ଏୟାରଟେଲଟାୱାରରୁ ମେସିନ ଚୋରିକରି ୨ଗିରଫ

0 53

ବାରଙ୍ଗ,୧୭।୨(ଏସଏସନିଉଜ)ବୁଧବାର ରାତିରେ ମଧୁବନ ଗ୍ରାମରେଥିବା ଏୟାରଟେଲ ଟାୱାରରୁ ଦୁଇଟି ମେସିନ ଚୋରି ହୋଇଥିବାନେଇ ଗୁରୁବାର ଦିନ କଟକ ଚାଉଳିଆ ଗଞ୍ଜର ସୋମ୍ୟାକାନ୍ତ ମହାନ୍ତି ନାମକ ବ୍ୟକ୍ତି ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ୮୨/୨୪ କେଶ ନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ।ଶୁକ୍ରବାରରାତିରେ ଚୋରି ହୋଇଥିବା ୨ଟିମେସିନକୁ ବିକ୍ରିକରିବା ଉଦ୍ଧେଶ୍ୟରେ ଓଡ଼ି୦୨-ପି- ୩୭୨୬ ନମ୍ବର ବାଇକ ଯୋଗେ ୨ଜଣ ଆସୁଥିବା ବେଳେ ପୋଲିସ ସେମାନଙ୍କୁ ଷଣ୍ଢପୁରଗାଁ ପାଖରୁ ଧରିବାରେ ସକ୍ଷମ ହୋଇଥିଲେ।ସେମାନଙ୍କୁ ଥାନାକୁଆଣି ପଚରାଉଚରା କରିବାପରେ ସେମାନେ ଟାୱାରରୁମେସିନ ଚୋରି କରିଥିବାର ମାନିଯାଇଥିଲେ।ପୋଲିସ ଯାଆଁଳାରେ ରହୁଥିବାବିହାର ଅଂଚଳର ସୁଜିତ ଗିରି ଓ ସୁଜିତ କୁମାରସିଂଙ୍କୁ ଗିରଫକରି ସେମାନଙ୍କଠାରୁ ଚୋରି ସାମଗ୍ରୀ ଜବତକରି ଶନିବାରଦିନ କୋର୍ଟଚାଳନ କରିଛି।

Leave A Reply

Your email address will not be published.