ଅର୍ଦ୍ଧଲଗ୍ନ ମହିଳାଙ୍କ ଗଳିତ ମୃତଦେହ ଘଟଣା

ପ୍ରଦାଫାସ କଲା ପୋଲିସ

0 445

ବାରଙ୍ଗ,୨୪।୨(ଏସଏସ ନିଉଜ) ରଘୁନାଥପୁର ଗାଁମୁଣ୍ଡ ଶ୍ମଶାନ ରାସ୍ତାକଡ଼ ପରିତ୍ୟକ୍ତ ଚାଷଜମିରୁ ମିଳିଥିବା ଅର୍ଦ୍ଧଲଗ୍ନ ମହିଳାଙ୍କ ଗଳିତ ମୃତଦେହ ଘଟଣା ଉପରୁ ପରଦା ଉଠାଇଛି ନନ୍ଦନକାନନଥାନା ପୋଲିସ।ମହିଳାଙ୍କୁ ବଳକ୍ତାର ପରେ ହତ୍ୟ କରାଯାଇଥିବାବେଳେ ଘଟଣାର ମୁଖ୍ୟଅଭିଯୁକ୍ତକୁ ତଥା ସିକୁରିଟିଗାର୍ଡକୁ ପୋଲିସ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।ନନ୍ଦନକାନନଥାନା ପରିସରରେ ଏସିପି ରମେଶଚନ୍ଦ୍ର ବିଶୋଇଙ୍କ ଦ୍ୱାରା ଆୟୋଜିତ ଖବରଦାତା ସମିଳନୀରେ ପୋଲିସ ଦେଇଥିବା ସୁଚନା ଅନୁଯାୟୀ ଗତ ୧୯ତାରିଖରେ ରଘୁନାଥପୁର ଗାଁନିକଟ ଓଏସଏସହୋମସ ଅପାର୍ଟମେଣ୍ଟ ନିକଟରେଥିବା ପରିତ୍ୟକ୍ତ ଚାଷଜମିରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ନେଇ ରଘୁନାଥପୁର ଗାଁର କୃଷ୍ଣଚନ୍ଦ୍ର ମାଝୀ ନାମକ ବ୍ୟକ୍ତି ନନ୍ଦନ କାନନଥାନାରେ ଅଭିଯୋଗ କରିଥିଲୋପୋଲିସ ୧/୨୩ କେଶନଂରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା ।ଗଳିତ ମୃତଦେହ ପାଖରୁ ହଳେଚପଲ ସହ ଏକ କଣ୍ଡୋମକୁ ପୋଲିସ ଜବତ କରିବା ପରେ ଏହାଏକ ହତ୍ୟା ଘଟଣା ବୋଲି ପୋଲିସ ସନ୍ଦେହ କରିଥିଲା ।ପରିଚୟ ମିଳିନଥିବାରୁ ପୋଲିସ ଦ୍ଵନ୍ଦରେ ରହିଥିଲା।ଏହିସମୟରେ ମୃତ ମହିଳାଙ୍କ ସ୍ୱାମୀ ସ୍ତ୍ରୀ ନିଖୋଜ ହୋଇଥିବାର ନନ୍ଦନକାନନ ଥାନାରେ ଅଭିଯୋଗ କରିବାସହ ମୃତକଙ୍କୁ ଚିହ୍ନଟ କରିଥିଲେ।ଏହାପରେ ମୃତ ମହିଳାଙ୍କ ମୋବାଇଲ ନମ୍ବର ର କଲ ହିଷ୍ଟ୍ରି ଯାଞ୍ଚ ସହ ପାଖରେ ଲାଗିଥିବା ସିସି କ୍ୟାମେରା ପୋଲିସ ଯାଞ୍ଚ କରିଥିଲା।ବ୍ୟବଛେଦ ରିପୋର୍ଟ ଆସିବା ପରେ ହତ୍ୟା ହୋଇଥିବାର ଜଣାପଡିବାପରେ ଅପମୃତ୍ୟୁମାମଲା ବଦଳି ୪୬/୨୩କେଶନଂରେ ଏକ ହତ୍ୟାମାମଲା ପୋଲିସ ରୁଜୁକରିଥିଲା । ସିସିକ୍ୟାମେରା ଓ କଲ ହିଷ୍ଟ୍ରି ରୁ ମିଳିଥିବା ତଥ୍ୟ ଆଧାରରେ ସନ୍ଦେହରେ ରହିଥିବା ବାଲିଚନ୍ଦ୍ରପୁରଥାନା ଅଧିନସ୍ତ ନାନପୁରଗାଁର ବଳିଆ ଓରଫ ଲୋକନାଥ ପୃଷ୍ଟିକୁ ଥାନାକୁ ଆଣି ପଚରାଉଚରା କରିବାପରେ ସେ ପୋଲିସ ଆଗରେ ସବୁମାନିଯାଇଥିଲା । ମୃତମହିଳା କୃଷ୍ନ୍‌ପ୍ରସାଦଥାନା ଅଧିନସ୍ଥ ଚାରିଛକଗାଁର ଝିଲି ନାୟକ ଗତ୭ମାସ ଧରି ଏହି ଥାନା ଅଧିନସ୍ତ ରଘୁନାଥପୁର ଗାଁରେ ଘର ଭଡାରେ ରହିବା ସହ ବିଭିର୍ଣ ଆପର୍ଟମେଂଟକୁ ଯାଇ କାମ କରୁଥିଲେ।ଏହି ସମୟରେ ସିକୁରୀଟିଗାର୍ଡ ଭାବେ କାମ କରୁଥିବା ଲୋକନାଥ ସହ ତାଙ୍କର ବନ୍ଧୁତା ହୋଇଥିଲା।ପରେ ଏହି ବନ୍ଧୁତା ସାରରିକ ସମ୍ପର୍କ ପର୍ଯ୍ୟନ୍ତ ବଢିଯାଇଥିଲା।ଉଭୟ ସେହି ନିକାଂଞ୍ଚନ

