ଆସନ୍ତାକାଲି ୪ଟାରେ ବାଜିବ ସାଇରନ୍

ଭୁବନେଶ୍ଵର,୬।୫(ଏସଏସନିୟୁଜ)ଓଡ଼ିଶାର ୧୨ଟି ସ୍ଥାନରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ହେବ।ସେଗୁଡିକ ହେଲା ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର।
ତାଳଚେରରେ କାଟେଗୋରି ୱାନ୍, ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଏବଂ ରାଉରକେଲା କାଟେଗୋରି ଟୁ ଓ ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର ଓ କେନ୍ଦ୍ରାପଡ଼ା କାଟେଗୋରି ଥ୍ରିରେ ରହିଛି। ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ସପ୍ତାହେ ଯାଏ ଚାଲିବ। ୫ମିନିଟ ଧରି ସାଇରନ ବାଜିବ। ଯୁଦ୍ଧକୁ କେଉଁଭଳି ମୁକାବିଲା କରିହେବ ସେଥିପାଇଁ ଏ ପ୍ରସ୍ତୁତି କରାଯିବ।
ଏଥିରେ ଏନସିସି, ସ୍ବେଚ୍ଛାସେବୀ ସଂଗଠନ, ଆପଦାମିତ୍ରଙ୍କୁ ବି ସାମିଲ କରାଯିବ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

- Advertisement -

Leave A Reply

Your email address will not be published.