ଅସାଧ୍ୟ ରୋଗ ନିରାକରଣ କରନ୍ତି ବାବା ଆଖଣ୍ଡଳମଣୀ

0 313

ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ଶୈବକ୍ଷେତ୍ର ହେଉଛି ବାବା ଆଖଣ୍ଡଳମଣୀ । ଭଦ୍ରକର ଆରଡିଠାରେ ପକୃତିକ ପରିବେଶ ରେ ବହୁ ପୈାରାଣିକ ତଥ୍ୟ ଓ ଅଲୌକିକ ଘଟଣାବଳୀକୁ ବୁକୁରେ ଜାବୁଡିଧରି ଦଣ୍ଡାୟମାନ ରହି ଆରଡି କ୍ଷେତ୍ର ଭାବେ ପରିଚିତ ଲାଭ କରିଛି । ଭକ୍ତମାନଙ୍କର ଆଶାଭରଷା ସାଜିଛି ଏହି ପୀଠ । ନିଆରା ପୁଜାପାଠ ସହିତ ଏହି ପୀଠର ରହିଛି ସ୍ୱତନ୍ତ୍ରତା , ତେବେ ଆସନ୍ତୁ ସତ୍ୟସନ୍ଧାନର ଏହି ସ୍ୱତନ୍ତ୍ର ଅଧ୍ୟାୟରେ ଜାଣିବା ଭଦ୍ରକଜିଲ୍ଲାର ଆରଡିଠାରେ ଥିବା ବାବା ଆଖଣ୍ଡଳମଣୀ ପୀଠର ମାହାତ୍ମ୍ୟ –
ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପିଠ । ଏହା ବୈତରଣୀ ନଦୀ କୂଳରେ ଆରଡ଼ି ଠାରେ ଓ ଭଦ୍ରକ ସହର ଠାରୁ ୪୦ କି.ମି. ଦୂରରେ ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ଵୟର ସଙ୍ଗମସ୍ଥଳରେ ଆଖଣ୍ଡଳେଶ୍ବର ବା ଆଖଣ୍ଡଳମଣି ବା ବାବାମଣିଙ୍କ ମନ୍ଦିର ଅବସ୍ଥିତ ।
କିମ୍ବଦନ୍ତୀ-
ତତ୍କାଳିନ ଜମିଦାର ନିଳାଦ୍ରୀ ସମରସିଂହ ଦିନେ ନିଜ ଜମିରେ ହଳ କରିବା ନିମନ୍ତେ ଅନନ୍ତ ନାମକ ଜଣେ ହଳୁଆକୁ ନିର୍ଦ୍ଦେଶ ଦେଇଥିଲେ । ଅନନ୍ତ କିଛି ସମୟ ହଳ ବୁଲାଇବା ପରେ ହଠାତ ଲଙ୍ଗଳ ମୁନଟି ମାଟିତଳେ ଥିବା ଏକ ବସ୍ତୁରେ ବାଜି ଭାଙ୍ଗି ଯାଇଥିଲା । ଆତଙ୍କିତ ଅନନ୍ତ ବସ୍ତୁଟିର ଚାରିକଡ଼ର ମାଟି ଆଡ଼େଇ ଆଡ଼େଇ ଥକି ପଡ଼ିବାରୁ ଜମିଦାରଙ୍କୁ ଯାଇ ସମସ୍ତ ବୃତ୍ତାନ୍ତ ଜଣାଇଲା । ଜମିଦାର ସମରସିଂହ କିଛି ଗ୍ରାମବାସୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ସେଠାକାର ପାରିପାର୍ଶ୍ଵିକ ଅବସ୍ଥା ତଥା ନିକଟସ୍ଥ ଉଇହୁଙ୍କାରେ ସର୍ପମାନଙ୍କ ବାସସ୍ଥାନ, ଶ୍ମଶାନ, ଦୁଦୁରା ବଣ ଓ ଦୁଇଟି ନଦୀର ସଙ୍ଗମସ୍ଥଳ ଦେଖି ପ୍ରଭୁଙ୍କର ଆବିର୍ଭାବ ଘଟିଥିବା ଅନୁମାନ କଲେ । ଖଣ୍ଡମଣ୍ଡଳର ଇଶ୍ଵର ଭାବରେ ମହାପ୍ରଭୁ ଆଖଣ୍ଡଳେଶ୍ଵର ବା ଆଖଣ୍ଡଳମଣି ବା ବାବାମଣି ଭାବେ ସର୍ବଜନବିଦିତ ହେଲେ ।
ଗମନାଗମନ-
ଏଠାକୁ ଚାନ୍ଦବାଲିଠାରୁ ବୈତରଣୀ ନଦୀରେ ଡଙ୍ଗା ଯୋଗେ ଯିବାଆସିବ ସମ୍ଭବ । ଚାନ୍ଦବାଲିଠାରୁ ଆରଡ଼ିକୁ ଡଙ୍ଗାରେ ୨ ଘଣ୍ଟା ଲାଗେ ।ଭୁବନେଶ୍ଵର ଠାରୁ ବସ୍ ରେ ମଧ୍ୟ ଯାଈ ପାରିବେ ।
