ଆରମ୍ଭ ହେଲା ତଦନ୍ତ

ନନ୍ଦନକାନନ ଟ୍ରାନ୍ସର୍ଫମର ଫାଟିବା ଘଟଣା

0 122

ବାରଙ୍ଗ,୧୪ା୬(ଏସଏସନିଉଜ) ପ୍ରାଣୀଉଦ୍ୟାନନନ୍ଦନକାନରେ ଟ୍ରାନ୍ସର୍ଫମର ଫାଟିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଟ୍ରାନ୍ସର୍ଫମର କେମିତି ଫାଟିଲା ସେ ନେଇ ତନାଘନା ଜୋର୍ ଦାର ଚାଲିଛି । ବୁଧବାରଦିନ ବିଦ୍ୟୁତବିଭାଗର ୪ ଜଣିଆ ଦଳ ନନ୍ଦନକାନନ ପରିଭ୍ରମଣ କରି ଫେରିଛନ୍ତି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଥାଉକି ଯେ, ରୋପଓ୍ବେ ପୁନଃକାର‌୍ୟ୍ୟ କ୍ଷମ ପାଇଁ ନୂତନ ଟ୍ରାନ୍ସର୍ଫମରକୁ ୩୧କେଭି ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ମଙ୍ଗଳବାର ଦିନ ଭିସିବି ୟୁନିଟ ବିଦ୍ୟୁତ୍ ପରୀକ୍ଷା ବେଳେ କୈାଣସି କାରଣରୁ ଟ୍ରାନ୍ସର୍ଫମର ଫାଟିଥିଲା।ଟ୍ରାନ୍ସର୍ଫମର ତଳେ କାର‌୍ୟ୍ୟ ରତ ତିନି କର୍ମଚାରୀଙ୍କ ଉପରେ ନିଆଁ ଓ ତେଲ ପଡି ଗୁରୁତର ହୋଇ ଚେତାଶୂନ୍ୟ ଅବସ୍ଥାର ତଳେପଡି ଯାଇଥିଲେ।ସେମାନଙ୍କ ମୂହଁ,ହାତ ସହିତ ଅର୍ଦ୍ଧାଧିକ ଶରୀର ପୋଡିଯାଇଛି।ଗୁରୁତର ଅବସ୍ଥାରେ କର୍ତ୍ତୃପକ୍ଷ ତରଫରୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.