ଆସିକା ବିଜ୍ଞାନମହାବିଦ୍ୟାଳୟରେ

ଅନ୍ତଃରାଷ୍ଟ୍ରୀୟ ଯୋଗଦିବସ ଶିବିର

0 181

ଆସିକା,୨୧ା୬(ଏସଏସନିଉଜ) ଆଜି ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ମୁକ୍ତ ପ୍ରାଙ୍ଗଣରେ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏକ ଯୋଗଶିକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ଏନ୍.ସି.ସିର ୯୨ଜଣ ଛାତ୍ରଛାତ୍ରୀ ଉପସ୍ଥିତଥିଲେ। ଉକ୍ତ ଶିବିରକୁ ଏନ୍.ସି.ସିର ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ ଏବଂ ଏ.ଏନ୍.ଓ. ପ୍ରଭାତ କୁମାର ଗୌଡଙ୍କୁ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ମହାବିଦ୍ୟାଳୟର ପିଇଟିଶିକ୍ଷକ ତାଲିମ ଶିବିରକୁ ସୁପରିଚାଳନା କରିବା ସହିତ ଯୋଗ ଶିକ୍ଷାର ଉପକାରିତା ଉପରେ ମତବ୍ୟକ୍ତ କରିଥିଲେ ।ଯୋଗ ହିଁ ସୁସ୍ଥ ଜୀବନ ଏବଂ ଆଧ୍ୟାତ୍ମିକ ବିକାଶର ସର୍ବୋତ୍ତମ ବିକଳ୍ପ। ବ୍ୟକ୍ତିତ୍ବର ବିକାଶ ମଧ୍ୟ ଯୋଗ ମାଧ୍ୟମରେ ସମ୍ଭବପର ହେଇପାରେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।ପରିଶେଷରେ ଯୋଗ ସଂଦେଶର ବାର୍ତ୍ତା ରଖି ପିଇଟି ସନ୍ତୋଷ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.