ଆସିଲା ନୁଆ ଗାଇଡ଼ଲାଇନ୍

0 516

ଭୁବନେଶ୍ୱର, ୧୨/୧(ଏସଏସନିୟୁଜ) ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ଗାଇଡ଼ଲାଇନ୍ ଜାରି କରିଛନ୍ତି ଏସଆରସି ।ଏଥିରେ ବଡ଼ ସମାବେଶକୁ ବାରଣ କରାଯାଇଛି । ରୋଡ୍ ସୋ, ପଦଯାତ୍ରା, ସାଇକେଲ, ବାଇକ୍ ରାଲି କରାଯାଇପାରିବ ନାହିଁ । ପ୍ରଚାର ବେଳେ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିଛି । ଖୋଲା ଜାଗାରେ ଧାର୍ଯ୍ୟ ସୀମା ମଧ୍ୟରେ ସମାବେଶ କରିବାକୁ ଅନୁମତି ଦିଆଯାଇଛି । ସମାବେଶରେ କୋଭିଡ ନୀୟମମାନିବାକୁ ବାଧ୍ୟତାମୂଳକ କରାଯାଇଛି । ନୋମିନେସନ ବେଳେ ପ୍ରାର୍ଥୀ ଓ ଜଣେ ପ୍ରସ୍ତାବକ ,ଗଣତି କେନ୍ଦ୍ର ସାମ୍ନାରେ ଅଧିକ ଲୋକ ଏକାଠି ନହେବା ସହ ବିଜୟ ଶୋଭାଯାତ୍ରା କରାଯାଇ ପାରିବ ନାହିଁ ବୋଲି କୁହାଯାଇଛି ।ତେବେ କରୋନା ସଂକ୍ରମିତ ପ୍ରାର୍ଥୀ ଡିଜିଟାଲ କିମ୍ବା ଭର୍ଚୁଆଲ ଜରିଆରେ ପ୍ରଚାର କରିପାରିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.