ଜଗାକୁ ଯାଇ ବହୁବାର ମିଳାମିଶା କରିଛନ୍ତି।୧୬ତାରିଖ ଦିନ ଉଭୟ ଶିଖରଚଣ୍ଡୀ ପାହାଡ଼ ସହ ଅନ୍ୟସ୍ଥାନକୁ ବୁଲିବାକୁ ଯାଇଥିଲେ।୧୭ତାରିଖ ବଢି ଭୋର ସମୟରେ ଉଭୟ ସେହି ଜାଗାକୁ ଯାଇ ଶାରରିକ ସମ୍ପର୍କ ରଖିଥିଲେ।ଦ୍ୱିତୀୟବାର ସରରିକ ସମ୍ପର୍କ ରଖିବାକୁ ଲୋକନାଥ କହିବାରୁ ଝିଲି ମନା କରିବାସହ ବିବାହ କରିବା ପାଇଁ ଜିଦ ଧରିଥିଲେ।ଏହାକୁନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଝଗଡା ଲାଗିଥିଲା।ଏଥିରେ ଉତକ୍ଷିପ୍ତ ହୋଇ ଲୋକନାଥ ଝିଲି ବେକର ପକାଇଥିବା ଓଢଣୀ ସାହାଯ୍ୟରେ ଚିପି ହତ୍ୟା କରିଦେଇଥିଲା।ଝିଲି ମରିଯିବାର ଜାଣିବାପରେ ପ୍ରମାଣକୁ ଲୁଚାଇବାପାଇ ଏକ ପାଚେରୀ କଡ଼ରେ ଫୋଫାଡ଼ି ଦେଇ ପଳାଇଆସିଥିଲା ।ପୋଲିସ ହତ୍ୟା ସମୟରେ ପିନ୍ଧିଥିବା ପ୍ୟାଣ୍ଟ ସାର୍ଟକୁ ଜବତ କରିବା ସହ ଲୋକନାଥକୁ ଗିରଫ କରି କୋର୍ଟଚାଲଣ କରିଛି।

Leave A Reply

Your email address will not be published.