କାର-ଟ୍ରକ ମୁହାଁମୁହିଁ

ଅଳ୍ପକେ ବର୍ତ୍ତିଲେ ଦମ୍ପତି

0 212

ବାରଙ୍ଗ,୨୧।୬ (ଏସଏସନିଉଜ) ବାରଙ୍ଗ ତ୍ରିଶୁଳିଆ ଛକରେ ବୁଧବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦମ୍ପତି। ଖବରରୁ ପ୍ରକାଶ ଯେ, ବୁଧବାର ଅପରାହ୍ନ ସମୟରେ ତ୍ରିଶୁଳିଆରୁ ବାଲିକୁଦା ଅଭିମୁଖେ ଯାଉଥିବା ଓଆର-୦୫-ବି-୨୫୫୫ ନମ୍ବର ଟ୍ରକକୁ ବାମପଟେ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଆର-୦୫- ଜେଡ-୪୯୫୫ ନମ୍ବର କାରଟି ଟ୍ରକର ବାମପଟେ ଧକ୍କା ହୋଇ ଟ୍ରକ୍ ସମ୍ମୁଖକୁ ଚାଲିଆସିଥିଲା।ଘଟଣାସ୍ଥଳରେ କାର ଭିତରେ ଥିବା ଦମ୍ପତି ସାମାନ୍ୟ ଆହତ ହୋଇଥିବା ବେଳେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଆହତ ଦମ୍ପତିଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ।(ଗୌତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.