ଚିନ୍ତା ଦୂରକରେ ଲସି

0 130

ଖରାଦିନେ ବିଶେଷ କରି ନିଜକୁ ସୁସ୍ଥ ରଖିବାପାଇଁ ସଭିଏଁ ନିଜଖାଦ୍ୟରେ ଅନେକ ପରିବର୍ତ୍ତନ କରିଥାଆନ୍ତି। ଏହିସମୟରେ ଅଧିକାଂଶଲୋକେ ଥଣ୍ଡାଜାତୀୟ ଜିନିଷ ସେବନକରିବାକୁ ଇଚ୍ଛାକରିଥାଆନ୍ତି। ଯାହାଗରମରୁ ମୁକ୍ତିଦେଇଥାଏ। ସେଭଳି ଅଧିକାଂଶଲୋକଙ୍କୁ ଖରାଦିନେ ଲସିପିଇବା ବେଶପସନ୍ଦ। ଏହାଶରୀରକୁ ଥଣ୍ଡା ପ୍ରଦାନ କରିବାସହ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ମଧ୍ୟ ଦୂରକରିଥାଏ।
କାର୍ବୋହାଇଡ୍ରେଟ, ସୋଡିୟମ, ପ୍ରୋଟିନ ଓ ଫାଇବରରେ ଭରପୁରଲସି ସ୍ୱାଦିଷ୍ଟ ହେବା ସହ ଏହାର ଅନେକ ସ୍ୱାସ୍ଥ୍ୟଉପକାରୀ ଗୁଣ ରହିଛି। କେବଳ ସ୍ୱାଦପାଇଁ ନୁହେଁ ବରଂ ଉତ୍ତମସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲସିପିଇବା ବେଶ ଲାଭଦାୟକ।
ଖରାଦିନେ ଖଟାମିଠାଲସି ପିଇବାଦ୍ୱାରା ପାଟିକୁ ବେଶସ୍ୱାଦିଷ୍ଟ ଲାଗିଥାଏ। ଏହା ପାଚନ ତନ୍ତ୍ରକୁ ମଧ୍ୟ ମଜଭୂତ କରିଥାଏ। ପୋଷକତତ୍ତ୍ୱରେ ଭରପୁରଲସିରେ ଫାଇବରର ଉତ୍ତମ ସ୍ରୋତ ରହିଛି। ଏହା ପେଟସହ ଜଡିତ ଅନେକସମସ୍ୟାକୁ ଦୂର କରିଥାଏ। କୋଷ୍ଠକାଠିନ୍ୟ, ଗ୍ୟାସ ଓ ଏସିଡିଟିରୁ ମୁକ୍ତିଦେଇଥାଏ। ଏହି କାରଣରୁ ଖରାଦିନେ ଏହାକୁ ପିଇବାଦ୍ୱାରା ପାଚନତନ୍ତ୍ର ଓ ପେଟ ସୁସ୍ଥ ରହିଥାଏ।
ଲସି ପିଇବାଦ୍ୱାରା ହାଡ ମଜଭୂତହୋଇଥାଏ। ଏହାସହ ଏହାର ସେବନଦ୍ୱାରା ମାଂସ ପେଶୀରେ ଥିବାଯନ୍ତ୍ରଣା ଦୂର ହୋଇଥାଏ। ଲସିରେଥିବା କ୍ୟାଲସିୟମର ଭରପୁର ମାତ୍ରା ଥକ୍କାପଣ ଦୂରକରିବାରେ ବେଶସହାୟକ ହୋଇଥାଏ। ଏହାର ସେବନଦ୍ୱାରା ଦାନ୍ତମଧ୍ୟ ଶକ୍ତ ହୋଇଥାଏ।
ଖରାଦିନେ ଅସହ୍ୟ ଗରମକାରଣରୁ ଶରୀରଉପରେ ଖୁବ ପ୍ରଭାବ ପଡିଥାଏ। ନିୟମିତ ଲସି ପିଇବାଦ୍ୱାରା ଗରମପ୍ରଭାବ କମ୍‌‌ କରିବାରେ ସହାୟକ ହୋଇଥାଏ।
ଓଜନହ୍ରାସପାଇଁ ଇଚ୍ଛୁକଥିଲେ, ଲସି ଏଥିପାଇଁ ଖୁବସହାୟକ ହୋଇଥାଏ। ଲସି ପିଇବାଦ୍ୱାରା ଏହା ଫ୍ୟାଟ୍‌‌ କମାଇବା ସହ ଉପକାରୀହୋଇଥାଏ। ମାତ୍ର ଚିନି ମିଶାଇବେ ନାହିଁ।ଖରା ଓ ଗରମ ପ୍ରଭାବରେ ମସ୍ତିଷ୍କ ଅଶାନ୍ତ ସହ ଚିଡାଚିଡା ଅନୁଭବ ହୋଇଥାଏ। ଏହାସହ ଦୁଃଶ୍ଚିନ୍ତା ସମସ୍ୟା ମଧ୍ୟ ଦେଖାଦିଏ। ତେବେ ଲସି ପିଇବା ଦ୍ୱାରା ମସ୍ତିଷ୍କ ଥଣ୍ଡାରହିବା ସହ ଶରୀରକୁ ଆବଶ୍ୟକୀୟ ଶକ୍ତି ମଧ୍ୟ ମିଳିଥାଏ। ମସ୍ତିଷ୍କ ଶାନ୍ତ ରହିଥାଏ।

Leave A Reply

Your email address will not be published.