କୁଳଭୂଷଣଙ୍କ ପାଇଁ ସବୁ ରାସ୍ତା ବନ୍ଦ କଲା ପାକିସ୍ତାନ

0 309

ନୂଆଦିଲ୍ଲୀ ,୨୪/୭(ଏସ.ଏସ୍ .ନିୟୁଜ) ପାକିସ୍ତାନର କୋର୍ଟରେ କୁଳଭୂଷଣଙ୍କ ବିରୋଧରେ ଏକପାଖିଆ ଶୁଣାଣିକୁ ଭାରତ ବିରୋଧ କରିଥିଲା। ଭାରତ ଅନ୍ତର୍ଜାତୀୟ ନ୍ୟାୟାଳୟର ଦ୍ୱାରସ୍ଥ ହେବାରୁ ମୃତ୍ୟୁ ଦଣ୍ଡ ଉପରେ ରୋକ ଲଗାଇ କନସୁଲାର ଆକ୍ସେସ ଯୋଗାଇ ଦେବାକୁ ଆଇସିଜେ ନିର୍ଦ୍ଦେଶ ଦେଇଥିଲେ।
ଏବେ ଜେଲରେ ଅଛନ୍ତି ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ । ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇ ଜେଲରେ ରହିଛନ୍ତି । କୁଳଭୂଷଣଙ୍କ ଆଇନଗତ ସହାୟତା ଲାଗି ପାକିସ୍ତାନ ସବୁ ରାସ୍ତା ବନ୍ଦ କରି ଦେଇଛି । କୁଳଭୂଷଣଙ୍କ ସହାୟତା ପାଇଁ କରାଯାଉଥିବା ପ୍ରୟାସରେ ପାକିସ୍ତାନ ବାଧା ସୃଷ୍ଟି କରୁଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପାକିସ୍ତାନୀ ଓକିଲ ନେଇ କୁଳଭୂଷଣଙ୍କ ସମ୍ପର୍କିତ କାଗଜପତ୍ର ନେଇପାରିବେ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଥିଲେ ମଧ୍ୟ କାଗଜପତ୍ର ମିଳିପାରିଲାନି। ଶେଷରେ ଗତ ୧୮ରେ ଭାରତ କୋର୍ଟରେ ଏକ ରିଭ୍ୟୁ ପିଟିଶନ ଦାଖଲ ପାଇଁ ଚେଷ୍ଟା କରିବାରୁ ପାୱାର ଅଫ୍ ଆଟର୍ଣ୍ଣି ଓ ଅନ୍ୟାନ୍ୟ କାଗଜପତ୍ର ବିନା ଏହା ହୋଇପାରିବନି ବୋଲି ଓକିଲ କହିଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.