ତଣ୍ଡିକଣା ୫-୪ ଟ୍ରାଇବ୍ରେକରରେ ଫ୍ରେଣ୍ଡସ୍ କ୍ଲବ ଜଦୁପୁରକୁ ହରାଇ ସେମିଫାଇନାଲକୁ ଯାଇଥିଲା । ଦିତୀୟମ୍ୟାଚରେ ବଜରଙ୍ଗବାଲି କ୍ଲବ ଘାଟିକିଆ ୫-୩ ଟ୍ରାଇବ୍ରେକରରେ ସୁପ୍ରିମଫୁଟବଲ କ୍ଲବ୍ ବରାହିପୁରକୁ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଥିଲା । ସହରାଂଚଳର ୨ୟକ୍ୱାଟରଫାଇନାଲ ମ୍ୟାଚ୍ ରେ  କିଶୋର କ୍ଲବ ଭୁବନେଶ୍ୱର ୧-୦ ଗୋଲରେ ଇଷ୍ଟକୋଷ୍ଟ ରେଲେଓ କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ପ୍ରଥମ ମ୍ୟାଚ ରେ ସୌରଭ ରାୟ ,ଦ୍ୱିତୀୟ ମ୍ୟାଚ ରେ ତୋଫାନ ନାୟକ ଓ ସହରାଂଚଳ ମ୍ୟାଚ ରେ କିଶୋରକ୍ଲବର ପରେସ ନାୟକ ମ୍ୟାନଅଫ ଦି ମ୍ୟାଚ୍ ହୋଇଥିଲେ । ଶନିବାରଦିନ ଗ୍ରାମାଂଚଳର ସେମିଫାଇନାଲର ପ୍ରଥମ ମ୍ୟାଚ୍ ମଙ୍ଗଳାକ୍ଲବ ଗୋଠପୁର ସହ କୃଷକବନ୍ଧୁକ୍ଲବ ତଣ୍ଡିକଣା ,ଦ୍ୱିତୀୟମ୍ୟାଚ ପ୍ରତାପକ୍ଲବ ପ୍ରତାପନଗରୀ ସହ ବଜରଙ୍ଗବାଲୀ କ୍ଲବ ଘାଟିକିଆ ମଧ୍ୟରେ ହେବ ବୋଲି ଆୟୋଜକ ୟୁନାଇଟେଡ୍ ୟୁଥ୍ ସ୍ପୋଟସ୍ କ୍ଲବ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.