ଆସିଲା ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍‌

0 258

ଭୁବନେଶ୍ୱର,୨୮/୨(ଏସଏସନିଉଜ) ମାର୍ଚ୍ଚ ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର ।ଏହିମାସରେ ମହାଶିବରାତ୍ରି, ଦୋଳ ପୂର୍ଣ୍ଣିମା ଓ ହୋଲି ପଡୁଛି ।ଏଣୁ ସର୍ବସାଧାରଣସ୍ଥଳରେ ଲୋକେ ହୋଲି ଖେଳିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି । ଘର ଭିତରେ ନିଜ ପରିବାର ଲୋକଙ୍କ ସହିତ ହୋଲି ଖେଳିବାସହ ସାଧାରଣ ଲୋକ ଯାତାୟତ କରୁଥିବା ରାସ୍ତାରେ ମଧ୍ୟ ରଂଗ ଖେଳିପାରିବେ ନାହିଁ। ସାମାଜିକ, ଧାର୍ମିକ, ରାଜନୈତିକ ଓ କ୍ରୀଡ଼ା ସମାବେଶରେ କରୋନା କଟକଣା ନିୟମ ମାନିବାକୁ ହେବ। ବିବାହ, ବ୍ରତ ଓ ଅନ୍ୟ ସାମାଜିକ କାର‌୍ୟ୍ୟକ୍ରମରେ ସର୍ବାଧିକ ୫୦୦ , ଅନ୍ତ୍ୟେଷ୍ଟିକ୍ରିୟାରେ ୨୫୦, ବିବାହ ଶୋଭାଯାତ୍ରାରେ ସର୍ବାଧିକ ୧୦୦ ଜଣ ଯୋଗଦେଇପାରିବେ । ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡ଼ିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି ।

Leave A Reply

Your email address will not be published.