ଭୁବନେଶ୍ଵର,୬।୫(ଏସଏସନିୟୁଜ) ଆସନ୍ତା ସାତଦିନ ଭିତରେ ଅର୍ଥାତ ୧୩ ତାରିଖ ଭିତରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପକୂଳ ମୌସୁମୀ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଦକ୍ଷିଣ ଆଣ୍ଡାମାନ ସାଗର,ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଂଶରେ ପ୍ରବେଶ କରିବ । ଯାହାର ପ୍ରଭାବରେ ମେ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବା ନେଇ ଆକଳନ କରାଯାଇଛି ।