ନନ୍ଦନକାନନ ପାଳିଲା ବିଶ୍ୱ ବଜ୍ରକାପ୍ତାଦିବସ

0 40

ବାରଙ୍ଗ,୧୭।୨(ଏସଏସନିଉଜ) ବିଶ୍ୱ ବଜ୍ରକାପ୍ତା ଦିବସ ଶନିବାରଦିନ ନନ୍ଦନକାନନରେ ପାଳିତ ହୋଇଯାଇଛି।ଏଥିରେ ନନ୍ଦନକାନନ ଉପ ନିର୍ଦେଶକ ସନତ କୁମାର ନାରାୟଣଙ୍କ ସମେତ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଏଥିରେ ଯୋଗଦେଇଥିବା ନନ୍ଦନକାନନ ସ୍ବେଛାସେବୀ,ବନ ବିଭାଗର ସୁରକ୍ଷା କର୍ମୀ, ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା।ଏହି ଅବସରରେ ବଜ୍ରକାପ୍ତାକୁ ନେଇ ଆୟୋଜିତ ଏକ କୁଇଜ ପ୍ରତି ଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପାଙ୍ଗୋଲିନ୍ କିଟ୍, ବ୍ୟାଜ୍ ଏବଂ କଲମସହିତ ସମ୍ମାନିତ କରାଯାଇ ଥିଲା ।ନନ୍ଦନକାନନରେ ଥିବା ବଜ୍ରକାପ୍ତା ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ର ବିଷୟରେ ଦାୟିତ୍ୱରେ ଥବା ଅଧିକାରୀ ବୁଝାଇଥିଲେ।ପରେ ବଜ୍ରକାପ୍ତା ସୁରକ୍ଷାକୁ ନେଇ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା।ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ବଜ୍ରକାପ୍ତାର ସୁରକ୍ଷା ଓ ଆଵଶ୍ୟକତା ଉପରେ କର୍ମଚାରୀମାନେ ବୁଝାଇଥିଲେ।

Leave A Reply

Your email address will not be published.