ଏସିଆରେ ପ୍ରଥମଥର ପାଇଁ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଏଲ୍ ଆଣ୍ଡ୍ ବି ପୀଡ଼ା ନିବାରକ କର୍ମଶାଳା

ଯୋଗଦେଲେ ଜର୍ମାନୀର ପ୍ରସିଦ୍ଧ ବିଶେଷଜ୍ଞ

0 55

ବାରଙ୍ଗ,୧୭ା୨(ଏସଏସନିଉଜ)ନରାଜସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଶନିବାର ଦିନ ଇଣ୍ଟ୍ରୋଡକ୍ସନ୍ ଟୁ ଏଲ୍ ଆଣ୍ଡ୍ ବି ପେନ୍ ଥେରାପି’ ଉପରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ସମଗ୍ର ଏସିଆ ମହାଦେଶରେ ଏହି ଧରଣର କର୍ମଶାଳା ଆୟୋଜନ କରିବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ହେଉଛଛି ପ୍ରଥମ ଏହି କର୍ମଶାଳାରେ ବହୁ ବିଶେଷଜ୍ଞ, ମେଡିକାଲ ଛାତ୍ର ଛାତ୍ରୀଙ୍କ ସମେତ ବିଶ୍ୱବିଦ୍ୟାଳୟର ତୁଙ୍ଗ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।ଏଥିରେ ‘ଲିବସର୍ ବ୍ରାଟ୍ ପେନ୍ ଥେରାପି’ର ପ୍ରତିଷ୍ଠାତା ତଥା ଜର୍ମାନୀର ଜଣେ ପ୍ରସିଦ୍ଧ ‘ପୀଡ଼ା ନିବାରଣ ବିଶେଷଜ୍ଞ’ ଡା. ରୋଲାଣ୍ଡ ଲିବସର୍ ବ୍ରାଟ୍ ଅତିଥି ଭାବରେ ଯୋଗ ଦେଇ ସାରା ବିଶ୍ୱରେ ପୀଡ଼ା ନିବାରଣ ଚିକିତ୍ସା କ୍ଷେତ୍ରରେ ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ଉପରେ ମତବ୍ୟକ୍ତ କରିଥିଲେ । ତାଙ୍କ ଅଭିଜ୍ଞତା, ପୀଡ଼ା ଚିକିତ୍ସା କ୍ଷେତ୍ରରେ ବିଶେଷଜ୍ଞତା ଏବଂ ନୂତନ ଦୃଷ୍ଟିଭଙ୍ଗୀ ଦ୍ୱାରା ଉପସ୍ଥିତ ବ୍ୟକ୍ତିମାନଙ୍କୁ ବିଭିର୍ଣ ପରାମର୍ଶ ଓ ଉଦାହରଣ ଦେଇ ବୁଝାଇଥିଲେ । ଏହାଦ୍ୱାରା ମାନସିକ ଶାନ୍ତି ନିମନ୍ତେ ମଧ୍ୟ ପଥ ଉନ୍ମୁକ୍ତ ହେବ ବୋଲି ସେ ମତ ପ୍ରକାଶ କରିଥିଲା । ଶରୀରର ଏଭଳି ୭୨ ଟି ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରି ସେ ତହିଁରେ ଚିକିତ୍ସା ଆରମ୍ଭ କରି ଆଶାତୀତ ସଫଳତା ପ୍ରାପ୍ତ ହୋଇଛନ୍ତି । ଡା. ବ୍ରାଟ୍ ସାରା ବିଶ୍ୱର ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଜର୍ମାନ୍ ଭାଷାଭାଷୀ ଲୋକଙ୍କ ଜୀବନକୁ ପୀଡା ମୁକ୍ତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ୟୁରୋପରେ ଏହି ଚିକିତ୍ସା ପଦ୍ଧତି ଖୁବ୍ ଲୋକପ୍ରିୟତା ହାସଲ କରିଥିବାବେଳେ ୧୩ ହଜାରରୁ ଅଧିକ ଡାକ୍ତରଙ୍କୁ ସେ ତାଲିମ ପ୍ରଦାନକରିଛନ୍ତି ।ଏହି କର୍ମଶାଳାରେ ଶ୍ରୀଶ୍ରୀବିଶ୍ୱବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷା ପ୍ରଫେସର ରଜିତାକୁଲକର୍ଣ୍ଣୀ ବିଶ୍ୱର ସର୍ବଶ୍ରେଷ୍ଠ ପ୍ରଫେସନାଲଙ୍କୁ ଓଡ଼ିଶା ଆଣିବା ସାଙ୍ଗକୁ ରାଜ୍ୟର ସର୍ବଶ୍ରେଷ୍ଠ ପ୍ରଫେସନାଲଙ୍କୁ ମଧ୍ୟ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ ।କୁଳପତି ପ୍ରଫେସର ବି. ଆର୍. ଶର୍ମା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟର ଉନ୍ନତିପାଇଁ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ହେଉଥିବା ଉଦ୍ୟମ ସମ୍ପର୍କରେ ପ୍ରକାଶ କରିଥିଲେ ।ସ୍ଵାସ୍ଥ୍ୟ ଓ ସୁସ୍ଥତା ବିଭାଗର ଏସ୍ସିଟାଣ୍ଟ ପ୍ରଫେସର ଡା. ନିକିତା ମିରାଜକର ନିଜ ଅଙ୍ଗେନିଭା ଅନୁଭୂତିକଥା ବର୍ଣ୍ଣନାକରି କହିଥିଲେ ।

Leave A Reply

Your email address will not be published.