ଆସିବ ଯୁଦ୍ଧବିମାନ ରାଫେଲ

0 303

ନୂଆଦିଲ୍ଲୀ ୨୪/୭(ଏସଏସନିୟୁଜ) ଆସନ୍ତା ୨୯ ତାରିଖରେ ଭାରତକୁ ପ୍ରଥମ ପର‌୍ୟ୍ୟାୟ ରାଫେଲ୍ ଯୁଦ୍ଧ ବିମାନ ମିଳିବ। ଫ୍ରାନ୍ସର ସବୁଠାରୁ ଘାତକ ‘ହେମର’ କ୍ଷେପଣାସ୍ତ୍ର ଏହି ବିମାନରେ ଖଞ୍ଜିବା ପାଇଁ ଭାରତୀୟ ବାୟୁସେନା ନିଷ୍ପତ୍ତି ନେଇଛି। ପ୍ରାୟ ୬୦-୭୦ କିଲୋମିଟର ଦୂରତା ମଧ୍ୟରେ ଯେକୌଣସି ପ୍ରକାର ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ ଏହି କ୍ଷେପଣାସ୍ତ୍ର । ଏନେଇ ଫ୍ରାନ୍ସ ସହିତ ଚୁକ୍ତି ହୋଇଥିବା ବେଳେ ଖୁବଶୀଘ୍ର ଏହା ଭାରତକୁ ମିଳିବ ବୋଲି ସୂଚନା ମିଳିଛି । ଫ୍ରାନ୍ସର ପ୍ରତିରକ୍ଷା ବିଭାଗ ଭାରତକୁ ତୁରନ୍ତ ଏହି କ୍ଷେପଣାସ୍ତ୍ର ଉପଲବ୍ଧ କରାଇବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରିଥିବା ଜଣାପଡ଼ିଛି । ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ଏହା ପ୍ରମୁଖ ଭୁମିକା ନିର୍ବାହ କରିବାସହ ଭୟର କାରଣ ସାଜିବ ବୋଲି ଜଣାପଡିଛି ।

Leave A Reply

Your email address will not be published.