ମନ୍ଦିର-
ଜମିଦାର ନିଳାଦ୍ରୀ ସମରସିଂହ ପ୍ରଥମେ ଆଖଣ୍ଡଳମଣିଙ୍କ ନିମନ୍ତେ ଏକ ଅସ୍ଥାୟୀ କୋଠାଟିଏ ନିର୍ମାଣ କରି ପୂଜାର୍ଚ୍ଚନାର ବନ୍ଦୋବସ୍ତ କରିଥିଲେ । ପରେ କନିକାର ରାଜା ହରିହର ଭଞ୍ଜ ଓ ରାଣୀ ସତ୍ୟବତୀ ସେହି ସ୍ଥାନରେ ବର୍ତ୍ତମାନର ମନ୍ଦିରଟିକୁ ତୋଳାଇଥିଲେ । ଶୁଭ୍ରବର୍ଣ୍ଣର ଏହି ମନ୍ଦିରଟିର ଉଚ୍ଚତା ୫୧ଫୁଟ । ପ୍ରବେଶ ଓ ପ୍ରସ୍ଥାନ ନିମିତ୍ତ ଚାରିପଟେ ଚାରୋଟି ଦ୍ଵାର ରହିଛି । ମନ୍ଦିର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି । ମନ୍ଦିର ମୁଖଶାଳାଟି ଶ୍ରୀ ନରସିଂହ ଦେବ ନାମକ ଜଣେ ଋଷିଙ୍କ ଦ୍ଵାରା ତିଆରି କରାଯାଇଥିଲା । ପରେ ଏହା ଓଡ଼ିଶା ସରକାରଙ୍କ ଦ୍ଵାରା ପୁରାପୁରି ତିଆରି କରାଗଲା ।
ପାଦୁକା-
ବାବା ଙ୍କ ପାଦୁକା ରେ ବିଭିନ୍ନ ରୋଗ ବୈରାଗ୍ୟ ମଧ୍ୟ ଭଲ ହୋଇଥାଏ ଏବଂ ଏଠାକାର ଘର୍ଷଣ ରେ ମଧ୍ୟ ବହୁତ ସ୍ଥାନରେ ଔଷଧ ଭଳି ମଧ୍ୟ କାର୍ଯ୍ୟ କରିଥାଏ  । ବାବା ଙ୍କ ପାଦୁକା ର ବହୁତ ମହିମା ରହିଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ପାଦୁକା ପାଇବାକୁ ଆସିଥାନ୍ତି ।
ନୀତିକନ୍ତି-
ବାବା ଆଖଣ୍ଡଳମଣିଙ୍କର ରାତି ୪ ରେ ପ୍ରଥମ ମଙ୍ଗଳ ଆଳତି ,ପହିଲି ଘର୍ଷଣ, ଜଳ ଲାଗି କରାଯାଏ ତାହାପରେ ବାବାଙ୍କର ସକାଳ ୭ ଘଟିକାରେ ରଜେଶ୍ୱରୀ ଭେସ ଦର୍ଶନ ତାହାପରେ ବଡଭୋଗ ଲାଗି କରାଯାଏ, ସକାଳ ୧୦ ଟାରେ ପହଡିକା ଭୋଗ ଲାଗେ ବାବାଙ୍କ ପାଖରେ, ଦିନ ୧୨ ଟାରେ ଯୋଗୀଭେସ କରାଯାଏ, ତାହାପରେ ଦିନ୧ ରେ ନୀତି ଭୋଗ କରାଯାଏ, ୪ ଟା ବେଳେ ବାବଙ୍କର ବଡ଼ସିଂହାର ଭେସ ଦର୍ଶନ କରାଯାଏ, ସନ୍ଧ୍ୟା ୬ ଟାରେ ସନ୍ଧ୍ୟା ଆଳତି ସହ ସନ୍ଧ୍ୟା ଭୋଗ କରାଯାଏ, ରାତି୧୦ ଟାରେ ଦହି ପଖାଳ ଭୋଗ ଲାଗେ, ୧୦,୩୦ ରେ ପହଡ଼ ପଡିଥାଏ ।
ମନ୍ଦିର ଚାରିପାଖରେ ୬ ଜଣ ଦେବା ଦେବୀ ରହିଛନ୍ତି-ପାଦୁକା କୁଣ୍ଡ ପାଖରେ ମା ଦୁର୍ଗା, କାର୍ତ୍ତିକେଶ୍ୱର, ଶ୍ରାବଣୀ ମହାଦେବୀ, ଗଣେଷ, ମା କାଳୀ, ହନୁମାନ ଜୀ ଅବସ୍ଥାପିତ ହୋଇଛନ୍ତି । (ଆଖଣ୍ଡଳମଣି ଙ୍କ ପୀଠରୁ ମଣିପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ) ।

Leave A Reply

Your email address will not be published.