ଲୁଟେରା ଗ୍ୟାଙ୍ଗର ହେଲା ପର୍ଦାଫାସ ,ଜବତ ହେଲା୨୫ ମଟର ସାଇକେଲ

0 492

ଡେଲାଙ୍ଗ,୭/୮(ଏସ.ଏଏସ୍‌.ନିୟୁଜ) ପୁରୀ ଜିଲ୍ଲା ଡେଲାଙ୍ଗ ପୋଲିସ ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦାଫାସ କରିଛି । ଏହି ଗ୍ୟାଙ୍କଙ୍କର ୪ଜଣ ସଦଶ୍ୟକୁ ପୋଲିସ ଗିରଫ କରିବା ସହ ଗୁରୁବାର କୋର୍ଟଚାଲଣ କରିଛି । ସେମାନେ ହେଲେ ଡେଲାଙ୍ଗ ଥାନା ଅଂଚଳର ବେଗୁନିଆପଡା ଗ୍ରାମର ଟୁକୁନା ବେହେରା(୨୪),ପବିତ୍ର କୁମାର ମଲ୍ଲିକ(୩୫) ଓ କୁଆପଦା ଗ୍ରାମର ନଟବର ଜେନା(୨୮),କୃଷ୍ଣଚନ୍ଦ୍ର ପହାଡାସିଂ (୨୭)ା ପୋଲିସ ସେମାନଙ୍କ ଠାରୁ ବୁଲେଟ ୩ଟା, ବାଜାଜ ପଲସର ୭,ହୋରୋ ସ୍ଲେସ୍ଲଣ୍ଡର ୪,ହୋରୋ ପ୍ୟାସନ ପ୍ରୋ ୩,ହୋରୋ ଗ୍ଲାମର ୧,ହୋଣ୍ଡା ହନେଟ୍ ୧ ,ଟିଭିଏସ ଆପାଚି ୨ ,ବକ୍ସର ୧,ୟାମା ଆର ଫିପଟିନ ୧,ସିଡି ଡିଲକ୍ସ ୨ଟି ଗାଡି ଜବତ କରାଯାଇଛି । ଏନେଇ ଡେଲାଙ୍ଗ ଥାନାରେ ୧୧୧/୨୦ ମାମଲା ରୁଜୁ କରାଯାୟୀ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲଣ କରାଯାଇଛି । ଗୁରୁବାର ପୁରୀ ଏସପି ଅଖିଳେଶ୍ୱର ସିଂଙ୍କ ନିର୍ଦ୍ଧେଶକ୍ରମେ ପିପିଲି ଏସଡିପିଓ ଦେବଦତ୍ତ ବରାଳ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ସୂଚନା ମୂତାବକ ପୁରୀ ଏସପି ଶ୍ରୀ ସିଂଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ଥାନା ଆଇ.ଆଇ.ସି ରଶ୍ମୀରଂଞ୍ଜନ ପଟ୍ଟନାୟକ ଏହି ଲୁଟେରା ଗ୍ୟାଙ୍କକୁ ଧରିବା ପାଇଁ ୨ ଟିମ ପ୍ରସ୍ତୁତ କରିଥିଲେ ।ଗୋଟିଏ ଟିମରେ ଆଇଆଇସି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ କନେଷ୍ଟବଲ ପ୍ରସାନ୍ତ କୁମାର ପ୍ରଧାନ,ଯିତେନ୍ଦ୍ର କୁମାର ସ୍ୱାଇଁ ଓ ହୋମଗାର୍ଡ ପ୍ଲାଟୁନ କମାଣ୍ଡ ପ୍ରମୋଦ କୁମାର ସେଠୀଙ୍କୁ ନେଇ ଗଠିତ ହୋଇଥିବା ବେଳେ ଅନ୍ୟ ଟିମରେ ଏସ.ଆଇ ଉପେନ୍ଦ୍ର ନାଥ ଦାଶଙ୍କ ନେତୃତ୍ୱରେ ଏସ.ଆଇ ଲାଇକା ମହାରଣା,ଏ.ଏସ.ଆଇ ଅଶୋକ ମହାପାତ୍ର ଓ ଗଙ୍ଗାଧର ସାହୁ ଥିଲେ । ଏହାପରେ ଆରମ୍ଭ ହୋଇଥିଲା ଜୋରଦାର ଅପରେସନ । ଏହି ଟିମ ବିଭିନ୍ନ ସୁତ୍ରରୁ ଅନେକ ଖୋଜ ଖବର କରିବା ସହିତ ପାଟ୍ରୋଲିଂ ବ୍ୟବସ୍ଥାଙ୍କୁ କଡାକଡି କରିଥିଲେ । ବିଶେଷ ସୁତ୍ରରୁ ଖବର ପାଇ ଆଇ.ଆଇ.ସି.ଙ୍କ ଟିମ ବେଗୁନିଆପଡା ଗ୍ରାମରେ ଟୁକୁନା ବେହେରାଙ୍କ ଘରେ ଚୋରା ଗାଡିଥିବା ଖବର ପାଇ ଥିଲେ । ଖବର ପାଇ ଚଢାଉକରି ୫ଟି ଚୋରା ମଟୋର ସାଇକେଲ ଜବତ କରିଥିଲେ । ମୁଖ୍ୟଅଭିଯୁକ୍ତ ଟୁକୁନାକୁ ଥାନାକୁ ଆଣି ପଚରାଉଚରା କରିଥିଲେ । ପଚରାଉଚରା ପରେ ଏହି ଗ୍ୟାଙ୍କର ଚେର ବିଭିନ୍ନ ଜିଲ୍ଲାକୁ ଲମ୍ବିଥିବାର ଜାଣିବାକୁ ପାଇଥିଲା । ପରେ ଟୁକୁନାର ୩ ସହଯୋଗିଙ୍କୁ ଉଠାଇ ଆଣି ଅଲଗା ଅଲଗା ଜେରା କରିବା ପରେ ସେମାନେ କଟକ,ପୁରୀ,ନୟାଗଡ,ଗଞ୍ଜାମ,ଭୂବନେଶ୍ୱର ଓ ଖୋର୍ଦ୍ଧା ଅଂଚଳରୁ ବାଇକ ଚୋରି କରିଥିବା ସ୍ୱୀକାର କରିଥିଲେ । ଏହି ଗ୍ୟାଙ୍କ ସହିତ ଆଉ ୪ ଜଣ ଲୁଟେରା ଫେରାର ଅଛନ୍ତି । ସେମାନଙ୍କୁ ଖୁବଶିଘ୍ର ଗିରଫ କରାଯିବା ସହିତ ଆହୁରି ଅନେକ ଚୋରା ଗାଡି ଜବତ କରାଯିବ ବୋଲି ଏସଡିପିଓ ଶ୍ରୀ ବରାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.